ଶିଶୁ ସାହିତ୍ୟିକ ବୀରବର ଓତାଙ୍କ ଜୟନ୍ତୀ ଉତ୍ସବ ଓ ଶିଶୁ ସାହିତ୍ୟ କର୍ମଶାଳା

● ଶିଶୁ ସାହିତ୍ୟିକା ନିର୍ମଳା କୁମାରୀ ମହାପାତ୍ର ପାଇଲେ ‘ବୀରବର ସ୍ମାରକୀ ପୁରସ୍କାର’

ବାଲେଶ୍ବର, (କୃଷ୍ଣ କୁମାର ମହାନ୍ତି): ବାଲେଶ୍ଵରର ବିଶିଷ୍ଟ ଶିଶୁ ସାହିତ୍ୟିକସ୍ଵର୍ଗତ ବୀରବର ଓତାଙ୍କ ଜୟନ୍ତୀ ଉତ୍ସବ ଓ ଶିଶୁ ସାହିତ୍ୟ କର୍ମଶାଳାର ଇ-ସଂପାନ ଅନୁଷ୍ଠିତ ହୋଇଯାଇଛି। ପୁରୀ ଶ୍ରୀମନ୍ଦିରର ପ୍ରାକ୍ତନ ପ୍ରଶାସକ ରବୀନ୍ଦ୍ର ନାରାୟଣ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଂପାନ ବୀରବର ଜୟନ୍ତୀ ପରିଷଦ ଆନୁକୂଲ୍ୟରେ ହୋଇଥିଲା। ଏଥିରେ ପ୍ରଫେସର ବିଜୟ କୁମାର ଶତପଥୀ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ। ପ୍ରଫେସର ଉଦୟନାଥ ସାହୁ, ପଫେସର କୃଷ୍ଣଚନ୍ଦ୍ର ପ୍ରଧାନ, ପ୍ରଫେସର ବିଜୟାନନ୍ଦ ସିଂହ, ସାହିତ୍ୟିକ ପ୍ରଶାନ୍ତ ଦାସ, ଅଧ୍ୟାପକ ଡକ୍ଟର ସନ୍ତୋଷ କୁମାର ନାୟକ, ଅଧ୍ୟାପକ ରାଜକିଶୋର ପଣ୍ଡିତ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ବକ୍ତବ୍ୟ ରଖିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ଡ. ସ୍ବିତା ମହାରଣା, ନିରଞ୍ଜନ ତ୍ରିପାଠୀ, ବିମଳଭୂଷଣ ଓତା, ଭାରତଭୂଷଣ ଓତା, ଅଭିଷେକ ଓତା ପ୍ରମୁଖ ଅଭିଭାଷଣ ରଖିଥିଲେ। ସତ୍ୟଜିତ ଦାସ ବିବରଣୀ ପାଠ କରିଥିବା ବେଳେ ପରିଷଦର ସମ୍ପାଦିକା ଡ. ବିଷ୍ଣୁପ୍ରିୟା ଓତା ସ୍ବାଗତ ଭାଷଣ ରଖିଥିଲେ। କବିଙ୍କ ସୁପୁତ୍ର ଗିରିଜାଭୂଷଣ ଓତା ଧନ୍ୟବାଦ ଦେଇଥିଲେ। ଡ.ସନ୍ଦୀପ କୁମାର ମହାପାତ୍ର ଇ-ସଂପାନକୁ ସଂଯୋଜନା କରିଥିଲେ। ଏହି ଅବସରରେ ଶିଶୁ ସାହିତ୍ୟିକ ତଥା ଶିକ୍ଷାବିତ୍ ଡକ୍ଟର ନିର୍ମଳା କୁମାରୀ ମହାପାତ୍ରଙ୍କୁ ଏବର୍ଷର ‘ବୀରବର ସ୍ମାରକୀ ପୁରସ୍କାର’ ପ୍ରଦାନ କରାଯାଇଥିଲା। ଏଥିରେ ବହୁ କବି, ଲେଖକ, ନାଟ୍ୟକାର ଓ ଶିଶୁ ସାହିତ୍ୟିକ ସାମିଲ ହୋଇଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.