ତାଲାବନ୍ଦ ୪ର୍ଥ ପର୍ଯ୍ୟାୟ : ଗ୍ରୀନ ଜୋନ ରାୟଗଡରେ ଜିଲ୍ଳାପାଳଙ୍କ ନିର୍ଦ୍ଦେଶ

ସକାଳ ୭ରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଖୋଲା ରହିବ ଦୋକାନ ବଜାର, ଖୋଲିବ ସପ୍ତାହିକ ହାଟ

ରାୟଗଡ,୧୮/୫: କେନ୍ଦ୍ର ସରକାର ରାଜ୍ୟ ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା କରି କରୋନା ମୁକାବିଲା ପାଇଁ ତାଲାବନ୍ଦ ୪ର୍ଥ ପର୍ଯ୍ୟାୟକୁ ମେ’୧୮ରୁ ମେ’ ୩୧ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିବା ନେଇ ଘୋଷଣା କରିଛନ୍ତି । ଓଡିଶାରେ ମଧ୍ୟ ଏହି ତାଲାବନ୍ଦର ଚତୁର୍ଥ ପର୍ଯ୍ୟାୟର ନିୟମ ପାଳନ କରିବାକୁ ଜିଲ୍ଳାପାଳମାନଙ୍କୁ ରାଜ୍ୟ ସରକାର କେନ୍ଦ୍ର ଲକଡାଉନ ଗାଇଡଲାଇନ ଅନୁଯାୟୀ ନିଷ୍ପତି ନେବା ଉପରେ ନିର୍ଦ୍ଦେଶ ଦେଇଛନ୍ତି । ଏହି ପରିପ୍ରେକ୍ଷୀରେ ରାୟଗଡ ଜିଲ୍ଳାପାଳ ପ୍ରମୋଦ କୁମାର ବେହେରା ଗ୍ରୀନ ଜୋନ ରାୟଗଡାରେ ମଧ୍ୟ କିଛିଟା ନିୟମ କୋହଳ କରିଥିବା ବେଳେ ଦୋକାନବଜାର ଖୋଲିବା ସମୟକୁ ଆଉ ଏକ ଘଂଟା ବୃଦ୍ଧି କରିଛନ୍ତି ।

