ମଣ୍ଡିରେ ପଡ଼ିରହିଛି ଧାନ : ଆମପାଣି ଠାରେ ଜାତୀୟ ରାଜପଥ ଅବରୋଧ କଲେ ଚାଷୀ 

କୋକସରା,୩୦/୧୨ : କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଆମପାଣି ପେକ୍ସରେ ଚାଷୀଙ୍କ ଧାନ ଉଠାଣ ବିଳମ୍ବ ହେବା କାରଣରୁ ଚାଷୀ କୂଳ ବାଧ୍ୟ ହୋଇ ଜାତୀୟ ରାଜପଥ -୨୬ ଆମପାଣି ଠାରେ ରାସ୍ତାରୋକ କରିଛନ୍ତି। ଫଳରେ ଆମପାଣି- ନବରଙ୍ଗପୁର ଜାତୀୟ ରାଜପଥରେ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଥିବା ବେଳେ ଘଟଣା ସ୍ଥଳରେ ଆମପାଣି ଥାନାଧିକାରୀ ପହଞ୍ଚି ବୁଝାସୁଝା କରିବା ପରେ ଚାଷୀମାନେ ରାସ୍ତାରୋକ ପ୍ରତ୍ୟାହାର କରିଥିଲେ । ତେବେ ବର୍ତ୍ତମାନ ସୁଦ୍ଧା ପେସ୍କ କର୍ମଚାରୀ ମାନଙ୍କ ସହିତ ଚାଷୀ ମାନଙ୍କ ଆଲୋଚନା ଜାରିରହିଛି। ତେବେ ସପ୍ତାହେ ହେବ ଚାଷୀ ମଣ୍ଡିରେ ଧାନ ଆଣି ଶୀତ କାକରରେ ଧାନକୁ ଜଗିବସିଥିବା ବେଳେ ପାତର ଅନ୍ତର ନୀତି ରେ ଧାନ ଉଠାଣ ହେଉଥିବା ଚାଷୀ ଅଭିଯୋଗ କରିଛନ୍ତି। ସୂଚନା ଅନୁସାରେ ଆମପାଣି ପେକ୍ସରେ ୯୪,୫୯୮ କୁଇଣ୍ଟାଲ ଧାର୍ଯ୍ୟ ଥିବା ବେଳେ ୫୬,୪୩୨ କୁଇଣ୍ଟାଲ ଧାନ ଉଠାଣ ହେଇଛି ୩୧ତାରିଖ ପର୍ଯ୍ୟନ୍ତ ୮୯୨ ଜଣ ଚାଷୀଙ୍କୁ ପି ପାସ ମାଧ୍ୟମରେ ଟୋକନ ପ୍ରଦାନ କରିଥିବା ବେଳେ ୫୦୦୦ କୁଇଣ୍ଟାଲରୁ ଅଧିକ ଧାନ ପଡି ରହିଥିବା ପେକ୍ସ ସମ୍ପାଦକ ସୂଚନା ଦେଇଛନ୍ତି ।

କୋକସରାରୁ ହିରଣ୍ୟ ବେହେରାଙ୍କ ରିପୋର୍ଟ odiabarta.in

୪x୭ ଖବର ଓ ବିଚାର ସୂଚନା ପାଇବା ପାଇଁ ଏଠି ଛୁଅଁଁନ୍ତୁ

http://bit.ly/OBgroup3

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.