CRPF 64-B ପକ୍ଷରୁ ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଜରିଆରେ ସ୍କୁଲ ପିଲାଙ୍କୁ ବିଭିନ୍ନ ସାମଗ୍ରୀ ବଣ୍ଟନ

ଲାଞ୍ଜିଗଡ,୧୭/୭: କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ସିକେରକୁପା ସ୍ଥିତ ୬୪ ବାଟାଲିୟନ ସିଆରପିଏଫ ପକ୍ଷରୁ ସ୍କୁଲ ଛାତ୍ରଛାତ୍ରୀଙ୍କୁ ସ୍କୁଲ ବେଗ, ନୋଟବୁକ, ପେନ, କଲର ପେନ୍ସିଲ, ଏଚଡି ପେନ୍ସିଲ, ବ୍ୟବହାର୍ଯ୍ୟ ସାମଗ୍ରୀ ବଣ୍ଟନ କରାଯାଇଛି ।

ସିକେରକୁପା ଠାରେ ସିଆରପିଏଫ୍ ୬୪ ବାଟାଲିୟନର ଆସିଷ୍ଟେଣ୍ଡ କମାନଣ୍ଡେଣ୍ଟ ଅନିରୁଦ୍ଧ ପାଣ୍ଡେଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଲାଞ୍ଜିଗଡ ରୋଡ଼ ପଞ୍ଚାୟତର ୫ ଗୋଟି ସ୍କୁଲ ଶିକ୍ଷାର୍ଥୀଙ୍କୁ ଏହି ସାମଗ୍ରୀ ବଣ୍ଟନ କରାଯାଇଥିଲା।

ଲାଞ୍ଜିଗଡ଼ ବ୍ଲକର ସିକେରକୁପା ପ୍ରାଥମିକ ବିଦ୍ୟାଳୟ, ଗଜରାଜପୁର ପ୍ରାଥମିକ ବିଦ୍ୟାଳୟ, କିଡିଙ୍ଗ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଲାଞ୍ଜିଗଡ ରୋଡ଼ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଓ ସେଣ୍ଟ୍ରାଲ ପ୍ରାଥମିକ ବିଦ୍ୟାଳୟର ୨୦୦ ଶହରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀଙ୍କୁ ସ୍କୁଲର ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ଜରିଆରେ ଏହି ସାମଗ୍ରୀ ବଣ୍ଟନ କରାଯାଇଛି। କାର୍ଯ୍ୟକ୍ରମରେ ୬୪ ବାଟାଲିୟନର ସିଆରପିଏଫ୍ ଯବାନମାନେ ଉପସ୍ଥିତ ଥିଲେ।

ଲାଞ୍ଜିଗଡ଼ ପ୍ରତିନିଧି ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ OdiaBarta.in

Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.