ଜିଲ୍ଳାପାଳଙ୍କ କାର୍ଯ୍ୟାଳୟ ପତ୍ର ସଂଖ୍ୟା୧୧୩୮,ତାରଖ ମେ’୧୮ରେ କରାଯାଇଥିବା ନୋଟିସ ପ୍ରକାରେ ଜିଲ୍ଳାରେ ସମସ୍ତ ସ୍କୁଲ, କଲେଜ ସମେତ ଶିକ୍ଷାନୁଷ୍ଠାନ ସହ ସିନେମା ହଲ, ଜିମ୍‌, ସପିଙ୍ଗ ମଲ, ପାର୍କ, ସ୍ପୋଟର୍ସ କଂପ୍ଳେକ୍ସ ବନ୍ଦ ରହିବାକୁ ନିର୍ଦ୍ଦେଶ ଦେଇଥିବା ବେଳେ ଏଥିସହ କୈାଣସି ପ୍ରକାର ସାମାଜିକ କାର୍ଯ୍ୟକ୍ରମ, ରାଜନୀତି, କ୍ରୀଡା, ମନୋରଂଜନ, ଏକାଡେମୀକ, ସାଂସ୍କୃତିକ, ଧାର୍ମିକ କାର୍ଯ୍ୟକ୍ରମ ସହ ଅନ୍ୟ ଜନଗହିଳ କାର୍ଯ୍ୟକ୍ରମଗୁଡିକ ବନ୍ଦ ରହିବ । ସେହିପରି ମନ୍ଦିର, ମସଜିଦ୍ ଗୀର୍ଜା ଆଦି ସମସ୍ତ ଧାର୍ମିକ ସ୍ଥଳରେ ପୂଜାର୍ଚ୍ଚନା ଓ ପ୍ରାର୍ଥନା ବନ୍ଦ ରହିବା ପାଇଁ ମଧ୍ୟ ନିର୍ଦ୍ଦେଶ ରହିଥିବା ବେଳେ ମଦ ଦୋକାନ, ଗୁଟଖା ଦୋକାନଗୁଡିକ ବନ୍ଦ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଅପରପକ୍ଷେ ତାଲାବନ୍ଦର ଚତୁର୍ଥ ପର୍ଯ୍ୟାୟରେ ପୂର୍ବପରି ମେଡିକଲ ଷ୍ଟୋର, ପେଟ୍ରୋଲ ପମ୍ପ, ଗ୍ୟାରେଜ, ଏସି, ଫ୍ରିଜ୍ ,ଫେନ୍ ମରାମତି ଦୋକାନ,ଆନ୍ତଃରାଜ୍ୟ ଯାତାୟାତ ପାଇଁ ଦୁଇ ଚକିଆ ଠାରୁ ଆରମ୍ଭ କରି ପ୍ରାଇଭେଟ୍ ଗାଡି,ସରକାରୀ ଗାଡିଗୁୁଡିକ ଚଳାଚଳ କରିବା ପାଇଁ ଅନୁମତି ଦେଇଛନ୍ତି । ସେହିପରି ହୋଟେଲ,ଢାବା ଓ ରେଷ୍ଟୁରାଂଟଗୁଡିକ କେବଳ ପାର୍ସଲ ଦେବା ପାଇଁ ନିର୍ଦ୍ଦେଶ ରହିଛି । ଅପରପକ୍ଷେ ରାୟଗଡ ଜିଲ୍ଳାରେ ତୃତୀୟ ପର୍ଯ୍ୟାୟରେ ସକାଳ ୭ଟାରୁ ୧ଘଂଟା ପର୍ଯ୍ୟନ୍ତ ଦୋକାନ ବଜାର ଖୋଲିବାରେ ଆଉ ଏକ ଘଂଟା ବୃଦ୍ଧି କରିଛନ୍ତି । ଏହି ସମୟରେ ସମସ୍ତ ଗ୍ରୋସେରୀ ଦୋକାନ, ବେକେରୀ, କ୍ଷୀର, ପନିପରିବା, ଫଳରସ, ଆମିଷ ବଜାର, କୋରିୟର ,ଅନଲାଇନ ଡେଲିଭରୀ ସେବା,ଆଇଟି ସେବା, ଇଲେକ୍ଟ୍ରିକଲସ ଦୋକାନ ଓ ମରାମତି ସେବା, ବହି ଦୋକାନ, କଂପ୍ୟୁଟର, ମୋବାଇଲ ଦୋକାନ, ଜନସେବା କେନ୍ଦ୍ର, ଅଟୋମୋବାଇଲସ୍ ଦୋକାନ ଓ ମରାମତି ସେବା, ଗାରମେଂଟ ଦୋକାନ, ଜୁଏଲରୀ, ସିମେଂଟ ଦୋକାନ, ହାର୍ଡୱେର, ମାର୍ବଲ ଓ ଟାଇଲ୍ସ ସହ କୃଷି ଯନ୍ତ୍ରପାତି ଓ ସାର, ବିହନ ବିକ୍ରି କରୁଥିବା ଦୋକାନ, ସାଇକେଲ, ରିକ୍ସା ଦୋକାନ, ସାଲୁନ ଓ ବ୍ୟିୁଟି ପାର୍ଲର ସହ ମିଠା ଓ ଚା’ଦୋକାନଗୁଡିକ ଖୋଲିବା ପାଇଁ ଜିଲ୍ଳାପାଳ ଶ୍ରୀ ବେହେରା ନିର୍ଦ୍ଦେଶ ଦେଇଛନ୍ତି ।

ରାୟଗଡ ଜିଲ୍ଳାର କରୋନା ପାଇଁ ବନ୍ଦ ରହିଥିବା ସମସ୍ତ ସପ୍ତାହିକ ହାଟଗୁଡିକ ମଧ୍ୟ ଏହି ସମୟ ମଧ୍ୟରେ ଖୋଲିବାକୁ ନିର୍ଦ୍ଦେଶ ଦେଇଥିବା ବେଳେ ଜିଲ୍ଳାର ସମସ୍ତ ଦୋକାନୀ ତଥା ବ୍ୟବସାୟ ପ୍ରତିଷ୍ଠାନଗୁଡିକ କୋଭିଡ-୧୯ଗାଇଡଲାଇନର ନିୟମ ମାସ୍କ ପିନ୍ଧିବା, ସାମାଜିକ ଦୂରତା ରକ୍ଷା କରିବା ଉପରେ ଗୁରୁତ୍ୱ ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଏବଂ ଏହି ନିୟମକୁ ଉଂଲଘନ କରୁଥିବା ବ୍ୟକ୍ତି ବିଶେଷଙ୍କ ବିରୋଧରେ ନିୟମ ପ୍ରକାରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ନିର୍ଦ୍ଦେଶ କରିଛନ୍ତି ।

ରାୟଗଡରୁ ଶିବ ନାରାୟଣ ଗୈାଡଙ୍କ ରିପୋର୍ଟ OdiaBarta.in

Click here to get 24×7 News & Views alerts

http://bit.ly/OBgroup4

Like us on Facebook

https://facebook.com/odiabarta

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.