ରାୟଗଡ ଜିଲ୍ଲାର ଉନ୍ନୟନକୁ ନେଇ ରାଜ୍ୟ ଯୋଜନା ବୋର୍ଡର ଉପାଧ୍ୟକ୍ଷଙ୍କ ଭିଡ଼ିଓ କନ୍ଫରେନ୍ସିଂ

● ବିଭିନ୍ନ ସମସ୍ୟା ନେଇ ଜିଲ୍ଲା ଅଧିକାରୀମାନଙ୍କ ସହ ବୈଠକ କଲେ

ରାୟଗଡ,୨୮/୫ : ରାୟଗଡ ଜିଲ୍ଲାର ବିଭନ୍ନ ସମସ୍ୟା ନେଇ ଜିଲ୍ଲା ସ୍ତରୀୟ ଅଧିକାରୀମାନଙ୍କ ସହିତ ଭିଡ଼ିଓ କନଫ୍ରେସିଙ୍ଗ ମାଧ୍ୟମରେ ଗୁରୁବାର ବୈଠକ କରିଛନ୍ତି ରାଜ୍ୟ ଯୋଜନା ବୋର୍ଡ଼ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମା । ବୈଠକରେ ଅନୁସୂଚିତ ଜାତି ଓ ଜନଜାତି ବିକାଶ ବିଭାଗ ତଥା ସଂଖ୍ୟା ଲଘୁ ଓ ପିଛୁଆ ବର୍ଗ କଲ୍ୟାଣ ବିଭାଗ ମାନ୍ୟବର ମନ୍ତ୍ରୀ ଜଗନ୍ନାଥ ସାରକା, ରାୟଗଡ ବିଧାୟକ ମକରନ୍ଦ ମୁଦୁଲି, ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା, ବିଧାୟକ ଗୁଣପୁର ରଘୁନାଥ ଗମାଙ୍ଗ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଗଙ୍ଗାଧର ପୁଆଲା ପ୍ରମୁଖ ଯୋଗଦାନ କରି ଅାଲୋଚନାରେ ଅଂଶଗ୍ରହଣ କରିଥିଲେ । ଏହି ବୈଠକରେ ବିଶେଷ କରି ଚଳିତ ବିଶ୍ବବ୍ୟାପୀ କୋରୋନା ଯୋଗୁଁ ଜିଲ୍ଲାରେ ସୃଷ୍ଟି ହୋଇଥିବା ସମସ୍ୟା ନେଇ ଏହାର ମୁକାବିଲା ଦିଗରେ ବିଭାଗୀୟ ଅଧିକାରୀମାନଙ୍କ ଯୋଗଦାନ ଓ ଅନ୍ୟାନ୍ୟ ବିଷୟ ଉପରେ ଆଲୋଚନା କରାଯାଇଥିଲା । ବିଶେଷ କରି କୋରୋନା ମହାମାରୀ ପାଇଁ ସଂଗରୋଧ କେନ୍ଦ୍ର ଓ ଅସ୍ଥାୟୀ ସ୍ବାସ୍ଥ୍ୟ ଶିବିର ପରିଚାଳନା, ସଫାସୁତୁରା, ସେଠାରେ ରହୁଥିବା ଅନ୍ତେବାସୀ ମାନଙ୍କ ନିମନ୍ତେ ଶ୍ରମ ଦିବସ ସୃଷ୍ଟି କରିବା ଆଦି ଉପରେ ଆଲୋଚନା ହୋଇଥିଲା । କାେଭିଡ କ୍ୟାର ସେଣ୍ଟର ଓ ଏହାର ସଂପ୍ରସାରଣ , ବାହାର ରାଜ୍ୟରୁ ଆସୁଥିବା ଓ ବାହାରେ ରହିଥିବା ପ୍ରବାସୀ ଓଡ଼ିଆ ଶ୍ରମିକ ମାନଙ୍କ ସମସ୍ୟା ଓ ଫେରନ୍ତା ଶ୍ରମିକଙ୍କୁ କର୍ମ ସଂସ୍ଥାନ ଯୋଗାଇବା ଆଦି ଉପରେ ଆଲୋଚନା ମଧ୍ୟ କରିଥଲେ । ଏହା ସହିତ କୃଷି, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ, ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ପିଇବା ପାଣି ସମସ୍ୟା, ନୂତନ ଖାଉଟି କାର୍ଡ ପ୍ରଦାନ, ମିଶନ ଶକ୍ତି ଆଦି ଉପରେ ଆଲୋଚନା କରିଥିଲେ । ଏହାପରେ ଜିଲ୍ଲାର ୧୧ଗୋଟି ବ୍ଲକ ବିଡ଼ିଓ ଓ ଅନ୍ୟାନ୍ୟ ଅଧିକାରୀ ମାନଙ୍କ ସହ ପ୍ରତ୍ୟେକ ବ୍ଲକର ସମସ୍ୟା ଉପରେ ଆଲୋଚନା କରିଥିଲେ । ଏହି ଭିଡ଼ିଓ କନଫ୍ରେସିଙ୍ଗ ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଶରତ ଚନ୍ଦ୍ର ପଣ୍ଡା, ପିଡି- ଡିଆରଡିଏ ଅମୃତ ରୁତୁରାଜ , ଉପଜିଲ୍ଲାପାଳ ଗୁଣପୁର ଡ଼. ବି.ସିଦ୍ଧେଶ୍ୱର ବଳିରାମ, ଜିଲ୍ଲାର ବିଭିନ୍ନ ବିଭାଗର ଅଧିକାରୀ,ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ତହସିଲଦାର ଓ ଅନ୍ୟାନ୍ୟ ଅଧିକାରୀ ମାନେ ଯୋଗ ଦେଇଥିଲେ ।

ରାୟଗଡରୁ ଶିବ ନାରାୟଣ ଗୈାଡଙ୍କ ରିପୋର୍ଟ OdiaBarta.in


Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.