ନିଆଁରେ ପୋଡି ମହିଳା ମୃତ

ଲାଞ୍ଜିଗଡ଼,୧୨/୧ : କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ଥାନା ଅନ୍ତର୍ଗତ ପ୍ରତାପ ପୁର ଗ୍ରାମର ମହେନ୍ଦ୍ର ହାରିଜନଙ୍କ ସ୍ତ୍ରୀ ପ୍ରେମ (୩୦) ନିଆଁରେ ଜଳି ଯାଇଥିବା ଯୋଗୁଁ ବିଷମକଟକ ଖ୍ରୀଷ୍ଟିଆନ ମେଡିକାଲରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ଘଟିଛି। ଲାଞ୍ଜିଗଡ଼ ପୁଲିସ ସୂତ୍ରରୁ ପ୍ରକାଶ ଯେ ୫ ତାରିଖ ରବିବାର ଦିନ ସନ୍ଦ୍ୟା ୯ ଘଣ୍ଟା ସମୟରେ ପ୍ରତାପ ପୁର ଗ୍ରାମର ମହେନ୍ଦ୍ରଙ୍କ ସ୍ତ୍ରୀ ପ୍ରେମ ଗ୍ରାମର କିଛି ସ୍ତ୍ରୀ ମାନଙ୍କ ସହିତ ଶୀତ ହେଉଥିବା ଯୋଗୁଁ ନିଆଁ ଜାଳିକି ବସିଥିଲେ। ଠିକ୍ ଏହି ସମୟରେ ନିଆଁରେ ପାଳ ଆଣି ପକାଇବା ଫଳରେ ନିଆଁ ହୁ ହୁ ହୋଇ ଜଳିଥିଲା। ଯାହା ଫଳରେ ପ୍ରେମର ଶାଢୀରେ ଲାଗି ଯାଇଥିଲା। ପ୍ରେମର ଗୋଡ଼ର ଲେଡି ଠାରୁ ଜଙ୍ଗ ପର୍ଯ୍ୟନ୍ତ ଜଳି ଯାଇଥିଲା। ଘଟଣା ସ୍ଥଳରୁ ପ୍ରେମକୁ ସାଙ୍ଗେ ସାଙ୍ଗେ ବିଶ୍ୱନାଥପୁର ମେଡିକାଲ ନେଇ ସେଠାରୁ ଭବାନୀପାଟଣା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା। ଭବାନୀପାଟଣା ମେଡିକାଲରେ ୫ ଦିନ ରଖିବା ପରେ ଶୁକ୍ରବାର ଦିନ ରାୟଗଡ଼ା ଜିଲ୍ଲା ବିଷମକଟକ ଖ୍ରୀଷ୍ଟିଆନ ମେଡିକାଲକୁ ପଠା ଯାଇଥିଲା। ସେଠାରେ ଚିକିତ୍ସାଧିନ ଅବସ୍ଥାରେ ପ୍ରେମଙ୍କ ମୃତ୍ୟୁ ଘଟିଥିଲା।

ଲାଞ୍ଜିଗଡ ପ୍ରତିନିଧି ଦୁଃଖିଶ୍ୟାମ ନାଗ(ନିଲେଶ)ଙ୍କ ରିପୋର୍ଟ odiabarta.in

୨୪x୭ ଖବର ଓ ବିଚାର ସୂଚନା ପାଇବା ପାଇଁ ଏଠି ଛୁଅଁଁନ୍ତୁ

http://bit.ly/OBgroup3

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.