ଲାଞ୍ଜିଗଡ ବ୍ଲକରେ ବିଭିନ୍ନ ସ୍ଥାନରେ “ବନ୍ଦେ ଉତ୍କଳ ଜନନୀ” ସଙ୍ଗୀତ ଗାନ

ଲାଞ୍ଜିଗଡ,୩୦/୫ : ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ କରୋନା ଯୋଦ୍ଧାଙ୍କ ତ୍ୟାଗ, ସେବା ଓ ପ୍ରତିବଦ୍ଧତା ସମ୍ମାନାର୍ଥେ ୩୦ ମେ ୨୦୨୦ ଶନିବାର ଅପରାହ୍ନ ୫.୩୦ ସମୟରେ ଲାଞ୍ଜିଗଡ ବ୍ଲକର ବିଭିନ୍ନ ସ୍ଥାନରେ “ବନ୍ଦେ ଉତ୍କଳ ଜନନୀ” ସଙ୍ଗୀତ ଗାନ କରାଯାଇଥିଲା।

Omkar Vasthu
Omkar Vasthu

ଲାଞ୍ଜିଗଡ ଠାରେ ଲାଞ୍ଜିଗଡ ଯୁବକ ସଂଘ ଓ ବେଦାନ୍ତ ଆଲୁମିନା ସିଏସଆର ମିଳିତ ଆନୁକୂଲ୍ୟରେ ସଙ୍ଗୀତ ଗାନ କରାଯାଇ ଥିଲା ଏଥିରେ ଯୁବକ ସଂଘ ସଭାପତି ହିମାଦ୍ରୀ ପେସନିଆ, ବେଦାନ୍ତ ସିଏସଆର ମୁଖ୍ୟ ନିଳାନ୍ଦ୍ରୀ ଭୂଷଣ ପାଢ଼ୀ, ଲାଞ୍ଜିଗଡ ଆଞ୍ଚଳିକ ବିକାଶ ପରିଷଦ ସଭାପତି ଶ୍ରୀଧର ପେସନିଆ, ହରିହର ସାଂସ୍କୃତିକ ଅନୁଷ୍ଠାନ ସଂପାଦକ କାମରାଜ ଦଳବେହରା, ଲାଞ୍ଜିଗଡ ପୂର୍ବତନ ସରପଞ୍ଚ ଚନ୍ଦ୍ର ଧ୍ଵଜ ପେସନିଆ, ଶ୍ରୀମୁଖ ଅଗସ୍ତି, ବେଦାନ୍ତ ସିଏସଆର ସମସ୍ତ କର୍ମକର୍ତ୍ତା ଓ ଯୁବକ ସଂଘର ସଭ୍ୟ ମାନେ ଉପସ୍ଥିତ ଥିଲେ।ସେହିପରି ଲାଞ୍ଜିଗଡ ବେଦାନ୍ତ କମ୍ପାନୀଠାରେ ଆଲୁମିନା ମୁଖ୍ୟ ପରିଚାଳନା ଅଧିକାରୀ ରାକେଶ ମୋହନଙ୍କ ନେତୃତ୍ୱରେ ବିଭିନ୍ନ ବିଭାଗର କର୍ମଚାରୀ ମାନେ ଉପସ୍ଥିତ ରହି ସଙ୍ଗୀତ ଗାନ କରିଥିଲେ। ଲାଞ୍ଜିଗଡ ଡିଏଭି ବେଦାନ୍ତ ଇଣ୍ଟେରନେସନାଲ ସ୍କୁଲ ଠାରେ ଅଧ୍ୟକ୍ଷ ଶିବାନନ୍ଦ ହୋତାଙ୍କ ନେତୃତ୍ୱରେ ସ୍କୁଲର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସଙ୍ଗୀତ ଗାନ କରିଥିଲେ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

