୧୧୭୩ ପଜିଟିଭ୍ ସଂଖ୍ୟାରୁ ସୁସ୍ଥ ହେଲେଣି ୬୯୦ଜଣ କରୋନ ରୋଗୀ

ରାୟଗଡ ଜିଲ୍ଳାରେ କରୋନା ସ୍ଥିତି

ରାୟଗଡ,୬/୮: ମହାମାରୀ କରୋନା ଭୂତାଣୁ ସଂକ୍ରମଣରେ ରାୟଗଡ ଜିଲ୍ଳାରେ ୧୧୭୩ଜଣ ପଜିଟିଭ୍ ରୋଗୀ ଚିହ୍ନଟ ହୋଇଥିବା ବେଳେ ୬୯୦ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଏବଂ ୪୭୩ଜଣ ସକ୍ରିୟ ରୋଗୀ ଜିଲ୍ଳାର ତାଡମା, ବିଷମକଟକ ଓ ଗୁଣପୁର କୋଭିଡ କେୟାର କେନ୍ଦ୍ର ଏବଂ ଜେକେପୁର କୋଭିଡ୍ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି । ତେବେ ୧୦ଜଣ ରୋଗୀ କରୋନା ଯୁଦ୍ଧରେ ଜୀବନ ହାରିଛନ୍ତି । ଗୁରୁବାର ଦିନ ରାୟଗଡ ଜିଲ୍ଳାରେ ୧୯ଜଣ ନୂଆ କରୋନା ରୋଗୀ ଚିହ୍ନଟ ହୋଇଥିବା ନେଇ ଜିଲ୍ଳା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ (ସିଡିଏମଓ)ଡାକ୍ତର ଆର୍ତବନ୍ଧୁ ନାୟକ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଏହି ୧୯ଜଣଙ୍କ ମଧ୍ୟରେ ୧୫ଜଣ ପୁରୁଷ ଓ ୪ଜଣ ମହିଳା ଆକ୍ରାନ୍ତ ରୋଗୀ ରହିଛନ୍ତି । ସମସ୍ତ ରୋଗୀ ହୋମ କ୍ୱାରେନଟାଇନରୁ ଚିହ୍ନଟ ହୋଇଥିବା ବେଳେ ୧୫ଜଣ କଂଟାକ୍ଟ ଟ୍ରେସିଂରୁ ଚିହ୍ନଟ ହୋଇଛନ୍ତି । ସେହିପରି ରାୟଗଡ ପୈାରାଂଚଳର ରାମକୃଷ୍ଣ ନଗର, ଆରପିଏଫ ବାରାକ, ରାଣିଗୁଡା ଫାର୍ମ ଅଂଚଳରୁ ୨ଜଣ ଲେଖାଁଏ ୬ଜଣଙ୍କ ସମେତ ପୁରୁଣା ବସଷ୍ଟାଣ୍ଡ, ପୋଲିସ ଥାନା ଓ କସ୍ତୁରୀ ନଗର ଅଂଚଳରୁ ଜଣେ ଲେଖାଁଏ ୩ଜଣ ଏବଂ ରୟତ କଲୋନୀରୁ ୩ଜଣ ସମୁଦାୟ ୧୨ଜଣ ଚିହ୍ନଟ ହୋଇଥିବା ବେଳେ ସଦର ବ୍ଳକ ସାନ ସାନ୍ଧୁବାଡି ଗ୍ରାମରୁ ଓ ଜେକେପୁର ସ୍ଥିତ ଚାନ୍ଦିଲି ଥାନାର ଜଣେ କରୋନା ଯୋଦ୍ଧା ଚିହ୍ନଟ ହୋଇଛନ୍ତି । ସେହିପରି ଗୁଣପୁର ପୈାରାଂଚଳର ଗୁଣପୁର ସହର ଓ ଜଗନ୍ନାଥପୁର ରାସ୍ତା ଅଂଚଳରୁ ଜଣେ ଲେଖାଁଏ ୨ଜଣ ଚିହ୍ନଟ ହୋଇଥିବା ବେଳେ ଗୁଣପୁର ନିକଟସ୍ଥ ଭାଲେରିକୁଡିଆ ଗ୍ରାମରୁ ଜଣେ ଚିହ୍ନଟ ହୋଇଛନ୍ତି । ଆଇଏଲଆଇ/ସାରି ଲକ୍ଷଣରେ ୪ଜଣ ଚିହ୍ନଟ ହୋଇଥିବା ବେଳେ ୧୯ଜଣଙ୍କ ମଧ୍ୟରେ ୪ଜଣ କରୋନା ଯୋଦ୍ଧା ଚିହ୍ନଟ ହୋଇଛନ୍ତି । ଜିଲ୍ଳା ପ୍ରଶାସନ ତରଫରୁ ଚିହ୍ନଟ ଆକ୍ରାନ୍ତଙ୍କ ଅଂଚଳରେ କନଟେଂଟମେଂଟ ଜୋନ କରାଯାଇଥିବା ସିଡିଏମଓ ଶ୍ରୀ ନାୟକ ସୂଚନା ଦେଇଛନ୍ତି । ତେବେ ଲଗାତାର ତିନି ଦିନ ଧରି ପଜିଟିଭ୍ ସଂଖ୍ୟା ୨୦ରୁ ୩୦ ମଧ୍ୟରେ ରହୁଥିବାରୁ ଜିଲ୍ଳାବାସୀ ଟିକେ ଆଶ୍ୱସ୍ତି ଲାଭ କରିଥିବା ଶୁଣିବାକୁ ମିଳୁଛି ।

ରାୟଗଡରୁ ଶିବ ନାରାୟଣ ଗୈାଡଙ୍କ ରିପୋର୍ଟ OdiaBarta.in


Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.