ଦୁରୁଦୁରୀ ନୂତନ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ

ଭବାନୀପାଟଣା,୨୩/୦୧:- ଭବାନୀପାଟଣା ବ୍ଲକ ଅଟାଙ୍ଗଗୁଡା କ୍ଲଷ୍ଟର ଦୁରୁଦୁରୀ ନୂତନ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ଆୟୋଜିତ ହୋଇଯାଇଛି। ଏଥିରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଜଗନ୍ନାଥ ପୁରୋହିତ ମୁଖ୍ୟ ଅତିଥି, ଅତିରିକ୍ତ ଶିକ୍ଷା ଅଧିକାରୀ ଠାକୁର ଚନ୍ଦ୍ର ସାହୁ ମୁଖ୍ୟବକ୍ତା ଭାବେ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ରୂପେ ଇନ୍ଦ୍ରଜିତ ମହାକୁଡ଼, ହୃଷିକେଶ ପଣ୍ଡା, ଜଗନ୍ନାଥ ଦାସ, ରାଧେଶ୍ୟାମ ଦାସ ଯୋଗଦେଇଥିଲେ।

ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନଶିକ୍ଷୟିତ୍ରୀ ପୂର୍ଣ୍ଣିମା ଭୋଇ ବାର୍ଷିକ ବିବରଣୀ ପାଠ କରିଥିଲେ। ସିଆରସିସି ମିନତୀ ପ୍ରଧାନ ସଭା ପରିଚାଳନା ଓ ଶିକ୍ଷୟିତ୍ରୀ ରୋଜାଲୀନ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ। ବିଶିଷ୍ଟ ଅତିଥି ଭାବେ ଆଶୁତୋଷ ମିଶ୍ର, ସୀତାରାମ ପଣ୍ଡା, ଅରୁଣ ବିଷୋୟୀ, ସୁଢ଼ଳଦେବ ମୁଣ୍ଡ, ଶେଷଦେଵ ମିଶ୍ର, ଦୁଷ୍ମନ୍ତ ସାହୁ ଓ ରାମଶଙ୍କର ପଟ୍ଟନାୟକ ଉପସ୍ଥିତ ଥିଲେ। ଉଜ୍ବଳ ଓ ଗାରିମା ଶିକ୍ଷାଦାନରେ କାଂସ୍ୟ ଓ ରୌପ୍ୟ ପଦକ ହାସଲ କରିଥିବାରୁ ରୋଜା ଓ ପ୍ରୀତି ଦିଦିଙ୍କୁ ସମ୍ମାନିତ କରାଯାଇଥିଲା। ଏହାପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।

ଭବାନୀପାଟଣାରୁ ଦକ୍ଷ ସାହୁଙ୍କ ରିପୋର୍ଟ odiabarta.in


୨୪x୭ ଖବର ଓ ବିଚାର ସୂଚନା ପାଇବା ପାଇଁ ଏଠି ଛୁଅଁଁନ୍ତୁ

http://bit.ly/OBgroup3

ଗୁଗଲ୍ କ୍ରୋମ୍’ରେ odiabarta.in ଖୋଲି ଲାଲ୍ ବେଲ୍ ବଟନ୍’ରେ ଛୁଅଁଁନ୍ତୁ ଓ ନୋଟିଫିକେସନ୍ ସବସ୍କ୍ରାଇବ୍ କରନ୍ତୁ

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.