କରୋନା ମିଟରରେ ଲାଗୁନି ବ୍ରେକ୍‌ : ରାୟଗଡ଼ା ଜିଲ୍ଲାରେ ପଜିଟିଭ ସଂଖ୍ୟା ୬୦୦ରେ ପହଞ୍ଚିଲା

୪୭ଜଣ ହୋମ ଆଇସୋଲେସନରେ ରହି ହେଉଛନ୍ତି ଚିକିତ୍ସିତ

ଜିଲ୍ଳାରେ ୯୯ % ଗ୍ରାମ ରହିଛି ଗ୍ରୀନ ଜୋନରେ -ଜିଲ୍ଳା ନୋଡାଲ ଅଫିସର

ରାୟଗଡ,୨୭/୭: ରାୟଗଡ ଜିଲ୍ଳାରେ ବୃଦ୍ଧି ପାଉଥିବା କରୋନା ପଜିଟିଭ୍‌ଙ୍କ ସଂଖ୍ୟାକୁ ଦେଖି ଜିଲ୍ଳାବାସୀ ଭୟଭୀତ ନ ହେବା ପାଇଁ ଜିଲ୍ଳା ପ୍ରଶାସନ ନିବେଦନ କରିଆସୁଛି । ଜିଲ୍ଳାରେ ଟେଷ୍ଟିଂ ଅଧିକା ହେଉଥିବାରୁ ପଜିଟିଭଙ୍କ ସଂଖ୍ୟା ବୃଦ୍ଧି ପାଉଛି ତେବେ ସେହି ମାତ୍ରାରେ ଚିକିତ୍ସିତ ପରେ ରୋଗୀ ସୁସ୍ଥ ହୋଇ ନିଜ ଘରକୁ ଫେରୁଛନ୍ତି ବୋଲି କୋଭିଡ ପରିଚାଳନାର ଜିଲ୍ଳା ନୋଡାଲ ଅଧିକାରୀ ତଥା ପିଡି-ଡିଆରଡିଏ ଅମ୍ରିତ ଋତୁରାଜ ପ୍ରକାଶ କରିଛନ୍ତି । ସୋମବାର ଦିନ ପୁଣି ରାୟଗଡ ଜିଲ୍ଳାରୁ ୬୮ଜଣ ପଜିଟିଭ ଚିହ୍ନଟ ହୋଇଥିବା ନେଇ ଶ୍ରୀ ଋତୁରାଜ ପ୍ରେସ ବିବୃତିରେ ପ୍ରକାଶ କରିଛନ୍ତି । ମିଳିଥିବା ସୂଚନା ପ୍ରକାରେ ରାୟଗଡ ଜିଲ୍ଳାରେ ଗତକାଲି ୫୩୨ପଜିଟିଭ ରହିଥିବା ବେଳେ ସୋମବାର ଦିନ ୬୮ଜଣ ଚିହ୍ନଟ ପରେ ଏହି ସଂଖ୍ୟା ୬୦୦ରେ ପଂହଚିଛି । ଏହି ୬୮ଜଣଙ୍କ ମଧ୍ୟରେ ୩୨ଜଣ ପୁରୁଷ ଓ ୩୬ଜଣ ମହିଳା ଆକ୍ରାନ୍ତ ରହିଛନ୍ତି । ଜିଲ୍ଳାର କୋଲନରା ଓ ପଦ୍ମପୁର ବ୍ଳକରୁ ଜଣେ ଲେଖାଁଏ ଚିହ୍ନଟ ହୋଇଥିବା ବେଳେ ଗୁଡାରୀରୁ ୨୪ଜଣ, ଗୁଣପୁର ପୈାରାଂଚଳରୁ ୪ଜଣ, ରାୟଗଡ ପୈାରାଂଚଳରୁ ୨୧ଜଣ, ରାମନାଗୁଡାରୁ ୮ଜଣ ଓ ମୁନିଗୁଡା ବ୍ଳକରୁ ୨ଜଣ ଚିହ୍ନଟ ହୋଇଛନ୍ତି । ତେବେ ଏମାନଙ୍କ ମଧ୍ୟରେ ୬୨ଜଣ ହୋମ କ୍ୱାରେନଟାଇନରୁ ଓ ୬ଜଣ ଟିଏମସିରୁ ଚିହ୍ନଟ ହୋଇଛନ୍ତି । ସେହିପରି ବର୍ତମାନ ସୁଦ୍ଧା ୩୩୭ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ଅନ୍ୟ ରୋଗୀମାନେ ବିଷମକଟକ, ଗୁଣପୁର, ତାଡମା କୋଭିଡ କେୟାର କେନ୍ଦ୍ରରେ ଓ ଜେକେପୁର କୋଭିଡ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି । ଜିଲ୍ଳାରେ ବର୍ତମାନ ବୃଦ୍ଧି ପାଉଥିବା ପଜିଟିଭଙ୍କ ସଂଖ୍ୟାକୁ ଦେଖି ପ୍ରଶାସନ ତରଫରୁ ଟ୍ରାସିଂ, ଟ୍ରାକିଂ, ଟେଷ୍ଟିଂ ଓ ଟ୍ରିଟମେଂଟକୁ ଆଧାୟ କରି ବ୍ୟାପୁଥିବା ସଂକ୍ରମଣକୁ ହ୍ରାସ କରିବା ପାଇଁ ପ୍ରୟାସ ଜୋରଦାର କରାଯାଇଛି । ସେହିପରି ସାମାନ୍ୟ ଲକ୍ଷଣ ଦେଖାଯାଉଥିବା ଜିଲ୍ଳାର ୪୭ଜଣ ପଜିଟିଭ ରୋଗୀଙ୍କୁ ସରକାରଙ୍କ ନିୟମ ମାନି ହୋମ କ୍ୱାରେନଟାଇନରେ ରହି ଚିକିତ୍ସା ଯୋଗାଇ ଦିଆଯାଉଛି ବୋଲି ଶ୍ରୀ ଋତୁରାଜ ପ୍ରକାଶ କରିଛନ୍ତି । ବର୍ତମାନ ଜିଲ୍ଳାରେ ୯୯ପ୍ରତିଶତ ଗ୍ରାମଗୁଡିକ ଗ୍ରୀନ ଜୋନରେ ରହିଥିବା ବେଳେ ବିଜୟପୁର ଓ ଆମ୍ବଗୁଡା ଭଳି ହଟସ୍ପଟ ସ୍ଥାନରୁ ମଧ୍ୟ ଆକ୍ରାନ୍ତମାନେ ସୁସ୍ଥ ହୋଇ ଫେରୁଛନ୍ତି ବୋଲି କହିଛନ୍ତି । ବତର୍ମାନ ଜିଲ୍ଳାରେ ବିଷମକଟକ, ଗୁଣପୁର ଓ ତାଡମା କୋଭିଡ କୋଭିଡ କେୟାର କେନ୍ଦ୍ର ପରିଚାଳନା ହେଉଛି ।

