ଟିଟିଲାଗଡରେ ସାର୍ବଜନୀନ ଭାବେ ଗାନ କରାଗଲା ‘ବନ୍ଦେ ଉତ୍କଳ ଜନନୀ’ ସଂଗୀତ

ବଲାଙ୍ଗିର/ଟିଟିଲାଗଡ, ୩୦/୫ : କୋଭିଡ଼ ଯୋଦ୍ଧାମାନଙ୍କୁ ଉତ୍ସାହିତ କରିବା ଏବଂ ସେମାନଙ୍କ ତ୍ୟାଗକୁ ସମ୍ମାନ ଜଣାଇବା ଉଦ୍ଦେଶ୍ୟରେ ଆଜି ୩୦ ତାରିଖ ଶନିବାର ସନ୍ଧ୍ୟା ୫ଟା ୩୦ରେ ସମସ୍ତେ ‘ ବନ୍ଦେ ଉତ୍କଳ ଜନନୀ ଗାନ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁରୋଧ କରିଥିଲେ । ଓଡ଼ିଶା ମାଟି ସହ ସମ୍ପର୍କ ଥିବା ସମସ୍ତଙ୍କୁ , ଓଡ଼ିଶାର ସାଢ଼େ ୪କୋଟି ଜନସାଧାରଣଙ୍କୁ ସେ ଏହି ଅନୁରୋଧ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଏହି ପରିପ୍ରକ୍ଷୀରେ ଟିଟିଲାଗଡ ଉପ ଜିଲ୍ଲାପାଳ ଶ୍ରୀ ସୁଧାକର ନାୟକ ଓଡ଼ିଶା ର ରାଷ୍ଟ୍ରୀୟ ସଙ୍ଗୀତ ଗାନ ଉଦ୍ଦେଶ୍ୟରେ ଏକ ସମାରୋହର ଆୟୋଜନ କରିଥିଲେ। ଟିଟିଲାଗଡ ରେଳବାଇ ଷ୍ଟେସନ ନିକଟରେ ଏହି ସମାରୋହ ପାଳନ କରାଯାଇଥିଲା। ଏଥିରେ ଟିଟିଲାଗଡ ବିଧାୟିକା ତଥା ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଶ୍ରୀମତୀ ଟୁକୁନୀ ସାହୁ, ଟିଟିଲାଗଡ ର ସମସ୍ତ ପୋଲିସ ଅଧିକାରୀ, ଅଗ୍ନିଶମ ବିଭାଗ କର୍ମଚାରୀ, ସ୍ଵେଚ୍ଛା ସେବୀ ସଙ୍ଗଠନ , ଟିଟିଲାଗଡ ବଣିକ ସଂଘ, ସରକାରୀ ଡାକ୍ତରଖାନା ର ନର୍ସ ସାମ୍ବାଦିକ ଗଣ ଉପସ୍ଥିତ ହୋଇ ସାମାଜିକ ସୁରକ୍ଷା ରକ୍ଷା କରି ବନ୍ଦେ ଉତ୍କଳଜନନୀ ଗାନ କରି କରୋନା ଯୋଦ୍ଧା ମାନଙ୍କୁ ସମ୍ମାନ ଜଣାଇବା ସହ ଉତ୍ସାହିତ କରିଥିଲେ ।

Udyog Nursery
Udyogi Nursery

ସେହିପରି ଭାବରେ ଆଜି ସନ୍ଧ୍ୟା ୫.୩୦ ସମୟରେ ଟିଟିଲାଗଡ ବ୍ଲକର ବିଭିନ୍ନ ସ୍ଥାନରେ କୋରୋନା ଯୁଦ୍ଧା ମାନଙ୍କ ପାଇଁ “ବନ୍ଦେ ଉତ୍କଳ ଜନନୀ” ସଙ୍ଗୀତ ଗାନ ହୋଇଯାଇଛି । ଏହି ବ୍ଲକ ଅନ୍ତର୍ଗତ ନାରେନ, ଘୋଡାର,ପରସରା, କୁର୍ସୁଡ, ମର୍ଲାଡ,ଦିଗସିରା, କୁସକେଲା,ବାଞ୍ଜିପଦର, ଭାଲେଗାଁ,ସିଲୁଆଁ, ମନିଗାଁ ତଥା ଅନ୍ୟାନ୍ୟ ପଞ୍ଚାୟତ ମାନଙ୍କରେ ସରପଞ୍ଚ,

ଗ୍ରାମ ରୋଜଗାର ସେବକ, ବିଜୁ ଯୁବ ବାହିନୀ, ଆଶା କର୍ମୀ ତଥା ଅଙ୍ଗନୱାଡି କର୍ମୀ ପକ୍ଷରୁ ସାମାଜିକ ସୁରକ୍ଷାକୁ ରକ୍ଷାକରି ‘ବନ୍ଦେ ଉତ୍କଳ ଜନନୀ’ ସଙ୍ଗୀତ ଗାନ କରି କୋରାନା ପରି ମହାମାରୀ ସମୟରେ ଜରୁରୀକାଳୀନ ସେବା କାର୍ଯ୍ୟରେ ଲାଗିଥିବା କୋରୋନା ଯୁଦ୍ଧାମାନଙ୍କୁ ଉତ୍ସାହିତ କରିଛନ୍ତି ।

ବଲାଙ୍ଗୀର ଜିଲ୍ଲା ପ୍ରତିନିଧି ଗୋକୁଲା ନନ୍ଦ ବଗର୍ତ୍ତି ଙ୍କ ସହ ଟିଟିଲାଗଡ ରୁ ଭିଷ୍ମସେନ ମହାକୁରଙ୍କ ରିପୋର୍ଟ OdiaBarta.in

Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.