ମାରଣାସ୍ତ୍ରରେ ଆକ୍ରମଣକରି କିରୋସିନ ହୋଲସେଲର କର୍ମଚାରୀଙ୍କ ଠାରୁ ଲୁଟ

ବଲାଙ୍ଗିର,୨୫/୭: ଡିଲରମାନଙ୍କ ଠାରୁ ପ୍ରାପ୍ୟ ସଂଗ୍ରହକରି ଫେରୁଥିବା ସମୟରେ କିରୋସିନ ହୋଲସେଲର କର୍ମଚାରୀଙ୍କ ଠାରୁ ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି । ପ୍ରାପ୍ତ ସୂଚନା ଅନୁସାରେ ବଲାଙ୍ଗିର ଡିଡି ଟ୍ରେଡର ମ୍ୟାନେଜର ନିକୁଞ୍ଜ ତରାଇ ଓ ତାଙ୍କ ଜଣେ ସହାୟକ କିରୋସିନି ଡିଲର ମାନଙ୍କ ଠାରୁ ଟଙ୍କା ନେଇ ଫେରୁଥିବା ସମୟରେ ପାଟଣାଗଡ ମୁଖ୍ୟ ରାସ୍ତା ଡୁଡୁକାଶିରା ନିକଟରେ ଲୁଟ୍ ର ଶିକାର ହୋଇଥିଲେ । ୩ଜଣ ଦୃବୁତ୍ତ କଳା ରଙ୍ଗର ବାଇକ ଯୋଗେ ଆସି ମାରଣାସ୍ତ୍ର ଓ ଠେଙ୍ଗାରେ ଆକ୍ରମଣକରି ଉକ୍ତ କର୍ମଚାରୀମାନଙ୍କ ଠାରୁ ୨ ଲକ୍ଷ ୬୫ହଜାର ଟଙ୍କା ଲୁଟ କରି ଫେରାର ହୋଇଯାଇଥିଲେ । ଆକ୍ରମଣର ଶିକାର ହୋଇ ଗୁରୁତର ହୋଇ ପଡିଥିବା ଅବସ୍ଥାରେ ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି ବଲାଙ୍ଗିର ମେଡିକାଲ କଲେଜ ହସ୍ପିଟାଲରେ ଭର୍ତି କରିଥିଲେ। ଖବରପାଇ ସଦର ଥାନା ପୋଲିସ ଘଟଣା ସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିଛି ।

ବଲାଙ୍ଗୀର ଜିଲ୍ଲା ପ୍ରତିନିଧି ଗୋକୁଳାନନ୍ଦ ବଗର୍ତ୍ତିଙ୍କ ରିପୋର୍ଟ OdiaBarta.in


Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.