ମ.ରାମପୁର ବ୍ଲକସ୍ତରୀୟ ଘୁମୁରା ଉତ୍ସବ ପାଳିତ : ବଜାଶାଲ ଓ ଘୁଡ଼ୁକା ନୃତ୍ୟରେ ଝୁମିଲେ ଦର୍ଶକ

କଳାହାଣ୍ଡିର ସଂସ୍କୃତି ଗାଁରୁ ବିଶ୍ୱାଭିମୁଖୀ ହେଉ

Omkar Vasthu
Omkar Vasthu

କଳାହାଣ୍ଡି,୧୨/୧(ହେମନ୍ତ ସାହୁ): ମ.ରାମପୁର ବ୍ଲକ ସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା – ୨୦୨୦ ଅନୁଷ୍ଠିତ ହୋଇଯାଇଛି । ଉତ୍ସବ ଅବସରରେ ଅତିଥିମାନେ କଳାହାଣ୍ଡିର ସଂସ୍କୃତି ଗାଁରୁ ବିଶ୍ୱାଭିମୁଖୀ ହେଉ ଏବଂ ଆଦିବାସୀ ପିଲା ନିଜେ ଢାପକୁ ନେଇ ଜାତୀୟ ଆର୍ନ୍ତଜାତୀୟ ସ୍ତରରେ ପ୍ରଦର୍ଶନ କରୁ ବୋଲି ମତ ପ୍ରକାଶ କରିଥିଲେ । ଘୁମୁରାର ସାଂସ୍କୃତିକ କାର୍ଯ୍ୟକ୍ରମ ଅବସରରେ ବଜାଶାଲ ଓ ଘୁଡ଼ୁକା ନୃତ୍ୟର ତାଳେ ତାଳେ ଦର୍ଶକମାନେ ଝୁମିଥିବା ଦେଖାଯାଇଥିଲା । ଏହି ଘୁମୁରା ଉତ୍ସବ ଶୁଭ ମଶାଲ ମ.ରାମପୁରର ଇଷ୍ଟଦେବୀ ମାଁ ଡ଼ୋକରୀଙ୍କଠାରେ ପୂଜାର୍ଚ୍ଚନା ପରେ ମନ୍ଦିରରୁ କୁମାର ବିମଳଚନ୍ଦ୍ର ସିଂହଦେଓ ପ୍ରଥମେ ମଶାଲକୁ ଶୁଭାରମ୍ଭ କରିବା ପରେ ପରେ ବିଭିନ୍ନ ସ୍ଥାନରେ ସମାଜସେବୀ ପଦ୍ମଲୋଚନ ମିଶ୍ର, ରେଂଜଅଧିକାରୀ କେଶବ ମାଝୀ, ତହସିଲଦାର ସୟଦ ଇସାକ ମଦିନା, ସରପଂଚ ଚିତ୍ତରଂଜନ ବାଗ, ମ.ରାମପୁର ଗୋଷ୍ଠୀ ଚିକିତ୍ସାଧିକାରୀ ଡ଼ାକ୍ତର ସୁଧୀର କୁମାର ଦୀପ, ବିଡ଼ିଓ ରୁମାନା ଜାଫ୍ରିଙ୍କ ସମେତ ଉଦଘାଟନୀ ଉତ୍ସବର ମୁଖ୍ୟ ଅତିଥି ମ.ରାମପୁର ପଂଚାୟତ ସମିିତି ଅଧ୍ୟକ୍ଷ ଜୀବେଶ କୁମାର ପଣ୍ଡାଙ୍କ କରକମଳରେ ମଶାଲ ସ୍ଥାପନ, ପତାକା ଉତ୍ତୋଳନ ସହ ଆନୁଷ୍ଠାନିକ ଭାବେ ଉତ୍ସବର ଉଦଘାଟନୀ ଘୋଷଣା କରିବା ପରେ ଉଦଘାଟନୀ ଉତ୍ସବ ଅନୁଷ୍ଠିତ ହେଇଥିଲା । ଏଥିରେ ବିଡ଼ିଓ ରୁମାନା ଜାଫ୍ରି ଅଧ୍ୟକ୍ଷତା କରିଥିବାବେଳେ ସମ୍ମାନୀତ ଅତିଥିଭାବରେ ତହସିଲଦାର ସୟଦ ଇସାକ ମଦିନା, ସରପଂଚ ଚିତ୍ତରଂଜନ ବାଗ ଯୋଗଦେଇଥିଲେ । ପରେ ପରେ ମଂଚରେ ଘୁମୁରା, ଢାପ୍, ବଜା ପ୍ରଦର୍ଶିତ ହେଇଥିଲା । ସାରା ଦିବସ ବିଭିନ୍ନ ବିଦ୍ୟାଳୟ ଓ ସର୍ବସାଧାରଣସ୍ତରରେ ବିଭିନ୍ନ ପ୍ରତିଯୋଗୀତା ଅନୁଷ୍ଠିତ ହେଇଥିଲା । ଉଦଯାପନୀ ଉତ୍ସବ ମ.