ସ୍ବାମୀ ବିବେକାନନ୍ଦ ପବ୍ଲିକ ସ୍କୁଲ ଠାରେ ନେତାଜୀ ଓ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ

ଭବାନୀପାଟଣା,୨୩/୧ : ସ୍ଥାନୀୟ ସ୍ୱାମୀ ବିବେକାନନ୍ଦ ପବ୍ଲିକ ସ୍କୁଲ ପ୍ରାଙ୍ଗଣରେ ଦୁଇ ସ୍ୱାଧୀନତା ସଂଗ୍ରାମୀ ନେତାଜୀ ଓ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ ପାଳିତ ହୋଇଯାଇଛି। ଏହି ଅବସରରେ ସ୍କୁଲର ଅଧ୍ୟକ୍ଷ ତଥା ପ୍ରତିଷ୍ଠାତା ଶିବରାମ ନାୟକ ଅଧ୍ୟକ୍ଷତା କରିଥିଲେ। ସ୍କୁଲର ସଭାପତି ବ୍ରହ୍ମାନନ୍ଦ ସାମଲ, ବରିଷ୍ଠ ଶିକ୍ଷୟତ୍ରୀ ସାଗରିକା ଦାସ ସମ୍ମାନିତ ଅତିଥି ରୂପରେ ଯୋଗ ଦେଇଥିବା ବେଳେ ଆଇନଜୀବୀ ଅଜିତ ସେନାପତି ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ରାଷ୍ଟ୍ରଗଠନରେ ଛାତ୍ରଛାତ୍ରୀ ମାନଙ୍କ ଭୂମିକା ଅତୁଳନୀୟ। ପ୍ରତ୍ୟେକ ଛାତ୍ରଛାତ୍ରୀ ନିଜର ଜୀବନକାଳ ମଧ୍ୟରେ ରାଷ୍ଟ୍ରଗଠନରେ ସମର୍ପିତ ଭାବନା ରଖିଲେ ନିଶ୍ଚୟ ଦୁଇ ବୀରପୁତ୍ରଙ୍କ ସ୍ବପ୍ନର ଭାରତ ଗଠନ ହେବ ବୋଲି ଉପସ୍ଥିତ ଅତିଥିଗଣ ନିଜର ବକ୍ତବ୍ୟ ରଖିଥିଲେ। ଶିକ୍ଷୟତ୍ରୀ ଚିନ୍ମୟୀ ବୈଠାରୁ ସଭା ପରିଚାଳନା କରିଥିବାବେଳେ ଶିକ୍ଷୟତ୍ରୀ ଉପାସନା ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ସଭାରେ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ ଉପସ୍ଥିତ ରହି ସଭାକୁ ସାଫଲ୍ୟ ମଣ୍ଡିତ କରିଥିଲେ। ରାଷ୍ଟ୍ରଗାନ ସହ ସଭା ସାଙ୍ଗ ହୋଇଥିଲା।

Udyog Nursery
Udyogi Nursery
ଭବାନୀପାଟଣାରୁ ଦକ୍ଷ ସାହୁଙ୍କ ରିପୋର୍ଟ odiabarta.in

୨୪x୭ ଖବର ଓ ବିଚାର ସୂଚନା ପାଇବା ପାଇଁ ଏଠି ଛୁଅଁଁନ୍ତୁ

http://bit.ly/OBgroup3

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.