ଶିଶୁମାନଙ୍କୁ ପୁଷ୍ଟିକର ଖାଦ୍ୟ ପ୍ରଦାନ

କଳାହାଣ୍ଡି,୧୭/୭: ମ.ରାମପୁର ବ୍ଲକ ମାଣିକେରା ପଞ୍ଚାୟତର ଶିଶୁମାନଙ୍କୁ ପୁଷ୍ଟିକର ଖାଦ୍ୟ ବଣ୍ଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟସଭା ସାଂସଦ ସୁଜିତ କୁମାରଙ୍କ ଦ୍ବାରା ପୋଷ୍ୟ ଘୋଷିତ ମାଣିକେରା ପଞ୍ଚାୟତରେ ଯେପରି ଜଣେକେହି ଶିଶୁ ପୁଷ୍ଟି ହୀନତାର ଶିକାର ନହେବେ ସେଥିପାଇଁ ସାଂସଦ ବିଶେଷ ଜତ୍ନବାନ ଅଛନ୍ତି । ଏହି ପରିପ୍ରେକ୍ଷୀରେ ଆଜି ସୁପ୍ରିମ ଟାକ୍ସ ଏନଜିଓ ତରଫରୁ ଏହି ପଞ୍ଚାୟତର ବାଞ୍ଝିମୁଣ୍ଡା, ତଲନୂଆଗାଁ, ଉପରନୂଆଗାଁ, ମର୍ଦ୍ଧାଜୋର, ଅରସକୁପା ଆଦି ଗ୍ରାମର ଶିଶୁ ମାନଙ୍କୁ ବିଭିନ୍ନ ପୁଷ୍ଟିକର ଖାଦ୍ୟ ସାମଗ୍ରୀ ବଣ୍ଟନ କରାଯାଇଥିଲା ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ରାଜ୍ୟସଭା ସାଂସଦ ସୁଜିତ କୁମାରଙ୍କ ତତ୍ବବଧାନ ଏବଂ ଶକ୍ତିମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଓ କଳାହାଣ୍ଡି ଜିଲ୍ଲା ବିଜେଡି ସଭାପତି ପୁଷ୍ପେନ୍ଦ୍ର ସିଂଦେଓଙ୍କ ମାର୍ଗଦର୍ଶନରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏଥିରେ ଅତିଥି ଭାବେ ମ.ରାମପୁର ବିଡିଓ ରୁମାନା ଜାଫ୍ରି ଓ ସମାଜସେବୀ ଚିତ୍ତରଞ୍ଜନ ମଣ୍ଡଳ ଉପସ୍ଥିତ ରହି ଶିଶୁ ମାନଙ୍କ ପାଇଁ ଉଦ୍ଦିଷ୍ଟ ଖାଦ୍ୟ ସାମଗ୍ରୀ ବଣ୍ଟନ କରିଥିଲେ । ସୁପ୍ରିମଟାକ୍ସ କାର୍ଯ୍ୟକର୍ତ୍ତାଙ୍କ ସହ ନର୍ଲା ନିର୍ବାଚନ ମଣ୍ଡଳୀ ବିଜୁ ଯୁବ ଜନତା ଦଳ ସଭାପତି ବିଜୟ ବୁଦ୍ଧିଆ, ଦିବାକର ସାହୁ, ଦିପକ ମହାନ୍ତୀ, ଅମିୟ ସତପଥୀ, ଅଭୟ ଚାନ୍ଦ, ମହିଧର ବିଶ୍ବାଳ ଓ ଦିଲ୍ଲିପ ନାଏକ ପ୍ରମୂଖ ସହଯୋଗ କରିଥିଲେ ।

Udyog Nursery
Udyogi Nursery

କଳାହାଣ୍ଡିରୁ ହେମନ୍ତ ସାହୁଙ୍କ ରିପୋର୍ଟ OdiaBarta.in

Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.