ବନ ବିଭାଗ ରେଞ୍ଜ ଅଧିକାରୀ ଓ କର୍ମଚାରୀଙ୍କୁ ଘେରିଲେ ଗ୍ରାମବାସୀ

କଳାହାଣ୍ଡି,୨୬/୨ : ମ.ରାମପୁର ରେଞ୍ଜ ଅଧିନସ୍ଥ ବୁରାଟ ଗ୍ରାମ ରେ ଆଜି ସକାଳେ କୌଣସି ସୂତ୍ର ରୁ ଖବର ପାଇ ଉକ୍ତ ଗ୍ରାମର ପୂର୍ଣ୍ଣ ଚନ୍ଦ୍ର ଗୌଡ଼ଙ୍କ ଘର କୁ ତଲାସୀ କରିବାକୁ ରେଞ୍ଜ ଅଧିକାରୀ କେଶବ ଚନ୍ଦ୍ର ମାଝୀଙ୍କ ନେତୃତ୍ୱରେ ବନ କର୍ମଚାରୀ ମାନେ ଯାଇଥିଲେ । କିନ୍ତୁ ଉକ୍ତ ଘରେ କିଛି କାଠପଟା ପାଇନଥିଲେ ।ବିନା କାରଣରେ ଜଣେ ଗରିବ ପରିବାରକୁ ବନ ବିଭାଗ ଏଭଳି ହଇରାଣ କରୁଥିବା ପ୍ରତିବାରେ ଗ୍ରାମବାସୀ ମାନେ ବନ କର୍ମଚାରୀ ଙ୍କୁ ପ୍ରାୟ ଦୁଇ ଘଣ୍ଟା ରୁ ଅଧିକ ସମୟ ଅଟକ ରଖିଥିଲେ । ପୋଲିସ ମଧ୍ୟ ବୁଝାଶୁଝା କରିଥିଲା ତଥାପି ବୁଝିନଥିଲେ ଗ୍ରାମବାସୀ । ଘଟଣା ସମ୍ପର୍କରେ ଖବର ପାଇ ମ.ରାମପୁର ବ୍ଲକ ଅଧ୍ୟକ୍ଷ ଜିବେଶ କୁମାର ପଣ୍ଡା ଓ ସରପଞ୍ଚ ଚିତ୍ତ ରଞ୍ଜନ ବାଗ ଗ୍ରାମବାସୀଙ୍କୁ ବୁଝାଇ ଶାନ୍ତ କରିଥିଲେ । ପରେ ଗ୍ରାମବାସୀ ବନ କର୍ମଚାରୀଙ୍କୁ ସେଠାରୁ ଛାଡିଥିଲେ । ତେବେ ବନବିଭାଗର ଆଜିର ଚଢ଼ାଉକୁ ଗ୍ରାମବାସୀ ମାନେ ଘୋର ବିରୋଧ କରିଥିଲେ ।

Omkar Vasthu
Omkar Vasthu
କଳାହାଣ୍ଡିରୁ ହେମନ୍ତ ସାହୁଙ୍କ ରିପୋର୍ଟ OdiaBarta.in

_________________________________________

Pearl dental clinic
Near Ashish Medical Store, Bhawanipatna

୨୪x୭ ଖବର ଓ ବିଚାର ସୂଚନା ପାଇବା ପାଇଁ ଏଠି ଛୁଅଁଁନ୍ତୁ

Udyog Nursery
Udyogi Nursery

http://bit.ly/OBgroup3

ଗୁଗଲ୍ କ୍ରୋମ୍’ରେ odiabarta.in ଖୋଲି ଲାଲ୍ ବେଲ୍ ବଟନ୍’ରେ ଛୁଅଁଁନ୍ତୁ ଓ ନୋଟିଫିକେସନ୍ ସବସ୍କ୍ରାଇବ୍ କରନ୍ତୁ

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.