COVID-19 ମୁକାବିଲା ପାଇଁ ଲାଞ୍ଜିଗଡରେ ସଚେତନତା କାର୍ଯ୍ୟକ୍ରମ

ଲାଞ୍ଜିଗଡ,୨୧/୩ : କରୋନା ଭାଇରସ (COVID-19)  ସଚେତନତା ପାଇଁ ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି ଓଡିଶା ସରକାର । ରାଜ୍ୟ ଠାରୁ ଜିଲ୍ଲା, ଜିଲ୍ଲା ଠାରୁ ବ୍ଲକ ଓ ବ୍ଲକ ଠାରୁ ପଞ୍ଚାୟତ ପର୍ଯ୍ୟନ୍ତ ନିଜେ ସଚେତନ ହେବା ସହ ଲୋକଙ୍କୁ ସଚେତନ କରିବା ପାଇଁ ଲଗାତାର ସୂଚନା ଓ ସଚେତନ କରାଯାଉଛି । କଳାହାଣ୍ଡି ଜିଲ୍ଲାର ଲାଞ୍ଜିଗଡ ବ୍ଲକରେ ମଧ୍ୟ ବ୍ଲକ ପ୍ରଶାସନ ପକ୍ଷରୁ ଗାଁ ଗାଁ ବୁଲି ଲିଫଲେଟ୍ ବାଣ୍ଟି ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଯାଉଛି । କରୋନା ମୁକାବିଲା ପାଇଁ ବ୍ଲକ ଅଧ୍ୟକ୍ଷ ଇ.ଫକୀର ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମ ଲାଞ୍ଜିଗଡ଼ ବିଡିଓ ଜିତେନ୍ଦ୍ର କୁମାର ମିଶ୍ର, ଜିଲ୍ଲା ଡିଏମଆରସିଏଚ ଲାଞ୍ଜିଗଡ଼ ବ୍ଲକ ନୋଡାଲ ଅଫିସର ଭବାନୀ ଶଙ୍କର ସାହୁ, ବ୍ଲକ ସ୍ୱାସ୍ଥ୍ୟ ବିଭାଗର ଟିଏଚଇଓ ଦିବାକର ପ୍ରଧାନ, ବ୍ଲକ ଉପାଦକ୍ଷ୍ୟା ତୁଳସୀ ନାଏକ ଓ ବ୍ଲକ ବିଭିନ୍ନ ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ ମାନଙ୍କୁ ନେଇ ଏକ ନିର୍ଦ୍ଦିଷ୍ଟ କାର୍ଯ୍ୟକ୍ରମ ହୋଇଥିଲା।

କିଭଳି କରୋନା ମୁକାବିଲା କରାଯାଇ ପାରିବ ତାହା ନେଇ ବିଭିନ୍ନ ପ୍ରକାର ଆଲୋଚନା କରିଥିଲେ। ସେହିଭଳି ଲାଞ୍ଜିଗଡ ବିଡିଓ ଜିତେନ୍ଦ୍ର କୁମାର ମିଶ୍ରଙ୍କ ନିର୍ଦ୍ଧେଶରେ ବ୍ଲକର ବିଭିନ୍ନ ପଞ୍ଚାୟତରେ ପଞ୍ଚାୟତ ନିର୍ବାହୀ ଅଧିକାରୀ ମାନେ ବୈଠକ ରଖିଥିଲେ । ଏଥିରେ ପଞ୍ଚାୟତରେ କାର୍ଯ୍ୟରତ ଥିବା ସ୍ୱାସ୍ଥ୍ୟକର୍ମି, ଆଶାକର୍ମି, ଅଙ୍ଗନବାଡିକର୍ମି, ଶିକ୍ଷକ ଓ ପ୍ରତ୍ୟେକ ୱାର୍ଡର ୱାର୍ଡସଭ୍ୟ ମାନଙ୍କୁ ନେଇ କରୋନା ଭାଇରସର ମୁକାବିଲା ପାଇଁ ଆଲୋଚନା ହୋଇଥିଲା । ବ୍ଲକର ବିଭିନ୍ନ ପଞ୍ଚାୟତର ଅନେକ ଶ୍ରମିକ ବାହାର ରାଜ୍ୟକୁ କାମ କରିବା ପାଇଁ ଯାଇଛନ୍ତି । ଏହାକୁ ଦୃଷ୍ଟିରେ ରଖି ପଞ୍ଚାୟତ ନିର୍ବାହୀ ଅଧିକାରୀ ମାନଙ୍କୁ ସମସ୍ତ ୱାର୍ଡସଭ୍ୟ ମାନଙ୍କୁ ଗାଁରେ ନଜର ରଖିବା ପାଇଁ କହିଛନ୍ତି । 

