କରୋନା କହର : କର୍ଲାମୁଣ୍ଡା ପଞ୍ଚାୟତ ୨୭ରୁ ୨୯ ଯାଏଁ ସଟଡାଉନ

କଳାହାଣ୍ଡି,୨୬/୭: ଦିନକୁଦିନ କରୋନା ସଂକ୍ରମଣ ବଢ଼ି ଚାଲିଥିବା ବେଳେ ଏହାକୁ ପ୍ରତିରୋଧ କରିବାକୁ କଳାହାଣ୍ଡି ଜିଲ୍ଲା ପ୍ରଶାସନ ପକ୍ଷରୁ ବିବିଧ ପଦକ୍ଷେପ ଗ୍ରହଣ କରାଯାଉଛି । ଅନ୍ୟପକ୍ଷରେ ଜିଲ୍ଲାର ସରପଞ୍ଚମାନେ ସଜାଗ ରହିଥିବା ଦେଖାଯାଉଛି । କର୍ଲାମୁଣ୍ଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଜଣେ ବ୍ୟକ୍ତି କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ଦୃଷ୍ଟିରେ ରଖି କର୍ଲାମୁଣ୍ଡା ସଦର ପଞ୍ଚାୟତକୁ ୪୮ ଘଣ୍ଟା ପାଇଁ ସଟ୍ ଡାଉନ୍ ଘୋଷଣା କରିଛନ୍ତି ସରପଞ୍ଚ କୃଷ୍ଣ ଚନ୍ଦ୍ର ବାଗ । ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ କର୍ଲାମୁଣ୍ଡା ପତ୍ର ସଂଖ୍ୟା – ୮୨ ରେ ଏନେଇ ସୂଚିତ କରାଯାଇଛି ଯେ, ୨୭ ତାରିଖ ସୋମବାର ସକାଳ ୬ ଘଣ୍ଟା ଠାରୁ ୨୯ତାରିଖ ବୁଧବାର ସକାଳ ୬ଘଣ୍ଟା ପର୍ଯ୍ୟନ୍ତ ସମଗ୍ର ପଞ୍ଚାୟତ ସଟ୍ ଡାଉନ୍ ରହିବ । ଏହି ସମୟରେ ଅତ୍ୟାବଶକ ସେବା ବ୍ୟତୀତ ବାକି ସମସ୍ତ ଦୋକାନ ବଜାର ବନ୍ଦ ରହିବ ।

Omkar Vasthu
Omkar Vasthu

ନର୍ଲା ନିର୍ବାଚନ ମଣ୍ଡଳୀ ପ୍ରତିନିଧି ନବୀନ କିଶୋର ସାହୁଙ୍କ ରିପୋର୍ଟ OdiaBarta.in

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.