ସଇଁତଲା କେନ୍ଦୁପତ୍ର ଅସ୍ଥାୟୀ କର୍ମଚାରୀଙ୍କ ମିଳିତ ବୈଠକ

ସଇଁତଲା,୭/୧ : ବଲାଙ୍ଗିର ଜିଲ୍ଲା ଟିଟିଲାଗଡ ବନଖଣ୍ଡ , ସଇଁତଲା ବନାଞ୍ଚଳ ଅଧିନସ୍ତ ସଇଁତଲା ସେକସନ୍ ର ସମସ୍ତ ଚେକର, ମୁନସୀ ଓ ଚପରାସି ମାନଙ୍କୁ ନେଇ ଡେଙ୍ଗ୍ ପଡିନସ୍ତ ବଡ଼ ପରଜେଟ ଠାରେ ଏକ ସଭା ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମ ସଇଁତଲା ହେଡ ଚେକର୍ ଶ୍ରୀ ସୁଧିର ମିଶ୍ର, ଫରେଷ୍ଟର ଶ୍ରୀମତି ମନକାନ୍ତି ଭୋଇ ଓ ଫରେଷ୍ଟର ଶ୍ରୀମତି ରଞ୍ଜିତା ବାଗ ଆତିଥ୍ୟ ଗ୍ରହଣ କରିଥିଲେ ଓ କିପରି ଆସନ୍ତା କେନ୍ଦୁପତ୍ର ଗୋଛା କଟା, ପତ୍ର ତୋଳା ଠିକ୍ ଭାବରେ ଦାୟିତ୍ବ ସହ ତୁଳାଇବେ ସେହି ବିଷୟରେ ଆଲୋଚନା କରାଯାଇଥିଲା । ଫରେଷ୍ଟର ଶ୍ରୀମତି ମନକାନ୍ତି ଭୋଇ ଏବଂ ରଞ୍ଜିତା ବାଗଙ୍କୁ ସଇନ୍ତଳା ରେଞ୍ଜରୁ ଅନ୍ୟ ରେଞ୍ଜକୁ ବଦଳି ହୋଇଥିବାରୁ ଉଭୟଙ୍କୁ ବିଦାୟ ସମ୍ବର୍ଦ୍ଧନା ମଧ୍ୟ ଦିଆଯାଇଥିଲା । ଉକ୍ତ କାର୍ଯ୍ୟକ୍ରମକୁ ଶ୍ରୀ ଶୁସାନ୍ତ ମେହେର ପରିଚାଳନା କରିଥିବା ବେଳେ ସଇଁନ୍ତଳା ଚେକର ଶ୍ରୀ ସନ୍ତୋଷ ଦାଶ ଓ ବନ୍ଧେଇ ଚେକର୍ ଶ୍ରୀ ବିବେକ ପାତ୍ର ଅଭିଭାଷଣ ପ୍ରଦାନ କରିଥିଲେ । ଶ୍ରୀ ଟିକେଶ୍ଵର ଭୋଇ, ଡୁଲେଶ୍ଵର ଭୋଇ, ମନବୋଧ ସାହୁ, ଚନ୍ଦ୍ର ମଣି ରଣା, ମହେନ୍ଦ୍ର ରଣା, ଗୋଦାବରୀ ସାଗର,ହନୁ ଭୋଇ, ହଳଧର ପୋଡ଼,ନିଳ ଜାଳ,ବଟଙ୍କଧର ରଣା,ଳଳିତ ଭୋଇ, ହରି ସାହୁ, ସୁଶିଲ ମହାଡିକ, ହେମନ୍ତ ସାହୁ, ଗୁରୁବାରୁ ପୋଡ଼ ଓ ସଇନ୍ତଳା ସେକସନ୍ ର ସମସ୍ତ ସିଜିନାଳ କର୍ମଚାରୀ ସହଯୋଗ କରିଥିଲେ ।

ବଲାଙ୍ଗିର ଜିଲ୍ଲା ସଇଁତଲା ପ୍ରତିନିଧି ଗୋକୁଲା ନନ୍ଦ ବଗର୍ତ୍ତୀଙ୍କ ରିପୋର୍ଟ odiabarta.in

__________________________________________

୨୪x୭ ଖବର ଓ ବିଚାର ସୂଚନା ପାଇବା ପାଇଁ ଏଠି ଛୁଅଁଁନ୍ତୁ

http://bit.ly/OBgroup3

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.