ବୁଢ଼ାଡଙ୍ଗର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଶ୍ରଦ୍ଧାଞ୍ଜଳି ସଭା

ଭୁତିଆରବାହାଲ, (ପଞ୍ଚାନନ ଭୋଇ): ବଲାଙ୍ଗୀର ସଦର ବ୍ଲକ କୁଡାସିଂହା ବୁଢାଡଙ୍ଗର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଠାରେ ଦୀର୍ଘ ୯ ମାସ ପରେ ପାଠପଢା ଆରମ୍ଭ ହୋଇଛି। ପ୍ରଥମ ଦିନରେ ଛାତ୍ରଛାତ୍ରୀମାନେ କରୋନା କଟକଣା ନିୟମ ଅନୁସାରେ ସାମାଜିକ ଦୂରତ୍ବ ମାନିବା ସହ ହାତ ଧୋଇ ପ୍ରଥମେ ସାନିଟାଇଜ ହୋଇଥିଲେ।


ଏହାପରେ ବିଦ୍ୟାଳୟର ଅଧ୍ୟକ୍ଷ ଛବିଳ ବଗର୍ତ୍ତୀଙ୍କ ସଭାପତିତ୍ବରେ ଅନୁଷ୍ଠାନର ସମସ୍ତ ସହକର୍ମୀଙ୍କୁ ନେଇ ଦିବଂଗତ ରାଜନୀତି ବିଜ୍ଞାନ ଅଧ୍ୟାପକ ବୀରେନ୍ଦ୍ର କୁମାର ବାରିକ ଓ ବିଦ୍ୟାଳୟ ଗଠନରେ ମୁଖ୍ୟ ବିନ୍ଧାଣୀ ସାଜିଥିବା ପୂର୍ବତନ ପରିଚାଳନା କମିଟି ସଦସ୍ୟ ଶ୍ଯାମ ରଣାଙ୍କ ସ୍ମୃତିଚାରଣ କରି ଏକ ଶ୍ରଦ୍ଧାଞ୍ଜଳି ସଭା ଆଯୋଜିତ ହୋଇଥିଲା। ଏହି ଶ୍ରଦ୍ଧାଞ୍ଜଳି ସଭାକୁ ଏହି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଇଂରାଜୀ ଅଧ୍ୟାପକ ଅକ୍ଷୟ କୁମାର ଚୌଧୁରୀ ସଂଯୋଜନା କରିଥିଲେ। ବିଦ୍ୟାଳୟର ନରେଶ କୁମାର ମିଶ୍ର, ରେବତ କୁମାର ଜାଲ, ସୁବୀନ୍ଦ୍ର ବାଗ, ବିଜୟ ମିଶ୍ର, ପ୍ରତିମା ହେର୍ଣ୍ଣା, ଚିନ୍ମୟୀ ମିଶ୍ର, କରୁଣାକର ମେହେର, ରମେଶ କୁମାର ସାହୁ ଏବଂ ଅଶୋକ ସାହୁ ସକ୍ରିୟ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.