ଆମେ ନିଜେ ସଚେତନ ରହିଲେ କୈାଣସି ଭାଇରସ ଆମ ଅଞ୍ଚଳକୁ ପ୍ରବେଶ କରିପାରିବ ନାହିଁ ବୋଲି ଦୃଢକ୍ତି ପ୍ରକାଶ କରିଥିଲେ । ମଧୁବାବୁ ପେନସନରେ ମିଳୁଥିବା ଭତ୍ତା ଏକକାଳିନ ୪ମାସର ପ୍ରଦାନ କରାଯିବ ବୋଲି କହିଥିବା ବେଳେ ଯଥାଶିଘ୍ର ପିଡିଏସ୍ ସାମଗ୍ରୀ ମଧ୍ୟ ଦିଆଯିବ ବୋଲି କହିଥିଲେ। ବାରମ୍ବାର ଦୁର୍ଗମ ଅଞ୍ଚଳର ପଞ୍ଚାୟତ ତଥା ଗାଁ ଗାଁ ବୁଲି ଲାଞ୍ଜିଗଡ଼ ବ୍ଲକ ବିଧାୟକ ପ୍ରତିନିଧି ପ୍ରଦୀପ ଘଡେ଼ଇ, ବ୍ଲକ ବିଜେଡି ସଭାପତି ଗୋବିନ୍ଦ ପ୍ରଧାନୀ, ବ୍ଲକ ପୂର୍ବତନ ଉପାଦକ୍ଷ୍ୟ ଜଗଦୀଶ ବେନିଆଁ ଓ ବିଜୁ ଦଳର ବିଶ୍ୱନାଥ ଘଡେ଼ଇ କରୋନା ପ୍ରତି ସଚେତନ କରାଇଥିବା ବେଳେ ଲାଞ୍ଜି, ଲାଖବାହିଲି, ବେନଙ୍ଗା, ଲାଞ୍ଜିଗଡ, ବାତେରଲିମା, ଜଗନ୍ନାଥପୁର, ବସନ୍ତପଡା, ଛତ୍ରପୁର, ତ୍ରିଲୋଚନପୁର, ବିଜେପୁର, ପାହାଡପଦର, ମାଳିଯୁବାଙ୍ଗ, ପୋଖରୀବନ୍ଧ ପ୍ରତ୍ୟେକ ପଞ୍ଚାୟତରେ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି ।

ଲାଞ୍ଜିଗଡ ପ୍ରତିନିଧି ଦୁଃଖିଶ୍ୟାମ ନାଗଙ୍କ ରିପୋର୍ଟ OdiaBarta.in

_________________________________________

୨୪x୭ ଖବର ଓ ବିଚାର ସୂଚନା ପାଇବା ପାଇଁ ଏଠି ଛୁଅଁଁନ୍ତୁ

http://it.ly/OBgroup3

ଗୁଗଲ୍ କ୍ରୋମ୍’ରେ odiabarta.in ଖୋଲି ଲାଲ୍ ବେଲ୍ ବଟନ୍’ରେ ଛୁଅଁଁନ୍ତୁ ଓ ନୋଟିଫିକେସନ୍ ସବସ୍କ୍ରାଇବ୍ କରନ୍ତୁ

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.