ଧର୍ମଗଡ଼,୧୭/୭: ନେହେରୁ ଯୁବକେନ୍ଦ୍ର କଳାହାଣ୍ଡି ଓ ମହା କାଳେଶ୍ୱର ସାଂସ୍କୃତିକ ଅନୁଷ୍ଠାନ ତରଫରୁ ଖୁଟୁଲୁଗୁଡା ଠାରେ ‘ସ୍ୱଚ୍ଛ ଗ୍ରାମ ସବୁଜ ଗ୍ରାମ’ ଅଭିଯାନ ଅନୁଷ୍ଠିତ ହୋଇଯାଇଛି । ଧର୍ମଗଡ଼ ବ୍ଲକ ଖୁଟୁଲୁଗୁଡା ତ୍ରିନାଥ ମନ୍ଦିର ଓ ବିଦ୍ୟାଳୟ ପ୍ରାଙ୍ଗଣ ଠାରେ ଏହି ଅବସରରେ ଚାରରୋପଣ କରାଯାଇଥିଲା ।ଆୟୋଜିତ କାର୍ଯ୍ୟକ୍ରମରେ ବଡ଼ ଘୁମରେ ସମିତି ସଭ୍ୟ ସୁଶ୍ରୀ କୌଶଲ୍ୟା ଦୀପ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ଅଭିଜାନର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସଂପର୍କରେ ଆଲୋକପାତ କରିଥିଲେ ।
ନେହରୁ ଯୁବ କେନ୍ଦ୍ରର ଜାତୀୟ ଯୁବ ସ୍ବେଚ୍ଛାସେବୀ ଅକ୍ଷୟ କୁମାର ମେହେର କାର୍ଯ୍ୟକ୍ରମ ପରିଚାଳନା କରିଥିଲାବେଳେ ଖୁଟୁଲୁଗୁଡା ଯୁବକ ସଂଘର ସଭାପତି କ୍ଷୀରସିନ୍ଧୁ ଗୋପାଳ, ସେକ୍ରେଟାରୀ ପତିତପାବନ ଗୋପାଳ, ରଶ୍ମିରଞ୍ଜନ ଗୋପାଳ, ମାୟାଧର ସୁନାନୀ, କାବୁଲି ଦୀପ, ଅଜୟ ମାଝି ,ପାଣ୍ଡବ ଗୋପାଳ ପ୍ରମୂଖ ସହଯୋଗ କରିଥିଲେ ।
ଧର୍ମଗଡ଼ରୁ ଲବଣି ରାଉତଙ୍କ ରିପୋର୍ଟ OdiaBarta.in