ସ୍ୱର୍ଗତଃ ସାମ୍ବାଦିକ ପ୍ରଭାତ ଦାଶଙ୍କୁ ଅଶ୍ରୁଳ ଶ୍ରଦ୍ଧାଂଜଳି

ରାୟଗଡ,୩୦/୧୨ : ପ୍ରେସ କାଉନସିଲ ଅଫ ଇଣ୍ଡିଆର ସଦସ୍ୟ ତଥା ଓଡିଶା ସାମ୍ବାଦିକ ସଂଘ (ଓଜେୟୁ)ର ରାଜ୍ୟ ସଭାପତି ସ୍ୱର୍ଗତଃ ପ୍ରଭାତ କୁମାର ଦାଶଙ୍କ ଅମର ଆତ୍ମାର ସଦ୍ଗତି ନିମନ୍ତେ ଜିଲ୍ଳା ସଂସ୍କୃତି ଭବନ ଠାରେ ଏକ ଶୋକ ସଭା ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ସ୍ୱର୍ଗତ ଶ୍ରୀ ଦାଶଙ୍କ ଫୋଟିଚିତ୍ରରେ ଦୀପ, ଧୂପ ଓ ପୁଷ୍ପ ପ୍ରଦାନ କରାଯାଇଥିଲା । ଓଡିଶା ସାମ୍ବାଦିକ ସଂଘ(ଓଜେୟୁ)ରାୟଗଡ ଜିଲ୍ଳା ଶାଖା ସଭାପତି ସୁବ୍ରତ ଚୈାଧୁରୀ ସ୍ୱର୍ଗତଃ ସାମ୍ବାଦିକ ପ୍ରଭାତ ଦାଶଙ୍କ ଜୀବନୀ ଉପରେ ଆଲୋକପାତ କରିବା ସହ ସେ ସବୁବେଳେ କାର୍ଯ୍ୟରତ ସାମ୍ବାଦିକମାନଙ୍କ ପାଇଁ ସୁରକ୍ଷା ଆଇନ ପ୍ରଣୟନ କରିବା, ବୀମା ଯୋଗାଇବା, ପେନସନ ପ୍ରଦାନ କରିବା ଆଦି ବିଭିନ୍ନ ଦାବିଗୁଡିକକୁ ସରକାରଙ୍କ ଠାରେ ଉପସ୍ଥାପନା କରିବା ସହ ପ୍ରେସ କାଉନସିଲ ଅଫ ଇଣ୍ଡିଆର ଜଣେ ସକ୍ରିୟ ସଦସ୍ୟ ହୋଇଥିବାରୁ ଦେଶର ବିଭିନ୍ନ ରାଜ୍ୟରେ ଥିବା ସାମ୍ବାଦିକଙ୍କ ସମସ୍ୟାଗୁଡିକ ଉପରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦୃଷ୍ଟି ଆର୍କଷଣ କରିଥିଲେ ବୋଲି ସମ୍ୟକ ସୂଚନା ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ସ୍ୱର୍ଗତ ଶ୍ରୀ ଦାସଙ୍କ ଅମର ଆତ୍ମାର ସଦ୍ଗତି ନିମନ୍ତେ ୨ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା । ଜିଲ୍ଳା ସୂଚନା ଓ ଲୋକ ସଂପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନ, ବରିଷ୍ଠ ସାମ୍ବାଦିକ ବାଦଲ କୁମାର ତା’,ରଂଜନ ରଥ, ମନୋଜ କୁମାର ପାତ୍ର, ନିରଂଜନ ପାଳ, ଶିବ ନାରାୟଣ ଗଉଡ, ସଂଗ୍ରାମ ପଟ୍ଟନାୟକ, ଦୁର୍ଗା ପ୍ରସାଦ ପାଢୀ, ଭାଗ୍ୟଶ୍ରୀ ମିଶ୍ର, ନବୀନ ଚନ୍ଦ୍ର ସାହୁ, ଅମଜଦ ଅଲ୍ଳୀ, ଗଜମୋହନ ଗରଡିଆ, ଅଜୟ କୁମାର ରଥ, ସ୍ମୃତିରଂଜନ ମହାନ୍ତି, ତୁଷାର ସାହୁ, ସୁଶାନ୍ତ ପ୍ରଧାନ, ରବିନ୍ଦ୍ର ପାଟଖଣ୍ଡାଳ,ରଶ୍ମିରଂଜନ ଦୋରାଙ୍କ ସମେତ ଅନ୍ୟମାନେ ଉପସ୍ଥିତ ରହିଥିଲେ ।

Omkar Vasthu
Omkar Vasthu
ରାୟଗଡାରୁ ଶିବ ନାରାୟଣ ଗୌଡ଼ଙ୍କ ରିପୋର୍ଟ odiabarta.in

________________________________________

Pearl dental clinic
Near Ashish Medical Store, Bhawanipatna

୪x୭ ଖବର ଓ ବିଚାର ସୂଚନା ପାଇବା ପାଇଁ ଏଠି ଛୁଅଁଁନ୍ତୁ

Udyog Nursery
Udyogi Nursery

http://bit.ly/OBgroup3

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.