ବିଷମକଟକର ନାରିନଗୁଡା ଓ କଳିଙ୍ଗ ମୋଡେଲ ରେସିଡିଆନ୍ସଲ ସ୍କୁଲ ପରିଚାଳନା ବ୍ୟବହାରୀ ଉପଯୋଗୀ ହୋଇଗଲେ ୩ଟି ସିସିସିରେ ୬୦୦ଶଯ୍ୟା ଓ ଗୁଣପୁରର ଅନ୍ୱେଶା ହଷ୍ଟେଲ, ଆଦର୍ଶ ବିଦ୍ୟାଳୟ ଓ ଇଏମଆରଏସ ସିସିସି ୩ଟିରେ ୮୦୦ଶଯ୍ୟା ହେଲେ ସମୁଦାୟ ୧୪୦୦ଟି ଶଯ୍ୟା ଆସନ୍ତା ଅଗଷ୍ଟ ୫ତାରିଖ ସୁଦ୍ଧା ପ୍ରସ୍ତୁତ ହୋଇଯିବ ବୋଲି ଶ୍ରୀ ଋତୁରାଜ ପ୍ରକାଶ କରିଛନ୍ତି ଏବଂ କୋଭିଡ-୧୯ ଗାଇଡଲାଇନ ମାନି ଚଳିବାକୁ ନିବେଦନ କରିଛନ୍ତି ।

ରାୟଗଡରୁ ଶିବ ନାରାୟଣ ଗୈାଡଙ୍କ ରିପୋର୍ଟ OdiaBarta.in


Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.