ରକ୍ତଦାନ ସହ ଆରମ୍ଭ ହେଲା ସରିଆଁ ହାଇସ୍କୁଲର ରଜତ ଜୟନ୍ତୀ ସମାରୋହ 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଡିସେମ୍ବର ୨୦ ଓ ୨୧ ଦୁଇଦିନ ଧରି ସରିଆଁ ହାଇସ୍କୁଲରେ ପାଳିତ ହେବ ରଜତ ଜୟନ୍ତୀ ସମାରୋହ।  ଏହାର ଅବ୍ୟବହିତ ପୂର୍ବରୁ ଶୁକ୍ରବାର ଦିନ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସାଧୁରମ ଭୋଇଙ୍କ ତତ୍ବାବଧାନରେ ଏନେଇ ଆୟୋଜିତ ଶିବିରରେ ମୋଟ ୪୨ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା।

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କେସିଙ୍ଗା ବ୍ଲକ ଉପାଧ୍ୟକ୍ଷା ରାଜଲକ୍ଷ୍ମୀ ପଟ୍ଟନାୟକ, ସମ୍ମାନିତ ଅତିଥି ଭାବେ ନର୍ଲା ବ୍ୟାଡମିଣ୍ଟନ ଆସୋସିଏସନର ସଭାପତି ସୁବୋଧ କୁମାର ମିଶ୍ର, ବିଶିଷ୍ଟ ସମାଜସେବୀ ମନୋଜ କୁମାର ପଟ୍ଟନାୟକ,  ସମାଜସେବିକା ଶାନ୍ତି ମାଝୀ, ଶିକ୍ଷାବିତ ସରତ ଚନ୍ଦ୍ର ଭୋଇ, ସରିଆଁ ନୋଡାଲ ୟୁପି ସ୍କୁଲର ପ୍ରଧାନ ଶିକ୍ଷକ ଟଙ୍କଧର ସା, ସମାଜସେବୀ ବିଜୟ ଭୋଇ, ଆଲୁମିନି କମିଟିର ଉପଦେଷ୍ଟା ବିନାୟକ ମହନ୍ତ, ଯୁବ ନେତା ବିଜୟ ଧଙ୍ଗଡାମାଝୀଙ୍କ ସମେତ ବିଦ୍ୟାଳୟର ସମସ୍ତ ଶିକ୍ଷକ ଉପସ୍ଥିତ ଥିଲେ। 

ସରିଆଁର ପୂର୍ବତନ ସରପଞ୍ଚ ତଥା ବିଶିଷ୍ଟ ନାରୀନେତ୍ରୀ ଜନନୀ ଭୋଇ, ମାଳତୀ ସେଠୀ ଓ ମଲ୍ଲିକା ସେଠୀ ଦୁଇ ଭଉଣୀ, ଉଦ୍ୟୋଗପତି ମୋହନଲାଲ ଅଗ୍ରୱାଲ ଓ ତାଙ୍କ ଧର୍ମପତ୍ନୀ, ନେତାଜୀ କ୍ଲବ ବଲବସପୁରର ସୁଶାନ୍ତ ବିଶ୍ବାଳ ଓ ସେହି କ୍ଲବର ସଦସ୍ୟବୃନ୍ଦଙ୍କ  ରକ୍ତଦାନ ସମସ୍ତଙ୍କ ପାଇଁ ପ୍ରେରଣାଦାୟୀ ଥିଲା। 

ସେହିପରି ଭାବେ ବିଦ୍ୟାଳୟର ପୁରାତନ ଛାତ୍ର ସରୋଜ ମହାପାତ୍ର, ଚିତ୍ତରଞ୍ଜନ ସାହୁ, ରାଜେନ୍ଦ୍ର, ଅମିତ ସାହୁ, ଆନନ୍ଦ ଚନ୍ଦ୍ର ଭୋଇ, ଯୋଗେଶ ଚନ୍ଦ୍ର ସାହୁ, ରଞ୍ଜିତା ସାହୁ, କସ୍ତୁରୀ ସାହୁଙ୍କ ସମେତ ସର୍ବମୋଟ ୪୨ ଜଣ ରକ୍ତଦାତା ରକ୍ତଦାନ କରିଥିଲେ। ରକ୍ତଦାତାମାନଙ୍କୁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଇଛି। 

ପୁରାତନ ଛାତ୍ର ସଂସଦ ସଭାପତି ଓମପ୍ରକାଶ ଛତ୍ରିଆ, ଉପସଭାପତି  ରଘୁନାଥ ଦୀପ, ସାଧାରଣ ସମ୍ପାଦକ ରମେଶ ଚନ୍ଦ୍ର ସାହୁ, ପୂରାତନ ଛାତ୍ର ମିଳନ କୁମାର ଭୋଇ, ଶିଶିର କୁମାର ଭୋଇ, ସରୋଜ ମହାପାତ୍ର, ସୌରଭ କୁମାର ଭୋଇ, ପ୍ରତ୍ୟୁଷ କୁମାର ଭୋଇ, ଅସିମ ଭୋଇ, ହେମନ୍ତ କୁମାର ସାହୁ, ମଣ୍ଟୁ ମାଝୀ, ନେତାଜୀ କ୍ଲବ ବଲବସପୁରର ସଦସ୍ୟବୃନ୍ଦ ଓ ସରିଆଁ ହାଇସ୍କୁଲର ପୁରାତନ ଛାତ୍ରଛାତ୍ରୀମାନେ ଶିବିର ପରିଚାଳନାରେ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.