ରାୟଗଡ ଜିଲ୍ଳାରେ ପୁଣି ୫ଟି ନୂଆ କରୋନା ପଜିଟିଭ୍ କେସ୍‌,୧୭ରେ ପଂହଚିଲା ଆକ୍ରାନ୍ତଙ୍କ ସଂଖ୍ୟା

ରାଜ୍ୟ ବାହାରୁ ଆସିଥିବା ପ୍ରବାସୀଙ୍କ ଠାରୁ ସାମାଜିକ ଦୂରତା ବଜାୟ ରଖନ୍ତୁ : ଜିଲ୍ଳାପାଳ

ରାୟଗଡ,୨୦/୬: ମହାମାରୀ କରୋନା ସଂକ୍ରମଣରେ ରାୟଗଡ ଜିଲ୍ଳାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୭ରେ ପଂହଚିଥିବା ବେଳେ ଏଥିରୁ ୭ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଏବଂ ବାକି ୧୦ଜଣଙ୍କ ମଧ୍ୟରୁ ୫ଜଣ କୋରାପୁଟ ଜିଲ୍ଳାର ଜୟପୁର କୋଭିଡ ହସ୍ପିଟାଲରେ ଏବଂ ନୂଆ ଭାବେ ଚହ୍ନଟ ହୋଇଥିବା ୫ଜଣ ରାୟଗଡ ଜିଲ୍ଳା ଜେକେପୁର ସ୍ଥିତ କୋଭିଡ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି ହୋଇ ଚିକିତ୍ସିତ ହେଉଥିବା ନେଇ ଜିଲ୍ଳାପାଳ ପ୍ରକାଶ କରିଛନ୍ତି । ଏ ନେଇ ରାୟଗଡ ଜିଲ୍ଳାପାଳ ପ୍ରମୋଦ କୁମାର ବେହେରା ଗଣମାଧ୍ୟମକୁ ଦେଇଥିବା ସୂଚନା ପ୍ରକାରେ ରାୟଗଡ ଜିଲ୍ଳାରେ ଶନିବାର ଦିନ ପୁଣି ୫ଟି ନୂଆ ପଜିଟିଭ୍ କେସ ବାହାରିଛି । ସମସ୍ତ ପଜିଟିଭ କେସ ଗୁଣପୁର ଅଂଚଳର ବୋଲି ଜଣାପଡିଛି । ଏଥିରେ ୪ଜଣ ମହିଳା ରହିଥିବା ବେଳେ ଜଣେ ପୁରୁଷ ଆକ୍ରାନ୍ତ ରହିଛନ୍ତି । ସେହିପରି ଏମାନଙ୍କ ମଧ୍ୟରେ ୪ଜଣ କ୍ୱାରେନଟାଇନ କେନ୍ଦ୍ରରେ ରହୁଥିବା ବେଳେ ଜଣେ ହୋମ କ୍ୱାରେନଟାଇନରେ ରହିଥିଲେ । ତାମିଲନାଡୁରୁ ଫେରି ଗୁଣପୁର ବ୍ଳକ ସିରିଝୋଲି ଗ୍ରାମ ପଂଚାୟତ ଅନ୍ତର୍ଗତ ବିଜୟୟପୁର ଗ୍ରାମର ଗୋଟିଏ ପରିବାରର ସ୍ୱାମୀ,ସ୍ତ୍ରୀ ଓ ୪ବର୍ଷର ଶିଶୁ କନ୍ୟା ରହିଛନ୍ତି । ସେହିପରି ଗୁଣପୁର ପୈାର ପରିଷଦ ଅଧୀନ କୋତୁରୁ ସାହିର ଜଣେ ୧୭ ବର୍ଷିୟ ଯୁବତୀ ତାମିଲନାଡୁରୁ ଫେରି ୧୪ଦିନ ସ୍କୁଲ କ୍ୱାରେନଟାଇନରେ ରହିବା ପରେ ହୋମ କ୍ୱାରେନଟାଇନରେ ରହୁଥିଲେ ।