ଲାଞ୍ଜିଗଡ ଥାନାରେ ମଧ୍ୟ ଥାନା ଅଧିକାରୀ ସିବାନନ୍ଦ ପାତ୍ରଙ୍କ ନେତୃତ୍ୱରେ ସମସ୍ତ ପୋଲିସ କର୍ମଚାରୀ ଓ ବିଶ୍ୱନାଥପୁର ଥାନା ଅଧିକାରୀ ରୁନୁ କୁମାରୀ ମାଝୀଙ୍କ ସହିତ ସମସ୍ତ ପୁଲିସ କର୍ମଚାରୀ ଉପସ୍ଥିତ ରହି ସଙ୍ଗୀତ ଗାନ କରିଥିଲେ। ଲାଞ୍ଜିଗଡ ସରକାରୀ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ଓ ବେଦାନ୍ତ ମେଡିକାଲ ଠାରେ ମଧ୍ୟ ସମସ୍ତ ଡାକ୍ତର,ସ୍ୱାସ୍ଥ୍ୟ କର୍ମୀ ଓ କର୍ମଚାରୀ ମାନେ ଉପସ୍ଥିତ ରହି ସଙ୍ଗୀତ ଗାନ କରିଥିଲେ। 

ଲାଞ୍ଜିଗଡ଼ ହାଇସ୍କୁଲ ଠାରେ ମଧ୍ୟ ଲାଞ୍ଜିଗଡ ଅଞ୍ଚଳର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସଙ୍ଗୀତ ଗାନ କରିଥିଲେ। ସେହିପରି ଲାଞ୍ଜିଗଡ ବ୍ଲକ ପରିସରରେ ଲାଞ୍ଜିଗଡ ବିଡ଼ିଓ ଜିତେନ୍ଦ୍ର କୁମାର ମିଶ୍ର, ବ୍ଲକ ଅଧ୍ୟକ୍ଷ ଇଂ. ଫକିର ମୋହନ ମାଝୀ, ଏବିଡ଼ିଓ ବିଭୁତି ଭୂଷଣ ଶତପଥୀ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ମନୋହର ହରପାଲ, ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ଜଗଦୀଶ ବେନିଆଁ, ବ୍ଲକର ସମସ୍ତ କର୍ମକର୍ତ୍ତା, ଅଙ୍ଗନବାଡ଼ି କର୍ମୀ, ଆଶା କର୍ମୀ ଉପସ୍ଥିତ ଥିଲେ।

ଲାଞ୍ଜିଗଡ ବ୍ଲକ ବିଜେଡି କାର୍ଯ୍ୟଳୟଠାରେ ମଧ୍ୟ ବ୍ଲକ ବିଜେଡି ସଭାପତି ଗୋବିନ୍ଦ ପ୍ରଧାନୀ, ବ୍ଲକ ବିଧାୟକ ପ୍ରତିନିଧି ପ୍ରଦୀପ ଘଡେ଼ଇ, ବ୍ଲକ ପୂର୍ବତନ ଉପାଧ୍ୟକ୍ଷ ଜଗଦୀଶ ବେନିଆଁ, ବିଶ୍ୱନାଥ ଘଡେ଼ଇ, ନରେନ୍ଦ୍ର ପ୍ରଧାନୀ ଓ ସମସ୍ତ ବିଜେଡି କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ।

ବିଶ୍ୱନାଥପୁର ମା ହୀରାନିଳା ଡିଗ୍ରି ମହାବିଦ୍ୟାଳୟ ଠାରେ ଥିବା ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରଠାରେ ଥିବା ପ୍ରବାସୀ ଓଡ଼ିଆ ମାନେ ମଧ୍ୟ ସଙ୍ଗୀତ ଗାନ କରିଥିବା ବେଳେ କଲେଜ ଅଧ୍ୟକ୍ଷ ରମେଶ ଚନ୍ଦ୍ର ସାହୁଙ୍କ ସହିତ କଲେଜର ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ ମାନେ ଉପସ୍ଥିତ ଥିଲେ। ସେହିପରି ପରି ବ୍ଲକର ବିଭିନ୍ନ ପଞ୍ଚାୟତରେ ସରପଞ୍ଚ ମାନଙ୍କ ନେତୃତ୍ୱରେ ପଞ୍ଚାୟତବାସୀ ସଙ୍ଗୀତ ଗାନ କରିଥିଲେ।

ଲାଞ୍ଜିଗଡ଼ ପ୍ରତିନିଧି ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ OdiaBarta.in

Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.