କୋରାପୁଟ ଜିଲ୍ଲାରେ ଖୋଲିଲା ୨ୟ କଭିଡ କେୟାର କେନ୍ଦ୍ର

କୋରାପୁଟ,୨୫/୭: ଦିନକୁ ଦିନ ବଢିଚାଲିଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କୋରାପୁଟ ଜିଲ୍ଲାରେ ଦ୍ବିତୀୟ କୋଭିଡ କେୟାର କେନ୍ଦ୍ର ସ୍ଥାପନ କରାଯାଇଛି । ସହରର ଗାନ୍ଧୀନଗର ସ୍ଥିତ ଅନେସ୍ୱା ହଷ୍ଟେଲରେ ୭୦ ଶଯ୍ୟା ବିଶିଷ୍ଟ କୋଭିଡ କେୟାର କେନ୍ଦ୍ରକୁ ଜିଲ୍ଲାପାଳ ମଧୁସୂଦନ ମିଶ୍ର ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି । ଏହି କେନ୍ଦ୍ରରେ ଡ଼ାକ୍ତର ଓ ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ଅବସ୍ଥାପିତ କରାଯାଇଛି ତଥା ୨୪ଘଣ୍ଟିଆ ସେବା ଯୋଗାଇଦେବାକୁ ସହାୟତା କେନ୍ଦ୍ରର ବ୍ୟବସ୍ଥା ରହିଛି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ପୂର୍ବରୁ ଜୟପୁରରେ ୭୦ ଶଜ୍ୟା ବିଶିଷ୍ଟ କୋଭିଡ କେୟାର ଖୋଲା ଯାଇଥିବା ବେଳେ ଆଜି କୋରାପୁଟ ସହରରେ ମଧ୍ୟ ୭୦ ଶଯ୍ୟା ବିଶିଷ୍ଟ କେନ୍ଦ୍ରର ଶୁଭ ଉଦଘାଟନ କରାଯାଇଛି । ଖୁବ ଶୀଘ୍ର ସୁନାବେଡା ଦାମନଯୋଡିରେ ମଧ୍ୟ କୋଭିଡ କେୟାର କେନ୍ଦ୍ର ଖୋଲାଯିବ । ଏଥିସହ ଜିଲ୍ଲାରେ ୨୩୦ରୁ ଉର୍ଷ ପଞ୍ଚାୟତରେ କୋଭିଡ କେୟାର ଓ ୭ କ୍ଲଷ୍ଟର କୋଭିଡ କେୟାର କେନ୍ଦ୍ର ଖୁବ ଶୀଘ୍ର ଖୋଲାଯିବା ବୋଲି ଜିଲ୍ଲାପାଳ କହିଛନ୍ତି ।

Udyog Nursery
Udyogi Nursery

କୋରାପୁଟ ଜିଲ୍ଲାରେ ପଜିଟିଭଙ୍କ ସଂଖ୍ୟା ୪୪୧ ରେ ପହଞ୍ଚିଛି । ତଥାପି ଜିଲ୍ଲା ପ୍ରଶାସନ ପକ୍ଷରୁ କଡା ସତର୍କତା ଅବଲମ୍ବନ କରାଯାଉଛି ବୋଲି ଜିଲ୍ଲାପାଳ ଓ ସିଡିଏମଓ କହିଛନ୍ତି । କୋଭିଡ କେୟାର କେନ୍ଦ୍ର ଉଦଘାଟନ ସମୟରେ ଜିଲ୍ଲା ସ୍ତରୀୟ ଅଧିକାରୀ, ଡାକ୍ତର ଓ କର୍ମଚାରୀ ଉପସ୍ଥିତ ଥିଲେ ।


Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.