ପ୍ରକୃତିର ପ୍ରକୋପ : କୁଆପଥର ମାଡ଼ରେ ବ୍ୟାପକ କ୍ଷୟକ୍ଷତି

ହେତୁ ହେବା ଦିନଠୁ ଏଭଳି କୁଆପଥର ବର୍ଷା ପ୍ରଥମ ବୋଲି କହିଲେ ବରିଷ୍ଠ ନାଗରିକ

କଳାହାଣ୍ଡି,୨୦/୩(ହେମନ୍ତ ସାହୁ): ଗତକାଲି ସନ୍ଧ୍ୟାରେ କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକର କିଛି ଅଂଚଳରେ କୁଆପଥର ବର୍ଷା ଦେଖାଯାଇଥିଲା ଏବଂ ଏହି ବର୍ଷା ଏତେ ପ୍ରଖର ଥିଲା ଯେ,ବର୍ଷା ପରେ ପରେ ରାସ୍ତାଘାଟରେ ପ୍ରାୟ ଦୁଇ ଇଂଚର ବରଫ ଜମିରହିଥିଲା ଏଭଳି ବି ହେଇଥିଲା,କିଛି ସ୍ଥାନରେ କୁଆପଥର ସକାଳଯାଏଁ ରହିଥିଲା ଏଥିରୁ ଅନୁମେୟ ଯେ କୁଆପଥର କିଭଳି ଭାବରେ ବର୍ଷା ହେଇଥିଲା ଏବଂ ଏହା କେତେ ବଡ଼ ବଡ଼ । ତ୍ରିନାଥ ମହାଖୁଡ଼ ନାମକ ଜୈନେକ ବରିଷ୍ଠ ନାଗରିକ ହେତୁ ହେବା ଦିନଠାରୁ ଏତେ ବଡ଼ ବଡ଼ କୁଆପଥର ବର୍ଷା କେବେ ହେଇନଥିଲା ବୋଲି କହିଥିବାବେଳେ ଗତ କାଲିର କୁଆପଥର ମାଡ଼ରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଜଣାଯାଇଛି । ମ.ର।।ମପୁର ବ୍ଳକ ସଦର ପଂଚାୟତର ଗୌଡ଼କେଲା ଓ ଉର୍ଲାଦାନୀ ପଂଚାୟତର ଲାହାଡ଼ି ଗ୍ରାମର ୭୨ ପରିବାର,ପିଡ଼େଲ ଗ୍ରାମର ୩୨ ପରିବାର,ଜାର୍କାର ୫୫ ପରିବାର,ମାର୍ଦ୍ଦିଂର ୨୫ ପରିବାର ସଂପୂର୍ଣ୍ଣ ଭାବରେ ପ୍ରଭାବିତ ହେଇପଡ଼ିଛନ୍ତି ।

Omkar Vasthu
Omkar Vasthu

ଉର୍ଲାଦାନୀ ପଂଚାୟତର ଏହି ପ୍ରଭାବିତ ଗ୍ରାମଗୁଡ଼ିକରେ ଘରର ଛପର ଭାଙ୍ଗିବା ସହିତ ଧ୍ୱସ୍ତ ବିଧ୍ୱସ୍ତ ହେଇପଡ଼ିବା ସହିତ ଫସଲ ନଷ୍ଟ ହେଇଛି । ଏହି କୁଆପଥର ମାଡ଼ରେ ଗ୍ରାମବାସୀମାନେ ଘୋର ଦୁର୍ଦ୍ଦିନରେ ରାତ୍ରିଯାପନ କରିଥିବାବେଳେ ଯଦି ଆଜି ବର୍ଷା ହୁଏ ତେବେ ରାତିରେ ଶୋଇବା କାଠିକର ପାଠ ହେଇପଡ଼ିବ । ଝଡ଼ବର୍ଷା ଯୋଗୁଁ ୫୯ନମ୍ବର ଜାତୀୟ ରାଜପଥ ହର୍ଲଙ୍ଗା ନିକଟରେ ରାସ୍ତାଉପରେ ଦିନସାରା ପଡ଼ିରହିଥିବାବେଳେ ଜାତୀୟ ରାଜପଥ କଡ଼େ କଡ଼େ ଏକାଧିକ ବିଦ୍ୟୁତ ଖୁଂଟ ଭାଙ୍ଗିପଡ଼ିଛି । ଫଳରେ ଆଗାମୀ କିଛି ଦିନ ପାଇ ଏହି ସବୁ ଅଂଚଳ ବିଦ୍ୟୁତ ସେବାରୁ ବଂଚିତ ରହିବେ ଏବଂ ପଶୁ ସମ୍ପଦ ମଧ୍ୟ ବିପନ୍ନ ହେଇପଡ଼ିଥିବା ସୂଚନା ମିଳିଛି ।