ସେହିପରି ରାମନାଗୁଡା ବ୍ଳକର ଜଣେ ମହିଳା କର୍ଣ୍ଣାଟକରୁ ଫେରି ଗୁଣପୁର ଓଏଭି କୋଭିଡ୍ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ କ୍ୱାରେନଟାଇନରେ ରହିଥିଲେ । ତେବେ ଏମାନଙ୍କ ମଧ୍ୟରେ ଥଣ୍ଡାକାଶ ଲକ୍ଷଣ ଦେଖାଦେବା ପରେ ସମସ୍ତଙ୍କ ସ୍ୱାବ ନମୂନା ପରୀକ୍ଷା ପାଇଁ ଭୁବନେଶ୍ୱର ସ୍ଥିତ ଆରଏମଆରସି କେନ୍ଦ୍ରକୁ ପଠାଯାଇଥିଲା । ଯାହାର ରିପୋର୍ଟ ପଜିଟିଭ୍ ବାହାରିଥିବା ଜିଲ୍ଳାପାଳ ଶ୍ରୀ ବେହେରା ପ୍ରକାଶ କରିଥିବା ବେଳେ ୫ଜଣଙ୍କୁ ରାୟଗଡ ଜିଲ୍ଳା ଜେକେପୁର ସ୍ଥିତ କୋଭିଡ୍ ହେଲଥ୍ ସେଂଟରକୁ ଚିକିତ୍ସା ପାଇଁ ପଠାଯାଇଥିବା କହିଛନ୍ତି । ସେହିପରି ବିଜୟପୁର ଗ୍ରାମ, ଗୁଣପୁର ପୈାର ପରିଷଦର କୋତୁରୁ ଓ ଓଏଭି କୋଭିଡ କେୟାର ସେଂଟର ଅଂଚଳକୁ କଟେନମେଂଟ ଜୋନ ଭାବେ ପ୍ରଶାସନ ଘୋଷଣା କରିଥିବା ବେଳେ ଏହି ଅଂଚଳରେ ଲୋକଙ୍କୁ ଅତ୍ୟାବଶକୀୟ ସାମଗ୍ରୀ ଯୋଗାଇବା ପାଇଁ ୪ଜଣ ନୋଡାଲ ଅଫିସରଙ୍କୁ ଦାୟିତ୍ୱ ଦେବା ସହ ଗୁଣପୁର ଉପଜିଲ୍ଳାପାଳ ଡଃ.ସିଦ୍ଧେଶ୍ୱର ବଳିରାମ ବନ୍ଦରଙ୍କୁ ଏହାର ନିରୀକ୍ଷଣ କରିବାକୁ ଜିଲ୍ଳାପାଳ ନିର୍ଦ୍ଦେଶ ଦେଇଛନ୍ତି । ଅପରପକ୍ଷେ ଜିଲ୍ଳାରେ ବୃଦ୍ଧି ପାଉଥିବା କରୋନା ଆକ୍ରାନ୍ତଙ୍କ ସଂଖ୍ୟାକୁ ଦୃଷ୍ଟିରେ ରଖି ଫେରୁଥିବା ସମସ୍ତ ପ୍ରବାସୀମାନଙ୍କ ଠାରୁ ସାମାଜିକ ଦୂରତା ବଜାୟ ରଖିବା ପାଇଁ ଜିଲ୍ଳାପାଳ ଶ୍ରୀ ବେହେରା ପରାମର୍ଶ ଦେଇଛନ୍ତି ।

ଅପରପକ୍ଷେ ରାୟଗଡ ଜିଲ୍ଳାରୁ ଗତ ଜନୁ ୧୫ତାରିଖରେ ୨୫ତମ ପର୍ଯ୍ୟାୟରେ ୫୮ଜଣଙ୍କ ନମୂନା ପରୀକ୍ଷା ପାଇଁ ଆରଏମଆରସି କେନ୍ଦ୍ର୍ର,ଭୁବନେଶ୍ୱର ପଠାଯାଇଥିବା ବେଳେ ସେଥିରୁ ୫ଜଣଙ୍କ ନମୂନାରେ କରୋନା ପଜିଟିଭ୍ ବାହାରିଥିବା ବେଳେ ୫୩ଜଣଙ୍କ ରିପୋର୍ଟ ନେଗେଟିଭ ଆସିଥିଲା । ବର୍ତମାନ ସୁଦ୍ଧା ଜିଲ୍ଳାରୁ ସମୁଦାୟ ୨୫୭୦ଜଣଙ୍କ ସ୍ୱାବ ନମୂନା ପରୀକ୍ଷା ପାଇଁ ପଠାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ୨୫୫୩ଜଣଙ୍କ ରିପୋର୍ଟ ନେଗେଟିଭ ଓ ୧୭ଜଣଙ୍କ ପଜେଟିଭ୍ ଆସିଥିବା ଜିଲ୍ଳା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଆର୍ତବନ୍ଧୁ ନାୟକ ସୂଚନା ଦେଇଛନ୍ତି ।

ରାୟଗଡରୁ ଶିବ ନାରାୟଣ ଗୈାଡଙ୍କ ରିପୋର୍ଟ OdiaBarta.in

Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.