ସୁବର୍ଣ୍ଣପୁର,୪/୫: ସୁବର୍ଣ୍ଣପୁର ସଦର ଡାକ୍ତରଖାନାର ସମସ୍ୟା ଦୀର୍ଘ ବର୍ଷ ହେଲା ଲାଗିରହିଛି । କେତେବେଳେ ଡାକ୍ତର, ବିଶେଷଜ୍ଞ ଅଭାବ ତ ଆଉ କେତେବେଳେ ଆବଶ୍ୟକ କର୍ମଚାରୀ ଅଭାବ ଯୋଗୁଁ ରୋଗୀ ସେବା ବିପର୍ଯ୍ୟସ୍ତ ହୋଇପଡ଼ିଛି । ସୁବର୍ଣ୍ଣପୁର ଜିଲା ଡାକ୍ତରଖାନାରେ ଆବଶ୍ୟକ ବିଶେଷଜ୍ଞ ଡାକ୍ତର ଅଭାବ ସାଙ୍ଗକୁ ବିଭିନ୍ନ ପରିକ୍ଷା ବିଭାଗ ସହିତ ରୋଗୀଙ୍କ ଶଯ୍ୟା ସଂଖ୍ୟା ମଧ୍ୟ ଯଥେଷ୍ଟ କମ । ଜିଲ୍ଲା ସଦର ଡାକ୍ତରଖାନାର ଇସିଜି ବିଭାଗ କି ଆଇସିୟୁ ଟିଏ ମଧ୍ୟ ନାହିିଁ । ଜିଲ୍ଲା ସଦର ଡାକ୍ତରଖାନାର ମାନ୍ୟତା ବହନ କରିଥିବାରୁ ଏହି ଡାକ୍ତରଖାନାର ସମସ୍ୟା ସୁଧୁରିବ ସୁଧୁରିବ ବୋଲି ଅଞ୍ଚଳବାସୀଙ୍କ ଆଶା । ହେଲେ ଏହା ପରେ ବି ସମସ୍ୟା ଯଥାପୂବଂ ତଥା ପରଂ ହୋଇ ରହିଛି । ଜିଲ୍ଲା ଡାକ୍ତର ଖାନା ରେ ଅତି ଆବଶ୍ୟକ ପଡୁଥିବା ଇସିଜି ପରିକ୍ଷା ବିଭାଗ ଟିଏ ମଧ୍ୟ ନାହିଁ । ଫଳରେ ଏଠାକୁ ଚିକିତ୍ସା ପାଇଁ ଆସୁଥିବା ରୋଗୀମାନେ ପ୍ରାଥମିକ ଚିକିତ୍ସା କରି ଇସିଜି ପାଇଁ କ୍ଲିନିକ କି ବଲାଙ୍ଗୀର କି ବୁର୍ଲା କୁ ପରିକ୍ଷା ପାଇଁ ଚାଲିଯିବାକୁ ବାଧ୍ୟ ହେଉଛନ୍ତି । ସୁବର୍ଣ୍ଣପୁର ଜିଲାର ସହରାଞ୍ଚଳଠାରୁ ଆରମ୍ଭ କରି ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ସବୁଠାରେ ସ୍ୱାସ୍ଥ୍ୟସେବା ଅତ୍ୟନ୍ତ ବିପର୍ଯ୍ୟସ୍ତ ହୋଇ ପଡିଥିବା ଦେଖାଯାଇଛି । ତେବେ ଏଭଳି ପରିସ୍ଥିତି ସମୟରେ ଜିଲାରେ ରାଜ୍ୟ ସରକାରଙ୍କ ୫-ଟି ବ୍ୟବସ୍ଥାର ସଫଳ କାର୍ଯ୍ୟକାରୀତା ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ସେହିପରି ଏହି ଜିଲ୍ଲାର ଡାକ୍ତରଖାନା ଅଧିନରେ ଥିବା ବିନିକା, ଡୁଙ୍ଗୁରୀପାଲି, ତରଭା, ଉଲୁଣ୍ଡା, ବୀରମହାରାଜପୁର ସ୍ୱାସ୍ଥ୍ୟକେନ୍ଦ୍ର ଗୁଡିକ ରେ ମଧ୍ୟ ସମାନ ଅବସ୍ଥା ଲାଗିରହିଛି । ତେଣୁ ଏହାର ତ୍ୱରିତ ପ୍ରତିକାର ପାଇଁ ଜିଲ୍ଲା ମୁଖ୍ୟ ଅଧିକାରିଙ୍କୁ ଜଣାଇଥିଲେ ବି କିଛି ସୁଫଳ ହେବାରେ ନାହିଁ । ପ୍ରକାଶ ଥାଉକି ଯେ ସୋନପୁର ସଦର ଡାକ୍ତରଖାନରେ କେତେବେଳେ ବେଡ ଅଭାବରୁ ରୋଗିଙ୍କୁ ବହୁ ସଂଖ୍ୟାରେ ତଳେ ଶୋଇବାକୁ ପଡୁଛି । ଆଉଟ ଡୋର ରେ ଆବଶ୍ୟକ ଡାକ୍ତର ଅଭାବରୁ ରୋଗି ଓ ସମ୍ପକୀୟ ମହଲରେ ବେଳେ ବେଳେ ଅସନ୍ତୋସ ପ୍ରକାଶ ପାଉଛି । ବିଭିନ୍ନ ବିଭାଗରେ ଡାକ୍ତରଙ୍କ ଅଭାବ, ଅବଶ୍ୟକ ଷ୍ଟାପ ଅଭାବ ଓ ପରକ୍ଷା ବିଭାଗ ର ଅଭାବ ଯୋଗୁ ବେଳବେଳ ରୋଗୀଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇବାରେ ସଦର ଡାକ୍ତରଖାନା ବିଫଳ ହୋଇଛି । ଏହି ସ୍ୱାସ୍ଥ୍ୟ କେନ୍ଦ୍ର ଉପରେ ପୋଡସି ବୈାଦ୍ଧ ଜିଲ୍ଲା ର କଂଟାମାଲ ବ୍ଲକ ଆଦି ଅଂଚଳର ପ୍ରାୟ ସମସ୍ତ ଜନସାଧାରଣ ନିର୍ଭର କରୁଛନ୍ତି । ତେଣୁ ସମସ୍ତ ସମସ୍ୟା ଗୁଡିକର ସମାଧାନ ର ସୁଧାର ଆଣିବାକୁ ଜନସାଧାରଣରେ ଦାବି ହେଉଛି ।