Pearl dental clinic
Near Ashish Medical Store, Bhawanipatna

ତେବେ ଏହି ଅଂଚଳ ତରଫରୁ ଡ଼ାଇଡ଼ ମାଝୀ,ପ୍ରକାଶ ମାଝୀ,ହେମନ୍ତ ମାଝୀ,ନୂଆ ମାଝୀ,ନୀର ମାଝୀ,ରାମଚନ୍ଦ୍ର ମାଝୀ,କୁଲେଶ୍ୱର ମାଝୀ ପ୍ରମୁଖ ମ.ରାମପୁର ବିଡ଼ିଓଙ୍କୁ ଦରଖାସ୍ତ କରିଛନ୍ତି ଏଥି ସହିତ ଗୌଡ଼କେଲାଠାରେ ଘରର ଛପର,ଆଜବେଷ୍ଟ,ସୋଲାର ପ୍ଲେଟ ସବୁ ଚୁରମାର ହେଇଯିବା ଫଳରେ ଗ୍ରାମବାସୀମାନେ ବିଦ୍ୟାଳୟ ବାରଣ୍ଡାରେ ଆଶ୍ରୟ ନେଇଥିବା ଜଣାଯାଇଛି । କେବଳ ସେତିକିନୁହେଁ ଏହି ଗାଁରେ ପନିପରିବା,କଦଳୀ ଭଳି ଅନ୍ୟାନ୍ୟ ଚାଷ ମଧ୍ୟ ସଂପୂର୍ଣ୍ଣ ନଷ୍ଟ ହେଇପଡ଼ିଥିବାବେଳେ ଇଟାଭାଟି ମଧ୍ୟ ସଂପୂର୍ଣ୍ଣ ଧ୍ୱଂସ ହେଇଯାଇଛି ।

Udyog Nursery
Udyogi Nursery

ଟିକସ ବାନ୍ଧି ଇଟାଭାଟି କରୁଥିବା ଏହି ଗରୀବ ତଥା ଦିନମଜୁରିଆମାନେ ଏବେ ମୁଣ୍ଡରେ ହାତ ଦେଇ ବସିଛନ୍ତି । ଏନେଇ ଗୌଡ଼କେଲା ଗ୍ରାମର ସତ୍ୟବ୍ରତ ମହାଖୁଡ଼,କୃଷ୍ଣ ମହାଖୁଡ଼,କୀର୍ତ୍ତନ ମାଝୀ,ସୁଦର୍ଶନ ମାଝୀ,ଭରତ ମାଝୀ,ଧୁବଲେ ମାଝୀ,ମୋତିରାମ ଭୋଇ,ଲୁକନାଥ ଭୋଇ,ୱାର୍ଡ଼ ସଭ୍ୟା କୁମୁଦିନୀ ମହାଖୁଡ଼,ଜୟରାମ ମହାଖୁଡ଼ ପ୍ରମୁଖ ତହସିଲଦାରଙ୍କୁ ଦରଖାସ୍ତ କରିଥିବାବେଳେ ରାଜସ୍ୱ ନିରୀକ୍ଷକ ଆଜି ଗାଁକୁ ଯାଇ କ୍ଷୟକ୍ଷତିର ଆକଳନ କରିଥିବା ଜଣାଯାଇଛି । ଠିକ ସେହିପରି ମ.ରାମପୁର ତଳସାଗରପଡ଼ାର ଛବି ଛତର,ରାକେଶ ସେଠ୍ ଯିଏ ନିଜ ବାଡ଼ିରେ ପନିପରିବା ଚାଷ କରି ପରିବାର ପ୍ରତିପୋଷଣ କରନ୍ତି ତାଙ୍କର ବାଇଗଣ,ଟମାଟୋ,ଭେଣ୍ଡି ଚାଷ ମଧ୍ୟ ସଂପୂର୍ଣ୍ଣ କ୍ଷୟକ୍ଷତି ହେଇଛି ।

ତେବେ ଗତକାଲିର କୁଆପଥର,ଝଡ଼,ବର୍ଷା ଫଳରେ ମ.ରାମପୁର ବ୍ଲକର ୧୯ଗୋଟି ପଂଚାୟତରେ ଉଣାଅଧିକ କ୍ଷୟକ୍ଷତି ହେଇଥିବାବେଳେ ଏନେଇ ତହସିଲଦର ସୟଦ ଇସାକ ମଦିନାଙ୍କୁ ପଚାରିବାରୁ ସେ,ରାଜସ୍ୱ ନିରୀକ୍ଷଣଙ୍କୁ ସ୍ଥିତି ଅନୁଧ୍ୟାନ କରିବାକୁ ପଠାଯାଇଛି ଏବଂ ସେମାନଙ୍କ ରିପୋର୍ଟକୁ ଆଧାର କରି ପ୍ରଶାସନ ତରଫରୁ ଯଥାସମ୍ଭବଶିଘ୍ର ସହାୟତା ଯୋଗାଇଦିଆଯିବା ବୋଲି କହିଛନ୍ତି । ତେବେ ଏହାର ଉପଯୁକ୍ତ ତଦନ୍ତ କରାଯାଇ,ଗରୀବ ଲୋକଙ୍କୁ ଯଥାଶିଘ୍ର କ୍ଷତିପୂରଣ ଯୋଗାଇଦେବାକୁ ବିଭିନ୍ନ ମହଲରେ ଦାବିି ହେଉଛି ।


ଏଠି ଛୁଇଁ ସବୁ ଖବର ଓ ବିଚାର ସୂଚନା ପାଆନ୍ତୁ ମାଗଣାରେ

http://bit.ly/OBgroup3

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.