କବିତା ମହାନ୍ତିଙ୍କ କବିତା : ନେତାଜୀ ସୁଭାଷ

ତୁମେ କହି ଥିଲ ରକ୍ତଦେବାକୁ
ଦେଲେଦେବ ସ୍ବାଧିନତା
ଦେଶପ୍ରେମୀ ଆଜି ଦେଶରୁ ଉଭାନ
ରକ୍ତେ ନାହଁ ବିଶୁଦ୍ଧତା ।

ଦିଲ୍ଲୀ ଚଲୋ ଡାକରାରେ ତୁମର
କମ୍ପୁଥିଲା ସସାଗରା
ବଧିର ଜଡ ନାହଁ ବଳିଦାନ
ତ୍ଯାଗ କାହିଁ ଭୋଗେ ଭରା ।

ଏଇ ମାଟିରେ ଜନ୍ମହୋଇ ତୁମେ
ଦେଶ ପାଇଁ କାନ୍ଦୁ ଥିଲ
ଦେଶପ୍ରେମୀ ତୁମେ ବୀର ନେତାଜୀ
ବିଶ୍ବେ କିର୍ତ୍ତୀମାନ ହେଲ ।

ବିଶ୍ବକଣ୍ଠେ ଆଜି ତୁମ ଜୟଗୀତି
ପ୍ରେମର ପିୟୁଷ ଢ଼ାଳେ
ଦେଶପ୍ରେମ ସ୍ତୋତ୍ର ମାନବ ଜାତିକୁ
ଦେଶପ୍ରେମରେ ପଖାଳେ ।

ଓଡିଶା ମାଟିରେ ତୁମପରି ପୁତ୍ର
ଆଉ କିବା ଜନ୍ମହେବ
ତିରଙ୍ଗା ବୈରଖ ବିଶ୍ବେ ଉଡାଇ
ଜାତିର ଟେକ ରଖିବ ।

ଅମର ତୁମେ ଅସ୍ତହୀନ ସୂଯ୍ଯ
ସପ୍ତରଙ୍ଗ ରଶ୍ମି ନେଇ
ଶୁଭ ପ୍ରତ୍ଯୁଷେ ଉଇଁ ଆସ ତୁମ
ଭାରତର ଜୟଗାଇ ।

ପ୍ରଧାନ ଶିକ୍ଷୟିତ୍ରୀ, ସାଇଲୋଝାରପଡା ଉ.ପ୍ରା. ବିଦ୍ଯାଳୟ, କଣ୍ଟାପଡା, କଟକ

For latest news & views update

Click on bell button and subscribe to notifications.

Like us on facebook

http://facebook.com/odiabarta

Subscribe us on youtube

http://youtube.com/channel/UCdoWrXFOsGOd7dzWwMFwFrQ

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.