ଆପ୍ ଦଳ ପକ୍ଷରୁ ଶହୀଦ ଯବାନଙ୍କୁ ଶ୍ରଦ୍ଧାଂଜଳି ଓ ଚୀନ ବିରୋଧରେ ଆକ୍ରୋଶ ପ୍ରଦର୍ଶନ

ରାୟଗଡ୨୧/୬: ରାୟଗଡ ଜିଲ୍ଳା ଆମ ଆଦମୀ ପାର୍ଟି (ଆପ ) ଦଳ ତରଫରୁ ଶନିବାର ସଂଧ୍ୟାରେ ସ୍ଥାନୀୟ ମହାତ୍ମା ଗାନ୍ଧୀ ଶିଶୁ ଉଦ୍ୟାନ ସମ୍ମୁଖରେ ଚୀନ ଦ୍ୱାରା ଭାରତୀୟ ଯବାନଙ୍କ ଉପରେ ହୋଇଥିବା ଆକ୍ରମଣ ଓ ଏଥିରେ ଦେଶ ପାଇଁ ଶହୀଦ ହୋଇଥିବା ୨୦ଜଣ ଯବାନଙ୍କୁ ଶ୍ରଦ୍ଧାଜଂଳି ପୂର୍ବକ ନୀରବ ପ୍ରାର୍ଥନା କରାଯାଇଥିଲା ।

ଏହି କାର୍ଯ୍ୟକ୍ରମରେ ଆପ୍ ର ରାଜ୍ୟ ସଂପାଦକ (ସଂଗଠନ) ଏବଂ ମୁଖପାତ୍ର ଜନ୍ମେଜୟ ସ୍ୱାଇଁ ଚୀନ ବିରୋଧରେ ଆକ୍ରୋଶ ପ୍ରଦର୍ଶନ କରିବା ସହ ବୀର ଶହୀଦ ପରିବାରଙ୍କୁ କେନ୍ଦ୍ର ସରକାର ୧କୋଟି ଟଙ୍କା କ୍ଷତିପୂରଣ ସହାୟତା ଓ ପରିବାରର ଜଣଙ୍କୁ ନିଯୁକ୍ତି ଦେବା ଦାବି କରିଛନ୍ତି ବୋଲି କହିଛନ୍ତି । ଏହି କାର୍ଯ୍ୟକ୍ରମରେ ଆପ ଦଳର କର୍ମୀମାନେ ଯୋଗ ଦେଇ ଶହୀଦ ଯବାନମାନଙ୍କ ଅମର ଆତ୍ମାର ସଦ୍ଗତି କାମନା କରି ଶ୍ରଦ୍ଧାଂଜଳି ପୂର୍ବକ କ୍ୟାଣ୍ଡେଲ ଜଳାଇଥିଲେ ।

ରାୟଗଡରୁ ଶିବ ନାରାୟଣ ଗୈାଡଙ୍କ ରିପୋର୍ଟ OdiaBarta.in

Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.