ଅଲାତରାରେ ବ୍ଳକସ୍ତରୀୟ ଯାଦବ ମହାସଭା

ନିଶା ନିବାରଣ ଓ ଯୌତୁକ ନିୟନ୍ତ୍ରଣ କଲେ ସମାଜର ଅଗ୍ରଗତି ହୋଇପାରିବ

ବାଡିଖେଳ, ଘୁମୁରା ଓ ନୃତ୍ୟରେ ଦୁଲୁକିଲା ମଂଚ

କଳାହାଣ୍ଡି: ଯାଦବ ଜାତି ଏକ ସମୃଦ୍ଧଶାଳୀ ସଂପ୍ରଦାୟ। ଏହି ଜାତି ଯଦୁପତି ଶ୍ରୀକୃଷ୍ନଙ୍କ ଦାୟାଦ ଭାବେ ଗର୍ବ ଅନୁଭବ କରେ। ଏହି ଜାତିର ସମ୍ରାଟ ପୁରୁଷୋତମ ଦେବ ତାଙ୍କ ସାମ୍ରାଜ୍ୟକୁ କାଶୀ ଠାରୁ କାଂଚି ଯାଏଁ ପରିବ୍ୟାପ୍ତ କରିଥିଲେ । ପରମ ପବିତ୍ର ଯଦୁ କୂଳରେ ଜନ୍ମିତ ସମ୍ରାଟ ଖାରବେଳଙ୍କ ଗୈାରବ ଗାଥାକୁ ନେଇ ସାରା ଓଡିଶା ଗର୍ବ ଅନୁଭବ କରେ।


ତେଣୁ ବର୍ତ୍ତମାନର ସମୟରେ ଏହି ବୀରଜାତି ତା’ର ହୃତ ଗୌରବ ରକ୍ଷା କରିବା ପାଇଁ ଆଗଭର ହେବା ଉଚିତ ବୋଲି ଅଲାତରା ଠାରେ ଅନୁଷ୍ଠିତ ମ.ରାମପୁର ବ୍ଳକ ସ୍ତରୀୟ ଯାଦବ ମହାସଭାରେ ଯୋଗଦେଇ ଅତିଥିମାନେ ମତବ୍ୟକ୍ତ କରିଥିଲେ ।


ବ୍ଳକ ସଭାପତି ଯୋଗେଶ୍ୱର ଚନ୍ଦନଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ପ୍ରଥମେ ଶ୍ରୀକୃଷ୍ନଙ୍କ ପୂଜାର୍ଚ୍ଚନା କରାଯାଇଥିଲା । ଏଥିରେ ମୁଖ୍ୟଅତିଥି ଭାବେ ଧର୍ମଗଡ ବିଧାୟକ ମୌଷଧି ବାଗ, ବିଶିଷ୍ଟ ଅତିଥି ଭାବେ ନର୍ଲା ବିଧାୟକ ଭୁପିନ୍ଦର ସିଂ, ସମ୍ମାନୀତ ଅତିଥିଭାବେ ଜିଲ୍ଲା ପରିଷଦ ସଭ୍ୟ ତଥା ପଶ୍ଚିମ ଓଡିଶା ବିକାଶ ପରିଷଦ ସଭ୍ୟ ପୁଷ୍ପେନ୍ଦ୍ର ସଂ ଦେଓ ଯୋଗଦେଇ ନିଶା ନିବାରଣ ଓ ଯୌତୁକ ନିୟନ୍ତ୍ରଣ କଲେ ସମାଜର ଅଗ୍ରଗତି ହୋଇପାରିବ ବୋଲି ମତ ଦେଇଥିଲେ ।


ଅନ୍ୟମାନଙ୍କ ମଧ୍ୟରେ କଳାହାଣ୍ଡି ଜିଲ୍ଲା ଯାଦବ ମହାସଭା ସଭାପତି ଅରୂପାନନ୍ଦ ନାଗ, ସାଧାରଣ ସଂପାଦକ ସଂଜୟ ଧାଙ୍ଗଡାମାଝୀ, ଜିଲ୍ଲା ଉପସଭାପତି ଦୁଲ୍ଲଭ ମାହାର, ଜିଲ୍ଲା ଯୁବ ଯାଦବ ମହାସଭା ସଭାପତି ଗୋବିନ୍ଦ ବନଛୋର, ନର୍ଲା ବ୍ଳକ ସଭାପତି ଯୁଧିଷ୍ଠିର ଗୌଡ,

କେସିଙ୍ଗାବ୍ଳକ ସଭାପତି ପାନାଲାଲ ବେମାଲ, ଲାଂଜିଗଡ ବ୍ଳକ ସଭାପତି ରଘୁବୀର ନାଗ, କର୍ଲାମୁଣ୍ଡା ବ୍ଳକ ସାଧାରଣ ସଂପାଦକ ନରୋତ୍ତମ ସେଲମା, ଅଲାତରା ଆଂଚଳିକ ସଭାପତି ଘନଶ୍ୟାମ ବଗର୍ତୀ ମଂଚାସୀନ ରହି ସମାଜକୁ ସୁସଂଗଠିତ କରିବା ପାଇଁ ବିଭିନ୍ନ ପ୍ରସ୍ତାବ ଦେଇଥିଲେ ।


ବ୍ଳକ ସଂପାଦକ ମଳୟ କୁମାର ଭୋଇ ମଂଚ ପରିଚାଳନା କରିଥିବା ବେଳେ ଦୁର୍ଯ୍ୟୋଧନ ନାଗ, ରଘୁନାଥ ଭୋଇ, ଚନ୍ଦ୍ରଭାନୁ ଗହୀର, ରାମକୁମାର ବାଗ, ଛନ୍ଦାଚରଣ ସେଲମା, ସିପୁନ ବଗର୍ତୀ, ସୁଶାନ୍ତ ବଗର୍ତୀ, କହ୍ନେଇ ବାଗ, ଭଗବାନ ଭୋଇ, ହର ବଗର୍ତୀ ଙ୍କ ସମେତ ଅଲାତରା ଯାଦବ ସମିତି ସହଯୋଗ କରିଥିଲେ । ଏଇ ଅବସରରେ ଯାଦବ ସଂପ୍ରଦାୟର ମୁଖ୍ୟ ଆକର୍ଷଣ ବାଡିଖେଳ ସହିତ ଘୁମୁରା ନୃତ୍ୟ ଓ ଅନ୍ୟାନ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଏଥିରେ ମୁଖ୍ୟଅତିଥି ଶ୍ରୀ ବାଗଙ୍କ ସମେତ ଯାଦବ ନେତୃ ମଣ୍ଡଳୀଙ୍କ ବାଡିଖେଳ ଓ ନାଚଗୀତ ଯାଦବ ମାନଙ୍କୁ ଉଲ୍ଲାସିତ କରିଥିଲା । ଏଥିରେ ଶହ ଶହ ଯାଦବ ଭାଇଭଉଣୀ ଯୋଗଦେଇଥିଲେ ।

କଳାହାଣ୍ଡିରୁ ନରୋତ୍ତମ ସେଲମାଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.