ରାସ୍ତା ତଳକୁ ଚାଲିଗଲା ୧୦୮ : ସୁରକ୍ଷିତ ରୋଗୀ ପରିବହନକୁ ନେଇ ଉଠିଲା ପ୍ରଶ୍ନବାଚୀ

ନର୍ଲା,୨୬/୨ (ନିରଞ୍ଜନ ଗୌଡ) : ନର୍ଲା ଗ୍ୟାସ ଅଫିସ ନିକଟସ୍ଥ ବଡ ପୁଲିଆ ନିକଟରେ ଆଜି ଏକ ୧୦୮ ଆମ୍ବୁଲାନ୍ସ ରାସ୍ତା ତଳକୁ ଚାଲି ଯାଇଥିବା ଦେଖା ଯାଇଛି । ତେବେ OD 02 BJ 2663 ନମ୍ବର ବିଶିଷ୍ଟ ଏହି ୧୦୮ରେ କୌଣସି ରୋଗୀ ନଥିଲେ । ଆମ୍ବୁଲାନ୍ସଟି କାହିଁକି ରାସ୍ତା ତଳକୁ ଚାଲି ଯାଇଥିଲା ତାହା ସ୍ପଷ୍ଟ ହୋଇପାରିନଥିବା ବେଳେ ଡ୍ରାଇଭରଙ୍କ ଅସାବଧାନତା ଯୋଗୁଁ ଏହା ଘଟିଛି ବୋଲି ପ୍ରତକ୍ଷଦର୍ଶ ମାନଙ୍କ ସୁତ୍ରରୁ ପ୍ରକାଶ । ଯଦି ଏଥିରେ ରୋଗୀ ରହିଥାନ୍ତେ ତେବେ ପରିସ୍ଥିତି କ’ଣହୋଅଥାନ୍ତା ବୋଲି ସାଧାରଣର ଚର୍ଚ୍ଚା ଚାଲିଥିବାବେଳେ ଏକ ବଡ ଦୁର୍ଘଟଣାରୁ ଏହା ଅଳ୍ପକେ ବର୍ତ୍ତି ଯାଇଛି । ଅନ୍ୟପଟେ ସୁରକ୍ଷିତ ରୋଗୀ ପରିବହନକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

_________________________________________

୨୪x୭ ଖବର ଓ ବିଚାର ସୂଚନା ପାଇବା ପାଇଁ ଏଠି ଛୁଅଁଁନ୍ତୁ

http://bit.ly/OBgroup3

ଗୁଗଲ୍ କ୍ରୋମ୍’ରେ odiabarta.in ଖୋଲି ଲାଲ୍ ବେଲ୍ ବଟନ୍’ରେ ଛୁଅଁଁନ୍ତୁ ଓ ନୋଟିଫିକେସନ୍ ସବସ୍କ୍ରାଇବ୍ କରନ୍ତୁ

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.