ନବୋଦୟ ବିଦ୍ୟାଳୟ ଚୟନ ପରୀକ୍ଷାରୁ ବଞ୍ଚିତ ହେଲେ ଛାତ୍ରଛାତ୍ରୀ : ଅବିଭାବକ ମହଲରେ ଅସନ୍ତୋଷର ବାତାବରଣ

ଲାଞ୍ଜିଗଡ଼,୧୨/୧ : ନର୍ଲା ଜବାହାର ନବୋଦୟରେ ଶନିବାର ଅନୁଷ୍ଠିତ ଷଷ୍ଠ ଶ୍ରେଣୀ ଚୟନ ପରିକ୍ଷାରୁ ଲାଞ୍ଜିଗଡ ବ୍ଲକର କେତେକ ଛାତ୍ରଛାତ୍ରୀ ବଞ୍ଚିତ ହୋଇଛନ୍ତି ଯାହାକୁ ନେଇ ଅବିଭାବକ ମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି । ପ୍ରବେଶପତ୍ର ଆସିନଥିବାରୁ ଏହି ଛାତ୍ରଛାତ୍ରୀମାନେ ପରିକ୍ଷା ଦେବାରୁ ବଞ୍ଚିତହୋଇଥିବା ଜଣାପଡିଛି । ପ୍ରାପ୍ତ ସୂଚନାରୁ ପ୍ରକାଶଯେ, ଲାଞ୍ଜିଗଡ ବ୍ଲକ ଡଙ୍ଗରଗଡ ନୂତନ ପ୍ରାଥମିକ ବିଦ୍ୟାଳୟର ଛାତ୍ର ଅରୁଣ ମାଝୀ, ଛାତ୍ରୀ ମିନତୀ ହରିଜନ, ପ୍ରାଥମିକ ବିଦ୍ୟାଳୟ ବିଶ୍ୱନାଥପୁରର ଛାତ୍ରୀ ଅର୍ଚ୍ଚିତା ଦଣ୍ଡସେନା, ଛାତ୍ର ସରୋଜ ନାଗ ଓ ଗୁପ୍ତେ କୌଶଲ୍ୟା, ବ୍ଲକ କଲୋନୀ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବିଶ୍ୱନାଥପୁରର ଛାତ୍ରୀ ନିହା ବାରିକ,ଲପୂଜା ସେନା, ସଂଯୁକ୍ତା ବଥଲିଆ, ଛାତ୍ର ଗଣେଶ କରୁଆ, ସିଦ୍ଧି ଗଉଡ଼, ଜଗନ୍ନାଥ ପୁର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ର ସଞ୍ଜୟ ମାଝୀ ଓ ଉମେଶ ଗରଡ଼ିଆ, ଡିଏଭି ବେଦାନ୍ତ ଇଣ୍ଟରନେସନାଲ ସ୍କୁଲର ଛାତ୍ର ଶକ୍ତି ହରିଜନ ଏମିତି ଅନେକ ଛାତ୍ର ନବୋଦୟ ବିଦ୍ୟାଳୟ ପରିକ୍ଷାରୁ ବଞ୍ଚିତ ହୋଇଛନ୍ତି ।

