ମାସ୍କ ପିନ୍ଧନ୍ତୁ ଓ ସାମାଜିକ ଦୂରତା ରଖି କୋଭିଡ-୧୯ ନିୟମ ମାନନ୍ତୁ, ଅବହେଳା କରନ୍ତୁ ନାହିଁ

ରାୟଗଡ ଜିଲ୍ଳାରେ ୭୩୩ରେ ପଂହଚିଲାଣି ପଜିଟିଭ୍ ସଂଖ୍ୟା

ରାୟଗଡ,୧/୮: ମାସ୍କ ପିନ୍ଧନ୍ତୁ ଓ ସାମାଜିକ ଦୂରତା ବଜାୟ ରଖନ୍ତୁ । ଏଥିରେ ଟିକେ ହେଲେ ମଧ୍ୟ ଅବହେଳା କରନ୍ତୁ ନାହିଁ । ଏହା ମାନିବା ଦ୍ୱାରା ନିଜେ ସୁରକ୍ଷିତ ରହି ନିଜ ପରିବାରକୁ ସୁରକ୍ଷିତ ଦେଇ ପାରିବେ ବୋଲି ରାୟଗଡ ଜିଲ୍ଳା ପ୍ରଶାସନ ଲକଡାଉନ ଆରମ୍ଭ ଦିନରୁ ଜିଲ୍ଳାବାସୀଙ୍କୁ ନିବେଦନ କରିଆସୁଛି । ତେବେ ବୃଦ୍ଧି ପାଉଥିବା ପଜିଟିଭ୍ ସଂଖ୍ୟାକୁ ଦୃଷ୍ଟି ଦେଲେ ଏହି ସବୁ ନିୟମକୁ ଫୁ’କରିବା ପରି ଜଣାପଡୁଛି । କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ ଦିଗରେ ଜିଲ୍ଳା ଓ ପୋଲିସ ପ୍ରଶାସନ ପଛଘୁଂଚା ଦେଉଥିବା ବେଳେ ଏହା ଯେମିତି ଅମାନିଆଙ୍କ ପାଇଁ ଏକ ସୁଯୋଗ ସୃଷ୍ଟି କରୁଛି । ଅନେକାଂଶ ସମୟରେ ରାସ୍ତାଘାଟରେ ଶିକ୍ଷିତ ଅମାନିଆ ଲୋକେ ବିନା କାରଣରେ ବାହାରେ ବୁଲୁଥିବା ବେଳେ ସେଥିରେ ପୁଣି ମାସ୍କ ନ ପିନ୍ଧି ଓ ସାମାଜିକ ଦୂରତା ନ ରଖି ଗହଳି କରୁଥିବା ଦେଖିବାକୁ ମିଳୁଛି । ପୋଲିସ ପେଟ୍ରୋଲିଂକୁ କଡାକଡି କରିବା ପାଇଁ କିଛି ବୁଦ୍ଧିଜୀବୀମାନେ ଚର୍ଚ୍ଚା କରୁଛନ୍ତି । ରାୟଗଡ ଜିଲ୍ଳାରେ ଶୁକ୍ରବାର ଦିନ ପୁଣି ୪୦ଜଣ ନୂଆ କରୋନା ପଜିଟିଭ୍ ରୋଗୀ ଚିହ୍ନଟ ହୋଇଥିବା ନେଇ କୋଭିଡ ପରିଚାଳନା ଜିଲ୍ଳା ନୋଡାଲ ଅଧିକାରୀ ଅମ୍ରିତ ଋତୁରାଜ ପ୍ରକାଶ କରିଛନ୍ତି । ଏଥିରେ ୩୪ଜଣ ପୁରୁଷ ଓ ୬ଜଣ ମହିଳା ଆକ୍ରାନ୍ତ ରୋଗୀ ରହିଛନ୍ତି । ଚିହ୍ନଟ ହୋଇଥିବା ସମସ୍ତ ରୋଗୀ ହୋମ କ୍ୱାରେନଟାଇନରୁ ହୋଇଥିବା ବେଳେ ସେଥିରୁ ୧୯ଜଣ କଂଟାକ୍ଟ ଟ୍ରେସିଂରୁ ଚିହ୍ନଟ ହୋଇଛନ୍ତି । ସେହିପରି ଗୁଣପୁର ପୈାରାଂଚଳର କୁମୁଟି ସାହିରୁ ୨ଜଣ ରହିଥିବା ବେଳେ ଦ୍ୱୟ ରୋଗୀ ପୁଟାସିଂର ସ୍ୱାସ୍ଥ୍ୟ କର୍ମୀ ତଥା କରୋନା ଯୋଦ୍ଧା ରହିଥିବା ବେଳେ ଡେରା ସାହି,ଗୁଲା ସାହି, ମର୍ଣ୍ଣିଙ୍ଗ ସାହି, ରାମେଶ୍ୱର ନଗର, କୋଣ୍ଡା ବାଉରୀ ସାହି, ଲିମା ନଗର, ପୁରୁଣା ଗୁଣପୁର, ଶବରବୁହାର ଓ ଲକ୍ଷ୍ମଣ ଡେପା ସାହିରୁ ଜଣେ ଲେଖାଁଏ କରି ୯ଜଣ ଚିହ୍ନଟ ହୋଇଥିବା ବେଳେ ସମୁଦାୟ ୧୧ଜଣ ଚିହ୍ନଟ ହୋଇଛନ୍ତି । ସେହିପରି ରାୟଗଡ ପୈାରାଂଚଳରୁ ୨୪ଜଣ ଚିହ୍ନଟ ହୋଇଥିବା ବେଳେ ଏମାନଙ୍କ ମଧ୍ୟରେ ରାଣିଗୁଡା ଫାର୍ମ ୪ର୍ଥ ଲାଇନ, ରାମକୃଷ୍ଣ ନଗର, ରାଣୀଗୁଡା ସ୍ଥିତ ଏଚ.