ଧର୍ମଗଡ,୨୫/୧୨:
ଦଣ୍ଡପାଟ ଅଞ୍ଚଳ ର ବେହେରା ଗ୍ରାମରେ ଓମଫେଡ ତରଫରୁ ଦଣ୍ଡପାଟ ଦୁଗ୍ଧ ସମବାୟ ସମିତି ବେହେରା ଅନୁକୁଲ୍ୟରେ ଦୁଗ୍ଧ ସଂଗ୍ରହ ଆରମ୍ଭ ହୋଇ ଯାଇଛି । ଦଣ୍ଡପାଟ ଏକ ଚାଷୀ ପ୍ରବଣ ଅଞ୍ଚଳ ଏଠାକାର ଚାଷୀ ଧାନ ଚାଷ ଉପରେ ନିର୍ଭର କରି ନିଜର ପରିବାରର ଗୁଜୁରାଣ ମେଣ୍ଟାଇ ଥାନ୍ତି। ଦଣ୍ଡପାଟ ଅଞ୍ଚଳ ରେ ଚାଷୀ ମାନଙ୍କ ପାଇଁ ଆଉ ଏକ ଦୁଗ୍ଧ ସମବାୟ ଯୋଡି ହୋଇ ଥିବାରୁ ଚାଷୀ ମାନଙ୍କ ଆର୍ଥିକ ବିକାଶ ରେ ସହଯୋଗ ହେବ ଓ ଅର୍ଥନୀତି ସୁଦୃଢ ହୋଇ ପାରିବ । ଉଧଘାଟନୀ ଉତ୍ସବ ରେ ଧର୍ମଗଡ଼ ପଂଚାୟତ ସମିତି ଅଧ୍ୟକ୍ଷ ବଳରାମ ପୁଝାରୀ ,sdvo ଡା ପ୍ରଶାନ୍ତ ମିଶ୍ର, bvo ଡା ଆଭା ମଞ୍ଜୁରୀ ନାୟକ , vas ଡା ସୁଧାଂଶୁ ଶେଖର ବେହେରା , a vas ଡା ନିହାର ରଞ୍ଜନ ଦେବତା , omfed supervisor ଲିଙ୍ଗ ରାଜ ବଗାର ନବୀନ , ଦଣ୍ଡପାଟ mpcs ଅଧ୍ୟକ୍ଷ ଟିକମନ ଯାଦବ , ସମ୍ପାଦକ ଗଗନ ସିଂ , ବେହେରା ସରପଞ୍ଚ ଶ୍ରୀମତୀ ସୁଚିତ୍ରା ଗୋପାଳ , ଭାରତୀୟ ଯାଦବ ମହାସଭା କଳାହାଣ୍ଡି ସଭାପତି ଡା ଦୁଷ୍ମନ୍ତ ଯାଦବ , lis ଭାବେ ଶବର , ଟଙ୍କ ପଟେଲ ,ପିତାମ୍ବର ଗୋପାଳ , ପର୍ଲା ସମିତି ସଭ୍ୟ ଗୟା ଧର ଖରସେଲ ଓ ଜୟନ୍ତପୁର ସମିତି ସଭ୍ୟ ସୁବାସ ଚନ୍ଦ୍ର ବାଗ ଓ ଦଣ୍ଡପାଟ ଅଞ୍ଚଳ ର ଦୁଗ୍ଧ ଚାଷୀ ଉପସ୍ଥିତ ରହି ସଭା ଟି କୁ ସଫଳ କରିଥିଲେ ।
Report by Labani Rout, Correspondent Dharmagarh