ସୂଚନା ଯୋଗ୍ୟଯେ, ୨୦୨୦-୨୧ ଶିକ୍ଷା ବର୍ଷ ପାଇଁ ନବୋଦୟ ବିଦ୍ୟାଳୟର ଷଷ୍ଠ ଶ୍ରେଣୀ ନିମନ୍ତେ ଚୟନ ପରୀକ୍ଷା ପାଇଁ ଅନଲାଇନ ଓ ଅଫ୍ ଲାଇନ ପତ୍ର ପ୍ରକ୍ରିୟା ୧.୭.୨୦୧୯ ଠାରୁ ଆରମ୍ଭ କରାଯାଇ ଜନ ସାଧାରଣଙ୍କୁ ଅବଗତ କରାଇ ଦିଆଯାଇଥିଲା। ଅନ ଲାଇନ ଆବେଦନ ପତ୍ରର ଅନ୍ତିମ ତାରିଖ ଥିଲା ୩୦.୯.୨୦୧୯ । ଏହି ଛାତ୍ରଛାତ୍ରୀ ମାନେ ଆବେଦନ ପତ୍ର ଅପ୍ ଲାଇନରେ ବ୍ଲକ ବିଇଓ ଅଫିସରେ ଏବିଇଓ କାଶୀନାଥ ରାଉତରାୟଙ୍କୁ ଦେଇଥିଲେ ମଧ୍ୟ ଆଡ଼ମିଟ କାର୍ଡ ନ ଆସିବାରୁ ପରୀକ୍ଷାରୁ ବଞ୍ଚିତ ହୋଇଛନ୍ତି । ଏମିତି କେତେ ଗରିବ ଲୋକ ଶିକ୍ଷାର ଯୋଗ୍ୟତା ଥାଇ ମଧ୍ୟ ସରକାରଙ୍କ ସୁବିଧା ପାଇପାରୁ ନାହାନ୍ତି ବୋଲି ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ଏନେଇ ଲାଞ୍ଜିଗଡ଼ ବିଇଓ ସଂଜୀବ କୁମାର ନଏକଙ୍କୁ ପଚାରିବାରୁ ଆଜି ନବୋଦୟ ଚୟନ ପରୀକ୍ଷାରେ ପିଲାଙ୍କ ଆଡ଼ମିଟ କାର୍ଡ ନ ଆସିବାରୁ ପିଲା ମାନେ ପରୀକ୍ଷାରୁ ବଞ୍ଚିତ ହୋଇଛନ୍ତି। ଏହି ପିଲାମାନଙ୍କ ଶିକ୍ଷକ ଓ ଅଭିଭାଵକ ମାନେ ପିଲାଙ୍କ ଚୟନ ପରୀକ୍ଷା ପାଇଁ ଫର୍ମ ଅତିରଙ୍କ ଶିକ୍ଷା ଅଧିକାରୀ କାଶୀନାଥ ରାଉତରାୟଙ୍କୁ ଦେଇଛୁ କହୁଛନ୍ତି। ଶ୍ରୀ ରାଉତରାୟ ମଧ୍ୟ ନର୍ଲା ନବଦୟ ସ୍କୁଲକୁ ପଠାଇ ଥିଲି ବୋଲି କହୁଛନ୍ତି। କାହିଁକି ପିଲା ପରୀକ୍ଷାରୁ ବଞ୍ଚିତ ହେଲେ ତଦନ୍ତ ପରେ ଜଣା ପଡିବ ବୋଲି ପ୍ରକାଶ କରିଥିଲେ।

