ବାସହରା ଓ ଜମିହରା ବ୍ୟକ୍ତିଙ୍କୁ ଚିହ୍ନଟ କରି ବାସଗୃହ ଯୋଗାଇବା ପାଇଁ ଭାରତୀୟ ଆମ୍ବେକର ପାର୍ଟି ପକ୍ଷରୁ ଦାବି

ରାୟଗଡ,୪/୧ : ରାୟଗଡ ଜିଲ୍ଳା ସଦର ମହକୁମାର ରାୟଗଡ ତହସିଲ କାର୍ଯ୍ୟାଳୟ ଠାରେ ଶୁକ୍ରବାର ଦିନ ଭାରତୀୟ ଆମ୍ବେଦକାର ପାର୍ଟି ପକ୍ଷରୁ ବାସଗୃହ ଓ ଜମିହରା ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇ ଯଥାଶୀଘ୍ର ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅନ୍ତର୍ଗତରେ ଘର ଓ ଭୂମିହୀନଙ୍କୁ ଜାଗା ପ୍ରଦାନ କରାଯାଉ ବୋଲି ଦାବି କରାଯାଇଛି । ଭାରତୀୟ ଆମ୍ବେଦକର ପାର୍ଟି ପକ୍ଷରୁ ମା ମଝିଘରିଆଣୀ ମନ୍ଦିର ଠାରୁ ଶୋଭାଯାତ୍ରା ବାହାରି ତହସିଲ କାର୍ଯ୍ୟାଳୟ ଠାରେ ପଂହଚି ତହସିଲଦାର ଉମାଶଙ୍କର ବେହେରାଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ । ରେଳବାଇ ଡିଭିଜନ ନିମନ୍ତେ ରେଳ ବିଭାଗ ପକ୍ଷରୁ ରେଳବାଇ ସ୍ଥାନରେ ଗଢି ଉଠିଥିବା ବସ୍ତିବାସିନ୍ଦାଙ୍କୁ ଉଚ୍ଛେଦ କରାଯାଉଥିିବା ବେଳେ ସେମାନଙ୍କ ଥଇଥାନ ନିମନ୍ତେ କୈାଣସି ବ୍ୟବସ୍ଥା କରାଯାଉ ନ ଥିବାରୁ ଜିଲ୍ଳା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ବିସ୍ଥାପିତ ବସ୍ତିବାସିନ୍ଦାଙ୍କୁ ଥଇଥାନ କରନ୍ତୁ ବୋଲି ଦାବିପତ୍ରରେ ଉଲ୍ଳେଖ ରହିଛି । ରାୟଗଡ ସହରର ରେଳବାଇ ସ୍ଥାନରେ ଥିବା କୋଇଲାପଡା, ଲୋକୋ ଲାଇନ ଓ ଫରେଷ୍ଟ କଲୋନୀ, ପୂର୍ତ ବିଭାଗ ସମ୍ମୁଖ ଅଂଚଳ ଆଦିରେ ବାସ କରୁଥିବା ଶହ ଶହ ପରିବାରଙ୍କୁ ପୈାର ପରିଷଦ ତଥା ତହସିଲ ସ୍ଥାନରେ ଜାଗା ସହ ଘର ଯୋଗାଇବାକୁ ପାର୍ଟି ପକ୍ଷରୁ ଦାବି କରାଯାଇଛି । ତେବେ ଯଥାଶୀଘ୍ର ଏ ସଂପର୍କରେ ଆଲୋଚନା କରାଯାଇ ବିସ୍ଥାପିତ, ଭୂମିହରା ଓ ବାସହରା ଲୋକଙ୍କୁ ଚିହ୍ନଟ କରାଯିବା ନିମନ୍ତେ ପଦକ୍ଷେପ ଗ୍ରହଣ କରାଯିବ ବୋଲି ତହସିଲଦାର ଶ୍ରୀ ବେହେରା ପାର୍ଟି ନେତୃବୃନ୍ଦକୁ ପ୍ରତିଶୃତି ପ୍ରଦାନ କରିଛନ୍ତି ।

ରାୟଗଡାରୁ ଶିବ ନାରାୟଣ ଗୈାଡଙ୍କ ରିପୋର୍ଟ odiabarta.in

_______________________________________

୨୪x୭ ଖବର ଓ ବିଚାର ସୂଚନା ପାଇବା ପାଇଁ ଏଠି ଛୁଅଁଁନ୍ତୁ

http://bit.ly/OBgroup3

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.