ସ୍ୱାମୀ ବିବେକାନନ୍ଦ ୟୁଥ୍ କ୍ଲବର ଦଶମ ବାର୍ଷିକ ଉତ୍ସବ

ଗ୍ରାମାଞ୍ଚଳରେ ସଂସ୍କୃତିର ମଙ୍ଗ ଧରିଛି ସ୍ୱାମୀ ବିବେକାନନ୍ଦ ୟୁଥ କ୍ଳବ୍

Omkar Vasthu
Omkar Vasthu

କଳାହାଣ୍ଡି :୧୨/୧(ହେମନ୍ତ ସାହୁ): ମ.ରାମପୁର ବ୍ଲକ ସିଂହପୁର ଗାଁ ସ୍ୱାମୀ ବିବେକାନନ୍ଦ ୟୁଥ କ୍ଲବର ଦଶମ ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ ହେଇଯାଇଛି । ଗତ ୫ ତାରିଖରୁ ଏହି କ୍ଲବ ତରଫରୁ ଚାଲିଥିବା ବିଭିନ୍ନ ପ୍ରତିଯୋଗୀତା ପରେ ରବିବାର ସମାପନ ଉତ୍ସବରେ ସଭାପତି ରାଜ କୁମାର ଗାନ୍ଧୀଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥିଭାବରେ ମୋହନଗିରୀ ୬୪ ବାଟାଲିଅନ ସିଆରପିଏଫ୍ ଆସିଷ୍ଟାଣ୍ଟ କମାଣ୍ଡେଣ୍ଟ ଅନିରୁଦ୍ଧ ପାଣ୍ଡେ, ମୁଖ୍ୟବକ୍ତା ଭାବରେ ବରିଷ୍ଠ ସାମ୍ବାଦିକ ତଥା ଯୁବକବି ହେମନ୍ତ ସାହୁ, ସମ୍ମାନୀତ ଅତିଥି ଅଧ୍ୟାପକ କୌତୁକ ପନ୍ଦର, ଶିକ୍ଷକ ବରୁଣ ପୁଟା, ସମାଜସେବୀ ଗୋକୁଳାନନ୍ଦ ବିଶ୍ୱାଳ, ସିଂହପୁର ସରପଂଚ ବିଦ୍ୟାଧର ପାତ୍ର ଯୋଗଦେଇ ଗ୍ରାମାଂଚଳରେ ୟୁଥ କ୍ଲବର ଭୂମିକା ସହିତ ଏହି ସ୍ୱାମୀ ବିବେକାନନ୍ଦ ୟୁଥ୍ କ୍ଲବର ପ୍ରୟାସକୁ ଭୂରି ଭୂରି ପ୍ରଶଂସା କରିଥିଲେ ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

ଏହି ଅବସରରେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗୀତାର କୃତୀ ପ୍ରତିଯୋଗୀଙ୍କୁ ଅତିଥିମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ପରିଚାଳନାରେ ସଂପାଦକ କ୍ଷୀରସାଗର ଧରୁଆ, କର୍ମକର୍ତ୍ତା ବାପୁନ ପ୍ରଧାନ, ଶ୍ରୀରାମ ମାଝୀ, ଦିଲୁ ପ୍ରଧାନ, ମନୁରାଜ ପ୍ରଧାନ, ବିକାଶ ପଧାନ, ଲୋଚନ ପଧାନ, ପିଣ୍ଟୁ ପ୍ରଧାନ, ନିର୍ମଳ ଗାନ୍ଧୀ, ଗୋବିନ୍ଦ ଭୋଇ, ସନ୍ଥ ଧାରୁଆ, ଶରତ ବାଘ, ଜିତେନ୍ଦ୍ର ପ୍ରଧାନ(୧), ନିର୍ମଳ ଗାନ୍ଧୀ, ସୁବାସ ସାହୁ, ଭୋଳାନାଥ ପ୍ରଧାନ, ବୁଲୁ ପ୍ରଧାନ, ଜଗନ୍ନାଥ ପ୍ରଧାନ(୨), ବବଲୁ ପ୍ରଧାନ,ଦେବାଶିଷ ସାହୁ ପ୍ରମୁଖ ସହଯୋଗ କରିଥିଲେ ।

୨୪x୭ ଖବର ଓ ବିଚାର ସୂଚନା ପାଇବା ପାଇଁ ଏଠି ଛୁଅଁଁନ୍ତୁ

http://bit.ly/OBgroup3

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.