ରାୟଗଡ ଜିଲ୍ଳାକୁ ଫେରିବେ ୧୫ ରୁ ୨୦ ହଜାର ପ୍ରବାସୀ ଓଡିଆ ଶ୍ରମିକ : ଜିଲ୍ଳାପାଳ

୧୪ ଦିନିଆ କ୍ୱାରେନଟାଇନରେ ରଖିବା ପାଇଁ ସମସ୍ତ ବ୍ୟବସ୍ଥା ପ୍ରସ୍ତୁତ ହେଉଛି

Omkar Vasthu
Omkar Vasthu

ଅନ୍ୟ ରାଜ୍ୟର ପ୍ରବାସୀ ଶ୍ରମିକ ରେଳଧାରଣା ବାଟରେ ଆସୁଥିବା ଚିନ୍ତା ବଢ଼ାଉଛି

Pearl dental clinic
Near Ashish Medical Store, Bhawanipatna

ରାୟଗଡ,୨୮/୪ : ମହାମାରୀ କରୋନାର ମୁକାବିଲା ପାଇଁ ରାୟଗଡ ଜିଲ୍ଳା ପ୍ରଶାସନ ତରଫରୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଓ ସହଯୋଗରେ ବ୍ୟାପକ ବ୍ୟବସ୍ଥାକୁ ଗୁରୁତ୍ୱ ଦିଆଯାଉଛି । ଅନ୍ୟ ରାଜ୍ୟରେ ଦାଦନ ଭାବେ ରହିଥିବା ଓଡିଶାର ପ୍ରବାସୀ ଶ୍ରମିକମାନଙ୍କୁ ରାଜ୍ୟକୁ ଫେରାଇ ଆଣିବା ପାଇଁ ସରକାର ନିଷ୍ପତି ନେଇଛନ୍ତି । ଏହି ମର୍ମରେ ରାୟଗଡ ଜିଲ୍ଳାରେ ମଧ୍ୟ ୨୪ଏପ୍ରିଲରୁ ଏକ ପୋର୍ଟାଲ ଖୋଲାଯାଇ ସେଥିରେ ଫେରୁଥିବା ଲୋକଙ୍କ ପଂଜୀକରଣ କରାଯାଉଛି ଏବଂ ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ସହ ୧୪ଦିନିଆ କ୍ୱାରେନଟାଇନରେ ରଖିବା ପାଇଁ ଜିଲ୍ଳା ପ୍ରଶାସନ ତରଫରୁ ସମସ୍ତ ପ୍ରସ୍ତୁତି ଜାରି ରହିଥିବା ବେଳେ ବିଭିନ୍ନ ରାଜ୍ୟରୁ ପାଖାପାଖି ୧୫ ରୁ ୨୦ହଜାର ମଧ୍ୟରେ ରାୟଗଡ ଜିଲ୍ଳାର ପ୍ରବାସୀ ଓଡିଆ ଶ୍ରମିକ ଫେରିବେ ବୋଲି ଜିଲ୍ଳାପାଳ ପ୍ରମୋଦ କୁମାର ବେହେରା ପ୍ରକାଶ କରିଛନ୍ତି । ସେହିପରି ପଡୋଶୀ ଆନ୍ଧ୍ରପ୍ରଦେଶରୁ ରାୟଗଡ ଜିଲ୍ଳାକୁ ସଂଯୋଗ କରୁଥିବା ରେଳଧାରଣା ବାଟ ଦେଇ ପ୍ରତିଦିନ ପ୍ରବାସୀ ଶ୍ରମିକମାନେ ଚାଲି ଆସୁୁଥିବା ବିଷୟ ଜିଲ୍ଳା ପ୍ରଶାସନ ପାଇଁ ଚିନ୍ତାର ବିଷୟ ହୋଇଥିଲେ ମଧ୍ୟ କୋଭିଡ-୧୯ ଗାଇଡଲାଇନ ନିୟମାନୁଯାୟୀ ଲକଡାଉନ ସମୟରେ ଯେ କେହି ବି ଆସିଲେ ସେମାନଙ୍କୁ ୧୪ଦିନି ପାଇଁ କ୍ୱାରେନଟାଇନରେ ରଖି ସେମାନଙ୍କ ସୁବିଧା ପାଇଁ ବନ୍ଦୋବସ୍ତ କରିବା ନିର୍ଦ୍ଦେଶ ଥିବାରୁ ସେମାନଙ୍କୁ ବାଧ୍ୟ ହୋଇ ବିଭିନ୍ନ ସଂଗରୋଧ କେନ୍ଦ୍ରରେ ରଖାଯାଉଛି । ତେବେ ଲକଡାଉନ ସମୟ ସୀମା ବୃଦ୍ଧି ଯୋଗୁଁ ଅନେକ ଲୋକେ ଲୁଚି ଚାଲି ଯାଉଥିବା ଭଳି ଖବର ମିଳୁଥିବାରୁ ସେଥିପ୍ରତି ମଧ୍ୟ ପ୍ରଶାସନ ଅନ୍ୟମାନଙ୍କୁ ପରାମର୍ଶ ଦେଇ ଅଟକାଇ ରଖିଛନ୍ତି ବୋଲି କହିଛନ୍ତି ଏବଂ ପ୍ରବାସୀ ଶ୍ରମିକମାନେ ଆମ ଅତିଥି ବୋଲି ମଧ୍ୟ ଜିଲ୍ଳାପାଳ ଶ୍ରୀ ବେହେରା ପ୍ରକାଶ କରିଛନ୍ତି ।

Udyog Nursery
Udyogi Nursery
ରାୟଗଡରୁ ଶିବ ନାରାୟଣ ଗୈାଡଙ୍କ ରିପୋର୍ଟ OdiaBarta.in

Click here to get 24×7 News & Views alerts👇🏻

http://bit.ly/OBgroup4

Follow us on Twitter👇🏻

https://twitter.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.