ନର୍ଲା,୧୩/୧ : କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅନ୍ତର୍ଗତ ବିଲାଟ ଶିବ ମନ୍ଦିର ଠାରେ ଅଖିଳ ଭାରତୀୟ ମାରୱାଡି ସମ୍ମେଳନ, ରୁପ୍ରାରୋଡ ଶାଖା ଦ୍ୱାରା ସ୍ଥାପନା ଦିବସ ଅବସରରେ ବରିଷ୍ଠ ନାଗରିକଙ୍କୁ ସମ୍ବର୍ଦ୍ଧନା ଓ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ରୁପ୍ରାରୋଡ ମାରୱାଡି ସମ୍ମେଳନ ସଭାପତି ସତ୍ୟନାରାୟଣ ଜୈନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସ୍ଥାପନା ଦିବସ କାର୍ଯ୍ୟକ୍ରମରେ କେସିଙ୍ଗା ମାରୱାଡି ପଞ୍ଚାୟତର ଶ୍ୟାମସୁନ୍ଦର ଅଗ୍ରୱାଲା ମୁଖ୍ୟ ଅତିଥି, ନର୍ଲା ବ୍ଲକ ଉପାଧ୍ୟକ୍ଷ ଦୁର୍ଗା ପ୍ରସାଦ ମହାନ୍ତି ଓ ବାର ଟେକ୍ସ ଏସୋସିଏସନର ସଭାପତି ଗୋପାଳ ଜୈନ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ। ଜୋନ ଉପାଧ୍ୟକ୍ଷ ସୁବାସ ଅଗ୍ରୱାଲ, ମାରୱାଡି ଯୁବାମଞ୍ଚ ରୁପ୍ରାରୋଡ ଶାଖାର ସଭାପତି ରିନେଶ ଅଗ୍ରୱାଲ, ମହିଳା ମଣ୍ଡଳ ରୁପ୍ରାରୋଡ ଶାଖାର ସଭାନେତ୍ରୀ ମୋଞ୍ଜୁ ଅଗ୍ରୱାଲଙ୍କ ସହିତ ମହିଳା ମଣ୍ଡଳ ରୁପ୍ରାରୋଡ ଶାଖାର ନୂତନ ସଭାନେତ୍ରୀ ରାଶେଶ୍ୱରି ଅଗ୍ରୱାଲ ମଞ୍ଚାସୀନ ଥିଲେ।
ବରିଷ୍ଠ ନାଗରିକ ମୁଲଚନ୍ଦ ଅଗ୍ରୱାଲ, ଜଗଦୀଶ ଅଗ୍ରୱାଲ, ବରିଷ୍ଠ ମହିଳା ସାବିତ୍ରୀ ଅଗ୍ରୱାଲ ଓ କମଳା ଦେବୀ ଶର୍ମା ପ୍ରମୂଖଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ପ୍ରଥମେ ଅଗ୍ରସେନ ମହାରାଜଙ୍କ ପ୍ରତିକୃତିରେ ପୁଷ୍ପ ମାଲ୍ୟ ଦେଇ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ସଭା କାର୍ଯ୍ୟ ଆରମ୍ଭ କରାଯାଇଥିଲା।ପ୍ରଦୀପ ଅଗ୍ରୱାଲ ମଞ୍ଚ ପରିଚାଳନା କରିଥିବାବେଳେ ସତ୍ୟନାରାୟଣ ଜୈନ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମକୁ ମାରୱାଡି ଯୁବାମଞ୍ଚ ରୁପ୍ରାରୋଡ ଶାଖା ଓ ମହିଳା ମଣ୍ଡଳ ରୁପ୍ରାରୋଡ ଶାଖା ସହଯୋଗ କରିଥିଲେ ।
ନର୍ଲାରୁ ନିରଞ୍ଜନ ଗୌଡଙ୍କ ରିପୋର୍ଟ odiabarta.in
_________________________________________