‘ସୃଜନ ସମକାଳ’ର ୯ମ କବିତା ଆସରରେ ଅତିଥି କଲେ କବିତା ଚର୍ଚ୍ଚା

“ଓଡିଆ କବିତା ଦୁର୍ବୋଧ୍ୟତାରୁ ମୁକୁଳି ଆସିବା କବିତା ପାଇଁ ଏକ ଶୁଭ ଲକ୍ଷଣ”

ବାଲେଶ୍ୱର, ୩/୨:(କୃଷ୍ଣ କୁମାର ମହାନ୍ତିଙ୍କ ଠାରୁ) ବିବର୍ତ୍ତନର ଧାରାରେ ଓଡିଆ କବିତାରେ ଅନେକ ପରିବର୍ତ୍ତନ ଘଟିଛି ଏବଂ ଅାଗକୁ ଓଡିଆ କବିତାର ବିଶେଷ ଭଲଦିନ ଅାସୁଛି। କବିତା ଦୁର୍ବୋଧ୍ୟତାରୁ ମୁକୁଳି ଅାସି କ୍ରମଶଃ ବୋଧଗମ୍ୟ ହେବାରେ ଲାଗିଛି। ଏହା କବିତା ପାଇଁ ଏକ ଶୁଭ ଲକ୍ଷଣ। ତରୁଣ କବିମାନେ କବିତାର ନୂଅା ଧାରା ଓ ନୂଅା ଶୈଳୀ ସହିତ ପରିଚିତ ହେବା ସହିତ ନିଜର ଦୁର୍ବଳତାକୁ ସ୍ବୀକାର ନକଲେ ସେମାନେ ଏକ ଚେନ୍ ବିହୀନ ସାଇକେଲରେ ପରିଣତ ହୋଇଯିବେ ବୋଲି ‘ସୃଜନ ସମକାଳ’ର ୯ମ କବିତା ଅାସରରେ ଅତିଥି ଅାଲୋଚକମାନେ ମତବ୍ୟକ୍ତ କରିଛନ୍ତି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଅାସରର ଅାବାହକ ଅଭୟ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଅାସରରେ ଫକୀରମୋହନ ସ୍ବୟଂଶାସିତ ମହାବିଦ୍ୟାଳୟର ଓଡିଆ ବିଭାଗ ମୁଖ୍ୟ ଡକ୍ଟର ସନ୍ତୋଷ କୁମାର ନାୟକ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ। କବି କାଳିପଦ ପଣ୍ଡା, ପ୍ରାବନ୍ଧିକ ବାଞ୍ଛାନିଧି ଦାସ ଓ ‘ଧ୍ୱନି ପ୍ରତିଧ୍ୱନି’ର ମୁଖ୍ୟ ସମ୍ପାଦକ ସୃଷ୍ଟିଧର ପରିଡ଼ା ଏଥିରେ ଅତିଥି ଭାବେ ଯୋଗ ଦେଇଥିବା ବେଳେ ପ୍ରାଥମିକ ସୂଚନା ପ୍ରଦାନ କରିଥିଲେ କବି ଇନାୟତ ଅଲ୍ଲି। କବିତାଗୁଡ଼ିକର ସଂଯୋଜନା କରିଥିଲେ ମଧୁସୂଦନ ମିଶ୍ର ଓ ପ୍ରବୀର କମିଳା। ଶ୍ରୀମତୀ ମଂଜୁଲତା ବଳ ଜଗନ୍ନାଥ ଭଜନ ଗାନ କରିଥିବା ବେଳେ ଅଧ୍ୟାପକ ଅଶୋକ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅାସରରେ ନୃସିଂହ ଚରଣ ନାୟକ, ପ୍ରଭାକର ସାହୁ, ସତ୍ୟରଂଜନ ସାହୁ, ଅାଜିମ୍ ବାଲେଶ୍ୱରୀ, ସୁବ୍ରତ ମହାନ୍ତି, ଶାନ୍ତିଲତା ପଣ୍ଡା, ଡକ୍ଟର ରତ୍ନାକର ସିଂହ, ଜୁମର ନାଥ ପାତ୍ର, ଜୟନ୍ତୀ ଦାସ, ଶାନ୍ତନୁ କୁମାର ଜେନା, ସ୍ନିଗ୍ଧା ସାମନ୍ତରାୟ, ଜୟନ୍ତୀ ରଣା, ସଂଗୀତା ବାରିକ ଓ ମଧୁସୂଦନ ମାଝି ପ୍ରମୁଖ କବିତା ପାଠ କରିଥିଲେ। ପରିଶେଷରେ ଦିବଂଗତ କବି ରବି ସିଂଙ୍କ ବିୟୋଗରେ ନୀରବ ପ୍ରାର୍ଥନା କରାଯାଇଥିଲା।

Udyog Nursery
Udyogi Nursery

ଗପ, କବିତା ଓ ସାହିତ୍ୟ ଖବର ସୂଚନା ୨୪x୭ ପାଇବା ପାଇଁ ଏଠି ଛୁଅଁନ୍ତୁ

ସାହିତ୍ୟ@ଓଡ଼ିଆବାର୍ତ୍ତା.ଇନ୍

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.