ନୂଆପଡ଼ା,୩୦/୧: ଖଡ଼ିଆଳ ଦରବାର ହଲରେ ଓଡ଼ିଶା ସାହିତ୍ୟ ଏକାଡେମୀ ଓ ଖଡ଼ିଆଳ ସାହିତ୍ୟ ସମିତି ପକ୍ଷରୁ କବି ବ୍ରଜରାଜ ସିଂହଦେବଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ସମାରୋହ ଆୟୋଜିତ ହୋଇଯାଇଛି।
ଏକାଡେମୀ ସାଧାରଣ ପରିଷଦ ସଦସ୍ୟ ଡ.ସୁଶାନ୍ତ କୁମାର ବିଶିଙ୍କ ପୌରୋହିତ୍ୟରେ ଆୟୋଜିତ ସମାରୋହରେ ବିଶିଷ୍ଟ ଗବେଷକ ତଥା ଲେଖକ ଡ.ଜିତାମିତ୍ର ପ୍ରସାଦ ସିଂହଦେବ ମୁଖ୍ୟ ଅତିଥି, ବିଶିଷ୍ଟ କଥାକାର ତଥା ସମ୍ପାଦକ ସୁକାନ୍ତ ସାହୁ ମୁଖ୍ୟବକ୍ତା, ବିଶିଷ୍ଟ ଅନୁବାଦକ ତଥା କବି ଆଶୁତୋଷ ପାତ୍ର ସମ୍ମାନାନୀୟ ବକ୍ତା, ଖଡ଼ିଆଳ ସାହିତ୍ୟ ସମିତିର ଉପସଭାପତି ବଳଭଦ୍ର ମହାଉତି ଓ କବି ଇରଫାନ୍ ମହମ୍ମଦ ସମ୍ମାନାନୀୟ ଅତିଥି ଭାବେ ମଂଚାସୀନ ଥିଲେ। କବି ଗୌରାଙ୍ଗ କୁମାର ସାହୁ ସ୍ୱାଗତ ସମ୍ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ କବି କୁନାଲ ଚରଣ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।
୨୪x୭ ଖବର ଓ ବିଚାର ସୂଚନା ପାଇବା ପାଇଁ ଏଠି ଛୁଅଁଁନ୍ତୁ