ରାମପୁର ବ୍ଲକ ଅଧ୍ୟକ୍ଷ ଜୀବେଶ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥିଭାବରେ ଅବସରପ୍ରାପ୍ତ ଶିକ୍ଷକ ବରିଷ୍ଠ ନାଗରିକ ବୃନ୍ଦାବନ ପ୍ରହରାଜ, ମୁଖ୍ୟବକ୍ତା ଅଧ୍ୟାପକ ପରମେଶ୍ୱର ମୁଣ୍ଡ, ସମ୍ମାନୀତ ଅତିଥି ତହସିଲଦାର ସୟଦ ଇସାକ ମଦିନା, ସରପଂଚ ଚିତ୍ତ ରଂଜନ ବାଗ, ବିଡ଼ିଓ ରୁମାନା ଜାଫ୍ରି ଯୋଗଦେଇଥିଲେ । ଏହି ଅବସରରେ ପଂଚାୟତସ୍ତରୀୟ ପ୍ରତିଯୋଗୀତାଗୁଡ଼ିକର ପୁରସ୍କାର ବିତରଣ ପରେ ପରେ ବ୍ଲକସ୍ତରୀୟ ବିଭିନ୍ନ ପ୍ରତିଯୋଗୀତାର କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା । ଉଭୟ ଉତ୍ସବରେ ପ୍ରାରମ୍ଭିକ ସଂଗୀତ ସନ୍ତୋଷ କୁମାର ଦୁବେ, ସରସ୍ୱତୀ ଦାସ, ସୁଧୀର ନାଏକ, କର୍ମା ସାହୁ, ଶ୍ରୀପତି ପଟ୍ଟନାୟକଙ୍କ ଦ୍ୱାରା ଗାନ କରାଯାଇଥିଲା । ମଂଚ ପରିଚାଳନା କରିଥିଲେ ହେମନ୍ତ ସାହୁ ଏବଂ ଶିବ ଶଙ୍କର ପଟ୍ଟନାୟକ । ପରେ ପରେ ପ୍ରତିଭା ଭବାନୀପାଟଣା, ସଂଗୀତ ସାଧନା, ଲୋଇସିଂହାର ସାନବଡ଼ ଘୁଡ଼ୁକା ନୃତ୍ୟରେ ଦର୍ଶକମାନେ ବହୁତ ସମୟଧରି ଉପଭୋଗ କରିଥିଲେ । ସମସ୍ତ କାର୍ଯ୍ୟକ୍ରମ ପରିଚାଳନାରେ ବିଭିନ୍ନ ବିଦ୍ୟାଳୟର ଶିକ୍ଷକ/ଶିକ୍ଷୟିତ୍ରୀ/ବିଭିନ୍ନ ପଂଚାୟତର ସରପଂଚ/ସମିତିସଭ୍ୟ/ଅଙ୍ଗନୱାଡ଼ିକର୍ମୀ ସହଯୋଗ କରିଥିବାବେଳେ ବିଭିନ୍ନ ବିଭାଗ ତରଫରୁ ଷ୍ଟଲ ସବୁ ଲଗାଯାଇ ଜନସାଧାରଣଙ୍କୁ ବିଭିନ୍ନ ଯୋଜନା ସଂପର୍କରେ ସଚେତନ କରିଥିଲେ ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

୨୪x୭ ଖବର ଓ ବିଚାର ସୂଚନା ପାଇବା ପାଇଁ ଏଠି ଛୁଅଁଁନ୍ତୁ

http://bit.ly/OBgroup3

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.