ରାୟଗଡ,୨୯/୫: ରାୟଗଡ ଜିଲ୍ଳା ନିଖିଳ ଉତ୍କଳ ଶିକ୍ଷା ନିରୀକ୍ଷକ ଜିଲ୍ଳା ସଂଘର ସଭାପତି ମନୋଜ ଗମାଙ୍ଗ, କାର୍ଯ୍ୟକାରୀ ସଭାପତି ବାମନ ମୂର୍ତି, ଉପସଭାପତି (ରାୟଗଡ)ପ୍ରଦୀପ କୁମାର ଚୈାଧୁରୀ ଗୁଣପୁରର ହେମ କୁମାର, ସଂପାଦକ ପି.ଶ୍ରୀନିବାସ ରାଓ, ସାଙ୍ଗଠନିକ ସଂପାଦକ ତ୍ରିମୁଲା ବଦା, ଯୁଗ୍ମ ସଂପାଦକ ସ୍ୱାଧୀନ ସାହୁ ଓ କବିତା ଦାସଙ୍କ ସମେତ ଚନ୍ଦ୍ରପୁର ବ୍ଳକ ସଭାପତି ଡମ୍ବୁରୁ ମାଳବିସି, ମୁନିଗୁଡା ତ୍ରିପତି ହିକକା, ବିଷମକଟକ ଦଲ୍ଳିପ ଦୋରା, କୋଲନରା ଏମ.ଶିବ ପ୍ରସାଦ, ରାୟଗଡ କୃଷ୍ଣଚନ୍ଦ୍ର ଦାସ ଓ ଉମାକାନ୍ତ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହିଥିଲେ । ସେହିପରି ସଂଘର ସାଙ୍ଗଠନିକ ଦାବି ସମୂହ ସହ ଜିଲ୍ଳାର ସମସ୍ତ ଶିକ୍ଷକ, ସେବାୟତ, ଏଏନଏମ, ମାଟ୍ରୋନଙ୍କ ସମସ୍ତ ସମସ୍ୟା ବିଷୟରେ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ତଥା ସଂଖ୍ୟାଲଘୁ ଓ ପଛୁଆ ବର୍ଗ କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ସହ ୨ଘଂଟା ଧରି ସ୍ୱଜନମୂଳକ ସାକ୍ଷାତକାର କରି ଆଲୋଚନା କରିଥିଲେ । ବୈଠକ ପୂର୍ବରୁ ମାନ୍ୟବର ମନ୍ତ୍ରୀଙ୍କୁ ପୁଷ୍ପମାଲ୍ୟ ଅର୍ପଣ କରି ସଂଘ ତରଫରୁ ଅଭିନନ୍ଦନ ଜଣାଯାଇଥିଲା ।
ପରେ ଜିଲ୍ଳାରେ ୧୦ବର୍ଷ ଧରି ଗୋଟିଏ ସ୍ଥାନରେ ଚାକିିରି କାଳରେ ରହିଥିବା ଶିକ୍ଷକମାନଙ୍କ ବଦଳି କରିବା, ବିଇଡି ଶିକ୍ଷକମାନଙ୍କୁ ବରିଷ୍ଠତା ମଧ୍ୟରେ ପଦନ୍ନୋତି ଦେବା, ଅନ୍ୱେଷାରେ ଥିବା ହେଡ୍ ସେବକ ଓ ବିଇଡି ଶିକ୍ଷକଙ୍କୁ ହାଇସ୍କୁଲ ଓ ସେବାଶ୍ରମକୁ ପଠାଇବା ପାଇଁ ଦାବି ଜଣାଇଥିଲେ । ସେହିପରି ପ୍ରତିବର୍ଷ ଶିକ୍ଷକମାନଙ୍କୁ ପଦନ୍ନୋତି ଦେବା ପାଇଁ କହିଥିଲେ । ବର୍ତମାନ ଜିଲ୍ଳା ମଙ୍ଗଳ ଅଧିକାରୀ ଅଶୋକ କୁମାର ଶତପଥି ଜିଲ୍ଳାରେ ଦାୟିତ୍ୱ ଭାର ସମ୍ଭାଳି ଦିନ ଠାରୁ ପ୍ରତ୍ୟେକ ମାସ ୧ତାରିଖରେ ଦରମା, ଏମଏସିପି,ଆରଏସିପି,ପଦନ୍ନୋତି ଭଳି ବହୁଦିନରୁ ପହି ରିହଥିବା କାର୍ଯ୍ୟଗୁଡିକ ସଂପାଦନା କରାଯାଉଥିବାରୁ ଶିକ୍ଷକ ସଂଘ ତରଫରୁ ଧନ୍ୟବାଦ ଦିଆଯାଇଥିଲା । ଜିଲ୍ଳାରେ କଲ୍ୟାଣ ବିଭାଗ ନିମନ୍ତେ ପ୍ରତ୍ୟେକ ସେବାଶ୍ରମ, ଆଶ୍ରମ, ହାଇସ୍କୁଲ ଗୁଡିକରେ ୧୮୦ଜଣ ସିସିଏ ପଦବୀ ସୃଷ୍ଟି ପାଇଁ ସରକାରଙ୍କୁ ପ୍ରସ୍ତାବ ଦେବା ପାଇଁ ମନ୍ତ୍ରୀ ଶ୍ରୀ ସାରକାଙ୍କୁ ସଂଘ ଦାବି ଜଣାଇଥିଲେ । ସେହିପରି ଖାଲି ପଡିଥିବା ପଦବୀଗୁଡିକ ତୁରନ୍ତ ପୂରଣ କରିବା, ସିସିଏ, ମାଟ୍ରୋନ, ଏଏନଏମମାନଙ୍କୁ ବଦଳି କରିବା ନିମନ୍ତେ ଗୁହାରୀ କରିଥିବା ବେଳେ ସଂଘର ରାୟଗଡ ଉପସଭାପତି ଶ୍ରୀ ଚୈାଧୁରୀ ସରକାରଙ୍କ ତରଫରୁ ସଂଘ ପାଇଁ ସ୍ଥାୟୀ ଜାଗାଟିଏ ପ୍ରଦାନ କରିବାକୁ ପ୍ରସ୍ତାବ ଦେଇଥିବା ବେଳେ ଶିକ୍ଷକ ସଂଘର ସମସ୍ତ ଦାବିଗୁଡିକକୁ ଆଗାମୀ ଦିନରେ ପର୍ଯ୍ୟାୟ କ୍ରମେ ପୂରଣ କରିବାକୁ ମନ୍ତ୍ରୀ ଶ୍ରୀ ସାରକା ପ୍ରତିଶୃତି ଦେଇଥିବା ଉପସଭାପତି ଶ୍ରୀ ଚୈାଧୁରୀ ଜଣାଇଛନ୍ତି ।