ଶିକ୍ଷା ବିଭାଗର ବିନା ଅନୁମତିରେ ଘରକୁ ପଳାଇଛନ୍ତି ୧୧୨ ଶିକ୍ଷକ ଶିକ୍ଷୟିତ୍ରୀ

ଲାଞ୍ଜିଗଡ,୧/୫: ମହାମାରୀ କରୋନା ଭାଇରସ ସଂକ୍ରମଣକୁ ଦୃଷ୍ଟିରେ ରଖି ସରକାର ସ୍କୁଲ, କଲେଜ ଓ ସମସ୍ତ ଶିକ୍ଷାନୁଷ୍ଠାନ ଗୁଡିକୁ ଛୁଟି ଘୋଷଣା କରିଛନ୍ତି। ଏହି ସମୟରେ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ନିଜ ନିଜ ମହକୁମାରେ ରହି କୋଭିଡ-୧୯ ମୁକାବିଲା କରିବା କାର୍ଯ୍ୟରେ ପ୍ରଶାସନକୁ ସହଯୋଗ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ହେଲେ ସରକାରଙ୍କ ଏହି ନିର୍ଦ୍ଦେଶକୁ ଖାତିରି ନକରି ଲାଞ୍ଜିଗଡ ବ୍ଲକର ୧୧୨ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଶିକ୍ଷା ବିଭାଗର ଅନୁମତି ନନେଇ କଳାହାଣ୍ଡି ଜିଲ୍ଲା ଛାଡି ନିଜ ନିଜ ଗାଁ ଚାଲି ଯାଇଛନ୍ତି।

Omkar Vasthu
Omkar Vasthu

ଜିଲ୍ଲାର ବିଭିନ୍ନ ବ୍ଲକର ଏହି ଖବର ଜାଣିବା ପରେ ସଂପୃକ୍ତ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ କଳାହାଣ୍ଡି ଡିଇଓ ନିର୍ଦ୍ଦେଶ ଦେଇଛନ୍ତି। ସୂଚନା ମୁତାବକ ଲାଞ୍ଜିଗଡ ବ୍ଲକର ୧୩ ଗୋଟି କ୍ଲଷ୍ଟର ୨୧୨ଟି ସ୍କୁଲରେ ପ୍ରାୟ ୬୩୦ଶିକ୍ଷକ ଶିକ୍ଷୟିତ୍ରୀ ଥିବା ବେଳେ କରୋନା ଯୋଗୁଁ ସ୍କୁଲ ବନ୍ଦ ଥିବାବେଳେ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ସେହି ଅଞ୍ଚଳର ଅଙ୍ଗନବାଡି କର୍ମୀ, ଆଶା କର୍ମୀ, ପଞ୍ଚାୟତ ଅଧିକାରୀ ମାନଙ୍କ ସହିତ ମିଶି କୋଭିଡ-୧୯ ସର୍ଭେ କରିବା ସହିତ ସଚେତନ ପାଇଁ ଏକ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ହେଲେ ବ୍ଲକର ୧୧୨ଜଣ ଶିକ୍ଷକ ଶିକ୍ଷୟିତ୍ରୀ ନିଜ ନିଜ କ୍ଷେତ୍ର ଛାଡି ଗାଁକୁ ପଳାଇ ଯାଇଛନ୍ତି। ଫଳରେ ଅନ୍ୟ ଶିକ୍ଷକ ମାନଙ୍କୁ ଘର ଘର ବୁଲି ବହି ବଣ୍ଟନ କାର୍ଯ୍ୟରେ ମଧ୍ୟ ସମସ୍ୟା ସୃଷ୍ଟି ହୋଇଛି। ଏନେଇ ଲାଞ୍ଜିଗଡ ବିଇଓ ସଞ୍ଜୀବ କୁମାର ନାଏକଙ୍କୁ ପଚାରିବାରୁ ବ୍ଲକର ୨ ଜଣ ମୋତେ ଜଣାଇ ଥିବା ବେଳେ ୧୧୨ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଶିକ୍ଷା ବିଭାଗର ବିନା ଅନୁମତିରେ ନିଜ ନିଜ ଗାଁକୁ ପଳାଇ ଯାଇ ଥିବା ବେଳେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି ବୋଲି ବ୍ଲକ ଶିକ୍ଷାଅଧିକାରୀ ଶ୍ରୀ ନାଏକ ପ୍ରକାଶ କରିଥିଲେ।

Pearl dental clinic
Near Ashish Medical Store, Bhawanipatna

ଲାଞ୍ଜିଗଡ ପ୍ରତିନିଧି ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ OdiaBarta.in

Udyog Nursery
Udyogi Nursery

Click here to get 24×7 News & Views alerts👇🏻

http://bit.ly/OBgroup4

Follow us on Twitter👇🏻

https://twitter.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.