ବନ୍ଦେ ଉତ୍କଳ ଜନନୀ ଗାନରେ ଗୁଂଜରିତ ହେଲା ମ.ରାମପୁର

କଳାହାଣ୍ଡି,୩୦/୫: ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନରେ ଆଜି ରାଜ୍ୟବାସୀ କରୋନା ସଂକ୍ରମଣରୋକିବାରେ ଦିନ ରାତି ଏକ କରିଥିବା କରୋନା ଯୋଦ୍ଧାଙ୍କୁ ସମ୍ମାନ ଜଣାଇଥିଲେ ଡ଼ାକ୍ତର, ନର୍ସ, ସ୍ୱାସ୍ଥ୍ୟକର୍ମୀ, ପୋଲିସ, ପ୍ରଶାସନ, ସଫେଇ କର୍ମଚାରୀ ସମେତ ଅନ୍ୟବର୍ଗର ଅଧିକାରୀ ଯେଉଁମାନେ ରାଜ୍ୟର ଘଡ଼ିସନ୍ଧି ମୁହୂର୍ତ୍ତରେ ଦିନରାତି ନିଜ ପରିବାରକୁ ଭୁଲି ସେବାକରି ନିଜର ଏକାଗ୍ରତା ଦେଖାଇଛନ୍ତି । ତାଙ୍କ ଉଦ୍ଦେଶ୍ୟରେ ବନ୍ଦେ ଉତ୍କଳ ଜନନୀ କାର୍ଯ୍ୟକ୍ରମ ଆୟୋଜନ କରାଯାଇ ସେହି ମହାନ ସେବକମାନଙ୍କୁ ଉତ୍ସାହିତ କରାଯାଇଥିଲା । ସେହିକ୍ରମରେ ମ.ରାମପୁର ବ୍ଲକ ବିଭିନ୍ନ ସରକାରୀ ବେସରକାର କାର୍ଯ୍ୟାଳୟ, ଶିକ୍ଷାନୁଷ୍ଠାନ, ସ୍ୱେଚ୍ଛାସେବୀ ଅନୁଷ୍ଠାନ, ଯୁବକସଂଘ ଭଳି ପୁରପଲ୍ଲୀରେ ବନ୍ଦେ ଉତ୍କଳ ଜନନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଥିଲା ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ମ.ରାମପୁର ଥାନାରେ ଥାନଧିକାରୀ ଗୋବିନ୍ଦ ଚନ୍ଦ୍ର ମାଝୀ, ତହସିଲ କାର୍ଯ୍ୟାଳୟରେ ତହସିଲଦାର ସୟଦ ଇସାକ ମଦିନା, ବ୍ଲକ କାର୍ଯ୍ୟାଳୟରେ ବିଡ଼ିଓ ରୁମାନ ଜାଫ୍ରି,ସିଡ଼ିପିଓ ଅର୍ଚ୍ଚନା କହଁର,ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ରରେ ଡ଼ାକ୍ତର ସୁଧୀର କୁମାର ଦୀପ, ମ.ରାମପୁର ବସଷ୍ଟାଣ୍ଡ, ମ.ରାମପୁର କଳାମନ୍ଦିରଛକ, ଦୁର୍ଗାମଣ୍ଡପ ଛକ, ଚାରିଛକ, ରାମମନ୍ଦିର ଛକ ଭଳି ଏହି ବ୍ଲକର ସମସ୍ତ ଗ୍ରାମରେ ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇଥିଲା ।

Udyog Nursery
Udyogi Nursery

ମ.ରାମପୁର ବସଷ୍ଟାଣ୍ଡରେ ମ.ରାମପୁର ପ୍ରେସକ୍ଲବ ସଭାପତି ପ୍ରଶାନ୍ତ ସାମନ୍ତରା ଓ ସଂପାଦକ ହେମନ୍ତ ସାହୁଙ୍କ ନେତୃତ୍ୱରେ ଆୟୋଜିତ ହେଇଥିବାବେଳେ ବିଟ୍ସ ମେଲୋଡ଼ିର କଳାକାର ଅବିନାଶ ଶତପଥୀ, ରାକେଶ ଶତପଥୀ, ରିତେଶ ଶତପଥୀ,ଧରେନ୍ଦ୍ର ମହାନ୍ତି, କର୍ମା ସାହୁ ସଂଗୀତ ପରିବେଷଣ କରିଥିବାବେଳେ ଦୀନେଶ ଜୈନ, ଭାରତ ଭୂଷଣ ଜୈନ ପ୍ରମୁଖ ସହଯୋଗ କରିଥିଲେ ।

କଳାହାଣ୍ଡିରୁ ହେମନ୍ତ ସାହୁଙ୍କ ରିପୋର୍ଟ OdiaBarta.in


Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.