ଶାସ୍ତ୍ରୀଜୀ ଶିକ୍ଷା ନିକେତନର ବାର୍ଷିକୋତ୍ସବ ସମାରୋହ ଉଦଯାପିତ

ଭବାନୀପାଟଣା,୬/୧: ଶାସ୍ତ୍ରୀଜୀ ଶିକ୍ଷା ନିକେତନ ଅଷ୍ଟମ ବାର୍ଷିକ ଉତ୍ସବ ସମାରୋହ ଉଦଯାପିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ କଳାହାଣ୍ଡି ସାଂସଦ ବସନ୍ତ କୁମାର ପଣ୍ଡା, ମୁଖ୍ୟ ବକ୍ତା ରାଜ୍ୟ ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାଏକ, ସମ୍ମାନିତ ଅତିଥି ଭବାନୀପାଟଣା ଗୋଷ୍ଠୀ ଶିକ୍ଷା ଅଧିକାରୀ ଜଗନ୍ନାଥ ପୁରୋହିତ, ଏମଜିଇଟି ଅଧ୍ୟକ୍ଷା ନିହାରିକା ପୁରୋହିତ, ସମ୍ପାଦକ ଆଶୁତୋଷ ମୁଣ୍ଡ ମଂଚାସୀନ ଥିଲେ।

ସ୍କୁଲ ନିର୍ଦ୍ଦେଶକ ପରମାନନ୍ଦ ନନ୍ଦ ସଭାପତିତ୍ୱ କରିଥିବା ବେଳେ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ ବିଦ୍ୟାଳୟର ଅଧ୍ୟକ୍ଷ ବସନ୍ତ କୁମାର ମହାପାତ୍ର। ବିବରଣୀ ପଠନ କରିଥିଲେ ଏମଜିଇଟି ସଦସ୍ୟା ସ୍ୱପ୍ନା ପ୍ରଧାନ। ମଂଚ ପରିଚାଳନା କରିଥିଲେ ମୁକୁନ୍ଦ ନାଏକ। ଏହି ଅବସରରେ ପ୍ରବେକ ପାତ୍ରଙ୍କୁ କୃତୀ ଶିକ୍ଷକ ଓ କୃତୀ ଛାତ୍ରୀ ଭାବେ ନବମ ଶ୍ରେଣୀର ରୀତାଞ୍ଜଳି ତାଣ୍ଡି ଏବଂ ଉତ୍ସର୍ଗୀକୃତ କର୍ମୀ ଭାବେ ମଞ୍ଜୁଲତା ପଟ୍ଟନାୟକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ପରେ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କାର ବିତରଣ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଧନ୍ୟବାଦ ଦେଇଥିଲେ ମଧୁସୂଦନ ପ୍ରଧାନ। ଜ୍ୟୋତିର୍ମୟ ହରପାଲ, ବାପି ମହାରଣା, ସାବିତ୍ରୀ ମହାରଣା, ସବିତା ମହାନ୍ତି ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

ଭବାନୀପାଟଣାରୁ ଦକ୍ଷ ସାହୁଙ୍କ ରିପୋର୍ଟ odiabarta.in

୨୪x୭ ଖବର ଓ ବିଚାର ସୂଚନା ପାଇବା ପାଇଁ ଏଠି ଛୁଅଁଁନ୍ତୁ

http://bit.ly/OBgroup3

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.