ପି.ଗୋଦାମ, ଗୈାତମ ନଗର, ନେହୁରୁ ନଗର ଦ୍ୱିତୀୟ ଲାଇନ, ସେକ୍ରେଡ୍ ହାର୍ଟ ସ୍କୁଲ ସମ୍ମୁଖ, ଭବାନୀ ଷ୍ଟ୍ରିଟ ଓ ଇନ୍ଦିରା ନଗର ତୃତୀୟ ସାହି ଅଂଚଳରୁ ଜଣେ ଲେଖାଁଏ କରି ୮ଜଣ ଚିହ୍ନଟ ହୋଇଥିବା ବେଳେ ଜିଲ୍ଳା ମୁଖ୍ୟ ଚିିକିତ୍ସାଳୟରୁ ୨ଜଣ,ପୋଲିସ ଥାନାରୁ ୯ଜଣ,ସିଆରପିଏଫରୁ ୩ଜଣ ଓ ଆରପିଏଫ ବାରକ୍ କଲୋନୀରୁ ୨ଜଣ ସହ ରାୟଗଡ ଗ୍ରାମାଂଚଳ ଜେକେପୁର ଚାନ୍ଦିଲି ପୋଲିସ ଷ୍ଟେସନରୁ ଜଣେ,କୋତାପେଟାରୁ ଜଣେ ଚିହ୍ନଟ ହୋଇଛନ୍ତି । ଉଭୟ ରାୟଗଡ ଓ ଗୁଣପୁରକୁ ମିଶାଇ ସମୁଦାୟ ୧୯ ଜଣ କରୋନା ଯୋଦ୍ଧା ଆକ୍ରାନ୍ତ ହୋଇଛନ୍ତି । ସେହିପରି ପଦ୍ମପୁର ନୂଆସାହିରୁ ଜଣେ,କାଶିପୁରରୁ ଜଣେ ଓ ବିଷମକଟକରୁ ଜଣେ ଲେଖାଁଏ କରି ଜିଲ୍ଳାରେ ସମୁଦାୟ ୪୦ଜଣ ଚିହ୍ନଟ ହୋଇଛନ୍ତି । ଗତ ଜୁଲାଇ ୩୦ ତାରିଖ ସୁଦ୍ଧା ଜିଲ୍ଳାରେ ପଜିଟିଭ୍ ସଂଖ୍ୟା ୬୯୩ ରହିଥିବା ବେଳେ ଶୁକ୍ରବାର ଦିନ ୪୦ଚିହ୍ନଟ ହେବା ପରେ ଏହି ସଂଖ୍ୟା ୭୦୦ପାର କରି ୭୩୩ରେ ପଂହିଚିଛି । ସେହିପରି ମୃତ୍ୟୁ ସଂଖ୍ୟା ୭ରେ ସୀମିତ ଥିବା ବେଳେ ୪୧୯ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଏବଂ ଜିଲ୍ଳାରେ ବର୍ତମାନ ୩୦୭ଟି ସକ୍ରିୟ ଆକ୍ରାନ୍ତ ରୋଗୀ ଚିକିତ୍ସିତ ହେଉଛନ୍ତି । ଜିଲ୍ଳାରେ ବର୍ତମାନ ସୁଦ୍ଧା ୧୩୪ଜଣ କରୋନା ଯୋଦ୍ଧା ସଂକ୍ରମିତ ହୋଇ ଚିକିତ୍ସିତ ହେଉଥିବା ବେଳେ ସେଥିରୁ ୪୭ଜଣ ସୁସ୍ଥ ହୋଇ ଫେରିଛନ୍ତି ଏବଂ ୮୭ଜଣ ଚିକିତ୍ସିତ ହେଉଛନ୍ତି ବୋଲି ଜିଲ୍ଳା ନୋଡାଲ ଅଧିକାରୀ ଶ୍ରୀ ଋତୁରାଜ ପ୍ରକାଶ କରିଛନ୍ତି ଏବଂ କୋଭିଡ-୧୯ ମାର୍ଗଦର୍ଶିକା ନିୟମ ମାନି ଚଳିବାକୁ ନିବେଦନ କରିଛନ୍ତି ।

ରାୟଗଡରୁ ଶିବ ନାରାୟଣ ଗୈାଡଙ୍କ ରିପୋର୍ଟ OdiaBarta.in


Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.