କଳାହାଣ୍ଡି,୨୦/୬: ଆଜି (ଶନିବାର) ସକାଳ ପ୍ରାୟ୮ଘଣ୍ଟା ସମୟରେ ଗୋପାଳପୁର ରାୟପୁର ୫୯ ଜାତୀୟ ରାଜପଥ ଆଁଳାପାଲି ଛକ ମ.ରାମପୁର ନିକଟରେ ଏକ ଟ୍ରକ ମାଡିଯିବା ଫଳରେ ତୁଳସୀ ପଶାୟତ (୪୨ ବର୍ଷ)ଙ୍କ ଶୋଚନୀୟ ମୃତ୍ୟୁ ହେଇଚି ।
ସେ ଉକ୍ତ ଗ୍ରାମର ରଙ୍କନିଧି ପଶାୟତଙ୍କ ଧର୍ମପତ୍ନୀ ବୋଲି ଜଣାପଡିଛି । ଉତ୍ୟକ୍ତ ଲୋକ ରାସ୍ତା ଅବରୋଧ କରିଥିବା ବେଳେ ମ.ରାମପୁର ତହସିଲଦାର ସୟଦ ଇସାକ ମଦିନା, ମ.ରାମପୁର ଥାନାଧିକାରୀ ଗୋବିନ୍ଦ ଚନ୍ଦ୍ର ମାଝୀ ପହଂଚି ଘଟଣା ର ମୁକାବିଲା କରୁଛନ୍ତି ।
ରାସ୍ତା ଅବରୋଧ ଫଳରେ ଦୁଇପଟେ ଶହ ଶହ ଗାଡି ଅଟକିରହିଛି। ୧୬ ଚକ ବିଶିଷ୍ଟ ଏହି ଟ୍ରକ ତିନୋଟି ଘରଜୁ ମାଡି ଯାଇଛି । ଘଟଣା ସ୍ଥଳ ରେ ଶୋକର ଛାୟା ଖେଳି ଯାଇଥିବାବେଳେ ପରିସ୍ଥିତିକୁ ପୋଲିସ ଆୟତ୍ତରେ ରଖିଛି ।