ଶହୀଦ ଯବାନଙ୍କୁ ପ୍ରେସ୍ ୟୁନିୟନ ରାୟଗଡ ତରଫରୁ ଶ୍ରଦ୍ଧାଂଜଳି

ରାୟଗଡ,୨୦/୬: ପ୍ରେସ ୟୁନିୟନ ରାୟଗଡ ତରଫରୁ ଲଦାଖର ଗଲୱାନ ଘାଟିରେ ଶହୀଦ ହୋଇଥିବା ୨୦ଜଣ ଭାରତୀୟ ଯବାନଙ୍କ ଉଦ୍ଦେଶ୍ୟରେ ଏକ ଶ୍ରଦ୍ଧାଂଜଳି ସଭା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପ୍ରେସ ୟୁନିୟନ ସଭାପତି ଦୟାନନ୍ଦ ଖାଡଙ୍ଗାଙ୍କ ନେତୃତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ଉପସ୍ଥିତ ସମସ୍ତେ ସାମାଜିକ ଦୂରତା ରକ୍ଷା କରି ପ୍ରଥମେ ୨ମିନିଟ୍ ନୀରବ ପ୍ରାର୍ଥନା କରିଥିଲେ । କାର୍ଯ୍ୟକ୍ରମରେ ଉପସ୍ଥିତ ସମସ୍ତ ବୁଦ୍ଧିଜୀବି, ସମାଜସେବୀ ବ୍ୟକ୍ତିବିଶେଷମାନେ ଚୀନର ପ୍ରୟୋଜିତ ଆକ୍ରମଣ ଓ ହତ୍ୟାକୁ ତ୍ରୀବ ନିନ୍ଦା କରିବା ସହିତ ଚୀନର ସମସ୍ତ ଦ୍ରବ୍ୟକୁ ବହିଷ୍କାର କରିବା ସହ ସମସ୍ତେ ମିଳିମିଶି ଚୀନ ସାମଗ୍ରୀକୁ ବହିଷ୍କାର କରିବା ପାଇଁ ପ୍ରତିଞା କରିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଏହି କାର୍ଯ୍ୟକ୍ରମରେ ଅତିିରିକ୍ତ ଜିଲ୍ଳାପାଳ ଶରତ ଚନ୍ଦ୍ର ପଣ୍ଡା, ବିଡିଓ ରାଜେନ୍ଦ୍ର ମାଝି, ଏବିଡିଓ ନୃସିଂହଚରଣ ପଟ୍ଟନାୟକ, ଜିଲ୍ଳା ସୂଚନା ଓ ଲୋକ ସଂପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନ, ଇମ୍ଫା କାରଖାନାର ଲୋକ ସଂପର୍କ ଅଧିକାରୀ ଶକ୍ତିପ୍ରସାଦ ପାଣିଗ୍ରାହୀ, ବରିଷ୍ଠ ଓକିଲ ପ୍ରଦୀପ ଦାଶ,ବିଜେପି ନେତା ବସନ୍ତ ଉଲାକା, ବରିଷ୍ଠ ସାମ୍ବାଦିକ ନୃସିଂହନାଥ ପାଢୀ ଉପସ୍ଥିତ ରହି ଶହୀଦ ଯବାନଙ୍କୁ ଶ୍ରଦ୍ଧାଂଜଳି ଦେଇଥିଲେ ।

Udyog Nursery
Udyogi Nursery

ଏହି କାର୍ଯ୍ୟକ୍ରମକୁ ପ୍ରେସ ୟୁନିୟନର ସଦସ୍ୟ ସୁରେଶ ଦାସ, ମନୋଜ ସାହୁ, ଶ୍ରୀନିବାସ ବଳିୟାରସିଂ, ସନ୍ତୋଷ ପାଢୀ, ଶ୍ରୀଧର ଚୈାଧୁରୀ, ପ୍ରଦୀପ ପାତ୍ର, ଶିବାଜୀ ଦାସ, ସନ୍ତୋଷ ସାହୁ ପ୍ରମୁଖ ଉପସ୍ଥିତ ରହି ଯବାନଙ୍କୁ ଶ୍ରଦ୍ଧାଂଜଳି ପୂର୍ବକ ପରିଚାଳନାରେ ସହଯୋଗ କରିଥିଲେ ।

ରାୟଗଡରୁ ଶିବ ନାରାୟଣ ଗୈାଡଙ୍କ ରିପୋର୍ଟ OdiaBarta.in

Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.