କୁସୁମଖୁଣ୍ଟିରେ ଟୋକୀ ପର୍ବ ସଂପନ୍ନ

କୋକସରା,୨୦/୧: ଆଦିବାସୀ ସଂସ୍କୃତିର ମହାନ ବିଭବ ‘ଟୋକୀ ପର୍ବ’ ପାରଂପାରିକ ରିତିନିତି ଅନୁସାରେ କୋକସରା ବ୍ଲକର ସଂସ୍କୃତି ସଂପନ୍ନ ଗ୍ରାମ କୁସୁମଖୁଣ୍ଟି ଠାରେ ସମାପନ ହୋଇଯାଇଛି ।

Omkar Vasthu
Omkar Vasthu

ଆଜି ସମାପନ ଦିବସରେ ବିଭିନ୍ନ ଗାଁରୁ ଜାନୀ ଗୁରୁମା ମାନେ ଆସି ଏହି ପର୍ବରେ ଅଂଶ ଗ୍ରହଣ କରି ତାଙ୍କରି ପାରମ୍ପାରିକ କାର୍ଯ୍ୟ ସମାପନ କରିଥିଲେ। ଏହି ଉସ୍ଛବରେ ୩୨ ଟି ଗାଁରୁ ଜାନୀ ମାନେ ଯୋଗଦେଇଥିବା ବେଳେ ପ୍ରବଳ ଜନ ସମାଗମ ହୋଇଥିଲା । ସମସ୍ତ ଭକ୍ତ ଓ ସାଧାରଣ ଜନତା ଏହି ଉତ୍ସବ ସଂପନ୍ନ ହେବାପରେ  ପ୍ରସାଦ ପାଇଥିଲେ ।

Pearl dental clinic
Near Ashish Medical Store, Bhawanipatna

ଏହି କାର୍ଯ୍ୟ କ୍ରମରେ କୁସୁମଖୁଣ୍ଟି ଗ୍ରାମ୍ୟ ପୂଜା କମିଟିର ସଭାପତି ଲଖ୍ମଣ କୁମାର ବେହେରା, ସଂପାଦକ ରବିଚନ୍ଦ୍ର ଚଲାନ, ସ୍ଥାନୀୟ ସରପଞ୍ଚ ଇଂ ସୁଶିଲ କୁମାର ଶବର, ଗ୍ରାମବାସୀ ଓ ପୂଜାକମିଟିର ସମସ୍ତ ସଦସ୍ୟ ସହଯୋଗ କରିଥିବାବେଳେ ଶାନ୍ତି ଶୃଙ୍ଖଲା ରକ୍ଷା କରିବାରେ କୁସୁମଖୁଣ୍ଟି ଯୁବ ଅନୁଷ୍ଠାନ,ମଜଦୁର ସଂଘର ସମସ୍ତ ସଦସ୍ୟ ଓ ପୋଲିସ ବାହିନୀ ସହଯୋଗ କରିଥିଲେ ।

Udyog Nursery
Udyogi Nursery

Report by Hiranya Behera, Reporter odiabarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.