କରୋନା ଯୋଦ୍ଧା ୨ ଏସ.ଆଇ.ଙ୍କୁ ସମ୍ବର୍ଦ୍ଧନା ଓ ସ୍ୱାଗତ କଲେ ଏସଡିପିଓ

ରାୟଗଡ: ମହାମାରୀ କରୋନା ସଂକ୍ରମଣରୁ ବର୍ତିବା ପାଇଁ ଲୋକଙ୍କୁ ଦିନରାତି ସଚେତନ କରିବା ସହ ସେବା ଯୋଗାଇ ଆସୁଥିବା ପୋଲିସ ବିଭାଗର କରୋନା ଯୋଦ୍ଧାମାନେ ନିଜ ଦାୟିତ୍ୱ ପାଳନ କରୁଥିବା ବେଳେ କେତେବେଳେ କେଉଁ ସମୟରେ କରୋନା ରୋଗୀଙ୍କ ସଂସ୍ପର୍ଶରେ ଆସିଯାଇ ନିଜେ ମଧ୍ୟ ସଂକ୍ରମିତ ହୋଇଥାନ୍ତି ତାହା ଜଣାପଡି ନ ଥାଏ । ଏପରି ନିଜ ଦାୟିତ୍ୱ ପାଳନ କରିବା ସମୟରେ ରାୟଗଡ ଟାଉନ ଥାନାର ଅଧିକାରୀଙ୍କ ସମେତ ଆଉ ୩ଜଣ ସବଇନ୍ସପେକ୍ଟର (ଏସ.ଆଇ) କରୋନାରେ ସଂକ୍ରମିତ ହୋଇ ହୋମ କ୍ୱାରେନଟାଇନରେ ରହି ଚିକିତ୍ସିତ ହେଉଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ବୁଧବାର ଦିନ କରୋନା ଯୋଦ୍ଧା ଏସ.ଆଇ. ସୁଶାନ୍ତ କୁମାର ଶତପଥି ଓ ମାନସ କୁମାର ସାହୁ ଦୁଇଜଣ କରୋନାକୁ ମାତ ଦେଇ ନିଜ କର୍ମକ୍ଷେତ୍ରରେ ଯୋଗ ଦେବା ପାଇଁ ଆସିଥିବା ବେଳେ ଜିଲ୍ଳା ଆରକ୍ଷୀ ଅଧୀକ୍ଷକ ଡଃ.ଶର୍ବଣା ବିବେକ ଏମ.ଙ୍କ ଆଦେଶ କ୍ରମେ ରାୟଗଡ ଉପଖଣ୍ଡ ପୋଲିସ ଅଧିକାରୀ (ଏସଡିପିଓ)ତପନ ନାରାୟଣ ରଥ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ ଓ ସମ୍ବର୍ଦ୍ଧନା କରିଥିଲେ ।

Udyog Nursery
Udyogi Nursery

ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଏସ.ଆଇ. ସୈାମ୍ୟରଂଜନ ପତି, ଚିତରଂଜନ ମହାନ୍ତି, ଏଏସଆଇ କେ.ସିଏଚ. ବେହେରାଙ୍କ ସମେତ ଥାନାର ସମସ୍ତ ଷ୍ଟାଫ ଏବଂ ଏସଏସବିଏନ ଫୋର୍ସର ଭାରପ୍ରାପ୍ତ ଡେପୁଟି ସୁବେଦାର ପ୍ରମୁଖ ଉପସ୍ଥିତ ରହି ତାଳି ମାରି ଏସ.ଆଇ ଦ୍ୱୟଙ୍କୁ ସ୍ୱାଗତ କରିଥିଲେ ।

ରାୟଗଡରୁ ଶିବ ନାରାୟଣ ଗଉଡଙ୍କ ରିପୋର୍ଟ OdiaBarta.in

Clickhere to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.