୧୨ଜଣ କରୋନା ଯୋଦ୍ଧା ପୋଲିସ କର୍ମଚାରୀ ପଜିଟିଭ ଚିହ୍ନଟ

୪୮ଘଂଟା ବନ୍ଦ ରହିବ ରାୟଗଡ ଥାନା, ଘୋଷଣା କଲେ ଏସ.ପି.

ରାୟଗଡ,୨୭/୭: ମହାମାରୀ କରୋନା ସଂକ୍ରମଣର ବିପତ୍ତି ବେଳେ ମଧ୍ୟ ସାଧାରଣ ଜନତାଙ୍କୁ ପୋଲିସ ସେବା ଯୋଗାଇ ଆସୁଥିବା ଆଗଧାଡିର କରୋନା ଯୋଦ୍ଧା ପୋଲିସ ଭାଇ ଏବେ କରୋନ ଆକ୍ରାନ୍ତ । ରାୟଗଡ ଜିଲ୍ଳା ସଦର ଥାନାର ୧୨ଜଣ ପୋଲିସ କରୋନା ଯୋଦ୍ଧା କରୋନାରେ ଆକ୍ରାନ୍ତ ହେବା ନେଇ ରାୟଗଡ ଜିଲ୍ଳା ଆରକ୍ଷୀ ଅଧୀକ୍ଷକ ଡାକ୍ତର ଶର୍ବଣା ବିବେକ ଏମ.ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଏହି ୧୨ଜଣ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ଅନ୍ୟମାନଙ୍କ କଂଟାକ୍ଟ ଟ୍ରେସିଂ ଏବଂ ଥାନାକୁ ସଂପୂର୍ଣ୍ଣ ବିଶୋଧିତ କରିବା ପାଇଁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ପ୍ରକାରେ ସୋମବାର ଓ ମଙ୍ଗଳବାର ୪୮ଘଂଟା ଧରି ଥାନା ବନ୍ଦ ରଖିବାକୁ ଜିଲ୍ଳା ଏସ.ପି.ଶ୍ରୀ ବିବେକ ନିର୍ଦ୍ଦେଶ ଦେଇଛନ୍ତି । ତେବେ ରାୟଗଡ ସହରବାସୀଙ୍କ ସୁରକ୍ଷା ଓ ପୋଲିସ ସେବା ଅବ୍ୟାହତ ରଖିବା ପାଇଁ ଥାନା ସମ୍ମୁଖରେ ଏକ ଅସ୍ଥାୟୀ ଟେଂଟ କରଯାଇଛି । ସେଠାରେ ଲୋକଙ୍କ ଅଭିଯୋଗ ଗ୍ରହଣ କରାଯିବ ବୋଲି ଏସ.ପି.ପ୍ରକାଶ କରିଛନ୍ତି ।

ଅପରପକ୍ଷେ ରାୟଗଡ ସହରରେ ଦିନକୁ ଦିନ ପଜିଟିଭ ସଂଖ୍ୟା ବୃଦ୍ଧି ପାଉଥିବାରୁ ଜିଲ୍ଳା ପ୍ରଶାସନ ଦ୍ୱାରା ଲକଡାଉନ ଘୋଷଣା କରାଯାଇଛି । ତେଣୁ ଅତି ଜରୁରୀ ନ ହେଲେ ଘରୁ ନ ବାହାରିବା ପାଇଁ ଏବଂ ଘରୁ ବାହାରିଲେ ମାସ୍କ ବ୍ୟବହାର କରିବା,ସାମାଜିକ ଦୂରତା ବଜାୟ ରଖିବା ସହ ନିୟମିତ ଭାବେ ସାବୁନରେ ହାତ ଧୋଇବା ଏବଂ ଲକଡାଉନ ନିୟମକୁ କଡାକଡି ଭାବେ ମାନିବାକୁ ନିବେଦନ କରିଛନ୍ତି । ଯଦି କୈାଣସି ବ୍ୟକ୍ତି ଏହି ନିୟମର ଉଂଲଘନ କରନ୍ତି ତାହାହେଲେ ନିୟମାନୁସାରେ ତାଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସ.ପି.ଶ୍ରୀ ବିବେକ ପ୍ରକାଶ କରିଛନ୍ତି ।

ରାୟଗଡରୁ ଶିବ ନାରାୟଣ ଗୈାଡଙ୍କ ରିପୋର୍ଟ OdiaBarta.in

Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.