କୋକସରା,୧୯/୬ : କଳାହାଣ୍ଡି ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ଆନୁକୂଲ୍ୟରେ କୋକସରା ବ୍ଲକ ମୋଟେର ପ୍ରାଥମିକ ବିଦ୍ୟାଳୟ ଠାରେ ଶୁକ୍ରବାର ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ‘ମୋ ସରକାର’ ଯୋଜନା ମାଧ୍ୟମରେ ହେଉଥିବା ଏହି ରକ୍ତ ଦାନ ଶିବିରରେ ଜିଲ୍ଲା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ମନୋଜ କୁମାର ମହାନ୍ତ, କୋକସରା ଥାନା ଅଧିକାରୀ ବାସୁଦେବ ଛାତ୍ରୀଆ, ମୋଟେର ଫାଣ୍ଡି ଅଧିକାରୀ ଅଜୟ ନାଏକ, ମୋଟେର ସରପଞ୍ଚ ଇଂ ସୁଶୀଲ ଶବର, ସୁରତ ପଣ୍ଡା, ମୋଟେର ଜିଲ୍ଲା ପରିଷଦ ସଭ୍ୟ ଅମୋଜ ପଣ୍ଡା, ନେହେରୁ ଯୁବ କେନ୍ଦ୍ର କଳାହାଣ୍ଡି, କାଳିକୃଷ୍ଣ ସଂଘ, କୃପାସିନ୍ଧୁ ସାଂସ୍କୃତିକ ଅନୁଷ୍ଠାନ, ସାଇ ଭଜନ ମଣ୍ଡଳୀ କାର୍ଲକୋଟ, ମୋଟେର ରାଜୀବ କ୍ଲବ, ମୋଟେର ଯୁବକ ସଂଘ ଓ ସ୍ଥାନୀୟ ସ୍ୱେଚ୍ଛାସେବୀ ପ୍ରମୁଖ ଉପସ୍ଥିତ ଥିଲେ ।
ଶିବିରରେ କୋଭିଡ-୧୯ କଟକଣା ଦୃଷ୍ଟିରୁ ସାମାଜିକ ଦୂରତା ବଜାୟ ରଖାଯାଇଥିଲା । ରକ୍ତଦାନ ଶିବିରରେ ୫୧ ୟୁନିଟ ରକ୍ତ ସଂଗ୍ରହ କରାଯାଇ ଥିବାବେଳେ ଭବାନୀପାଟଣା ରକ୍ତ ଭଣ୍ଡାର କର୍ମଚାରୀ ମାନେ ରକ୍ତ ସଂଗ୍ରହ କରିଥିଲେ । ରାମନାରାୟଣ ପୁଝାରୀ, ପୁରୁଷୋତ୍ତମ ଝାଙ୍କର, ଧର୍ମେନ୍ଦ୍ର ଦାସ, ସମୀର ପଟେଲ, ଭାଗୀରଥି ଦାସ, ଲେକେଶ୍ୱର ନାଏକ, ଗୌରଚନ୍ଦ୍ର ଜେନା, ଅନୀଲ ଦାସ, ଲାବାଣ୍ୟ ପାନ ସମେତ ସ୍ଥାନୀୟ ବାସିନ୍ଦା ମାନେ ଯୋଗଦେଇ ସ୍ୱେଚ୍ଛାକୃତ ଭାବରେ ରକ୍ତଦାନ କରିଥିଲେ । ଯୁବ ରେଡକ୍ରସ ପରାମର୍ଶଦାତା ଅଧ୍ୟାପକ ମୋହନ ଚରଣ ବିଶି, କଳାହାଣ୍ଡି, ରାଷ୍ଟ୍ରିୟ ସ୍ୱେଚ୍ଛା ସେବୀ ସଦସ୍ୟ କୋପନେଶ୍ୱର ବେମାଲ, ବିନୋଦ ପଟେଲ ପ୍ରମୂଖ ଉପସ୍ଥିତ ରହି ସହଯୋଗ କରିଥିଲେ ।
କୋକସରା ପ୍ରତିନିଧି ହିରନ୍ୟ ବେହେରାଙ୍କ ରିପୋର୍ଟ OdiaBarta.in