ଏବେ ଏହା ମଧ୍ୟରେ ଏକ ବଡ ଅଭିଯୋଗ ଆସିଛି । ବ୍ଲକର ଜଗନ୍ନାଥ ପୁର ପଞ୍ଚାୟତ ବଳଭଦ୍ର ପୁର ଗ୍ରାମର ମଙ୍ଗୁଲୁ ହାରିଜନଙ୍କ ପୁଅ ଶକ୍ତି ହାରିଜନ ନବଦୟ ବୃତି ପରୀକ୍ଷାରୁ ବଞ୍ଚିତ ହୋଇଛନ୍ତି। ଶକ୍ତିଙ୍କ ବାପା ମଙ୍ଗୁଲୁ କହିବା ଅନୁସାରେ ଗତ ୧୪ ସେପ୍ଟେମ୍ବର ୨୦୧୯ ଶନିବାର ଦିନ ୨ଟା ସମୟରେ ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ ବ୍ଲକ ଅତିରିକ୍ତ ଶିକ୍ଷାଧିକାରୀ କାଶୀନାଥ ରାଉତରାୟଙ୍କୁ ନବଦୟ ପ୍ରବେଶିକା ପରୀକ୍ଷା ପାଇଁ ଫର୍ମ ଦେଇଥିଲେ।ହେଲେ ୨/୩ ଦିନ ଛାଡି ମୋତେ ସାକ୍ଷାତ କରିବୁ ବୋଲି ମଙ୍ଗୁଲୁଙ୍କୁ ଏବିଇଓ ଶ୍ରୀ ରାଉତରାୟ କହିଥିଲେ। ହେଲେ କୌଣସି କାରଣ ବସତଃ ମଙ୍ଗୁଲୁ ଯାଇପାରିଲେ ନାହିଁ। ନବୋଦୟ ବୃତ୍ତି ପରୀକ୍ଷା ପାଖେଇ ଆସିଥିବା ବେଳେ ଅନ୍ୟ ପିଲାଙ୍କ ଆଡ଼ମିଟ କାଡ଼ ଦେଖି ମଙ୍ଗୁଲୁ ଅଫିସକୁ ଯାଇ ଏବିଇଓଙ୍କୁ ପଚାରି ଥିଲେ। ଏବିଇଓ ଛାତ୍ର ଶକ୍ତିର ବୃତି ପରୀକ୍ଷା ପାଇଁ ନାମ କଟି ଯାଇଥିବା କହିଥିଲେ। କାରଣ ପଚାରିବାରୁ ଜାନୁଆରୀ ୧୧ ଶନିବାର ପରୀକ୍ଷା ସରିବା ୩ ଦିନ ଛାଡିକି ଆସିଲେ କହିବି ବୋଲି ମଙ୍ଗୁଲୁକୁ କହିଥିବା ପ୍ରକାଶ କରିଛନ୍ତି। ହେଲେ ୧୫ ସେପ୍ଟେମ୍ବର ୨୦୧୯ ରବିବାର ଦିନ ଫର୍ମ ପକାଇବା ଶେଷ ତାରିଖରେ ଫର୍ମ ପକାଇ ଥିବା ଛାତ୍ର ନିଆଳି ଗ୍ରାମର ସୁମନ ହରିଜାନଙ୍କ ଆଡ଼ମିଟ କାଡ଼ ଆସିଲା କିନ୍ତୁ ଶକ୍ତିର କାହିଁକି ଆସିଲା ନାହିଁ, ଯଦି କଟି ଗଲା ମେସେଜ ଦେବା ପାଇଁ ମୋବାଇଲ ନମ୍ବର ଦିଆଯାଇଛି, ପରୀକ୍ଷା ଆଗରୁ ନ ଜଣାଇ ପରୀକ୍ଷାର ୩ ଦିନ ପରେ କାହିଁକି ଜଣାଇବେ ଏବିଇଓ ଶ୍ରୀ ରାଉତରାୟ ବୋଲି ବାପା ମଙ୍ଗୁଲୁ ଅଭିଯୋଗ କରିଛନ୍ତି। ମଙ୍ଗୁଲୁ ନିହାତି ଗରିବ ଯୋଗୁଁ ପୁଅ ୫ମ ଶ୍ରେଣୀରେ ଲାଞ୍ଜିଗଡ଼ ଡିଏଭି ବେଦାନ୍ତରେ ପଢ଼ୁଥିବା ବେଳେ ବର୍ତ୍ତମାନ ପୁଅକୁ ପଢ଼ାଇବା ମଙ୍ଗୁଲୁଙ୍କ ପାଇଁ ଅର୍ଥ ବାଧକ ସାଜିଛି। ଏହି ପରିସ୍ଥିତିରେ ସରକାରଙ୍କ ସ୍କୁଲରେ ପାଠ ପଢାଇବା ଆଶା କରି ଥିଲେ ମଧ୍ୟ ତାହା ଗରିବଙ୍କ ପାଇଁ ବିଫଳ ହୋଇଛି।

ଲାଞ୍ଜିଗଡ ପ୍ରତିନିଧି ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ odiabarta.in

୨୪x୭ ଖବର ଓ ବିଚାର ସୂଚନା ପାଇବା ପାଇଁ ଏଠି ଛୁଅଁଁନ୍ତୁ

http://bit.ly/OBgroup3

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.